Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କେତେ ଦିନ ଚାଲିବ ଭଡାଘରେ ପୋଷ୍ଟ ଅଫିସ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀର ମହାରାଜପୁର ସ୍ଥିତ ଉପ ଡାକଘର ପ୍ରାରମ୍ଭରୁ ଭଡା ଘରେ ଚାଲୁଥିବାବେଳେ, ଆବଶକୀୟ ସ୍ଥାନ ତଥା ଉପଯୁକ୍ତ ଭଡ଼ାଘର ମିଳୁ ନ ଥିବାରୁ ବହୁବିଧ ସମସ୍ୟା ଦେଇ ଏହି ଉପଖଣ୍ଡ ସ୍ତରୀୟ ଡାକଘର କାର୍ଯ୍ୟାଳୟ ଚାଲୁଛି l ଫଳରେ ଜନସାଧାରଣ ଏହାର ସୁଫଳ ପାଉ ନାହାନ୍ତି l ଉକ୍ତ ସବ ପୋଷ୍ଟ ଅଫିସ ଅଧୀନରେ ଉଲୁଣ୍ଡା ବ୍ଲକର କୁମାରକେଲି,ଯାଲୋଇ,କଳାପଥର, କୋଟସାମାଲାଏ, କାଦୋଦର ଏବଂ ବୀର ମହାରାଜ ପୁର ବ୍ଲକର ଆମରପାଲି, ଲୁଟୁରପଙ୍କ, ମୂରଶୁଣ୍ଢୀ, କେଞ୍ଝରିଆପାଲି, ଖଣ୍ଡାହତା, ପିତାମହୁଲ, ସୁବଳୟା, ଜଟେସିଂହା, ବାଗବର ଓ କାମଲପୁର ଶାଖା ଡାକ ଘର କାମକରୁଛି l ବ୍ୟବସାୟିକ ଦୃଷ୍ଟିକୋଣରୁ ମଧ୍ୟ ଏହି ଡାକଘର ଭଲକରି ଆସୁଛି l ମାତ୍ର ସରକାରୀ ସ୍ତରରେ ଜମି ଯୋଗାଇ ଦେଉ ନ ଥିବାରୁ ନିଜସ୍ୱ କାର୍ଯ୍ୟାଳୟ ନିର୍ମାଣ କରିପାରୁନାହିଁ l ଏଣୁ ଯଥାଶୀଘ୍ର ଏହାର ସ୍ଥାୟୀ ସମାଧାନ ପୂର୍ବକ ନିଜସ୍ୱ କାର୍ଯ୍ୟାଳୟ ପାଇଁ ଜମି ଯୋଗାଇଦେବାକୁ ସାଧାରଣରେ ଦାବି ହୁଏ l