Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିଦ୍ଧେଶ୍ବରୀ ପବ୍ଲିକ ସ୍କୁଲ ରେ ବିଜ୍ଞାନ ମେଳା ପ୍ରଦର୍ଶିତ ହେଲା ୧୦୧ଟି ପ୍ରକଳ୍ପ

ଲକ୍ଷ୍ମୀପୁର ୧୬/୦୨ ଲକ୍ଷ୍ମୀପୁର ବ୍ଲକ ସଦର ମହକୁମା ରେ ଥିବା ସିଦ୍ଧେଶ୍ବରୀ ପବ୍ଲିକ ସ୍କୁଲ ରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ବିଜ୍ଞାନ ମେଳା କୁ ସ୍କୁଲ ର ପ୍ରିନ୍ସିପାଲ   ସସ୍ମିତା ବିଶ୍ୱାଳ,ଶିକ୍ଷକ ଅଶୋକ ରାମରାଣା ସମେତ ପଞ୍ଚାୟତ ସମିତି ଅଧ୍ୟକ୍ଷା  ଶୁଆଇ କୁଲେସିକା ରିବନ କାଟି ପୂଜାର୍ଚନା କରି ଶୁଭ ଉଦଘାଟନ କରିଥିଲେ। ନର୍ସରୀ ଶ୍ରେଣୀ ର କୁନି କୁନି ଛୁଆ ଙ୍କ ସମେତ ଅଷ୍ଟମ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ଏହି ମେଳାରେ ଅଂଶ ଗ୍ରହଣ କରିଥିଲେ। ଏଥିରେ ଶହେଏକ ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ବେଳେ ଛାତ୍ର ଛାତ୍ରୀ ମାନ ଙ୍କ ଦ୍ୱାରା ଉଚ୍ଚ କୋଟିର ପ୍ରକଳ୍ପ ଗୁଡିକ ତିଆରି ହୋଇଥିବା ଦେଖିବାକୁ ମିଳିଥିଲା। ସରକାରୀ ବିଦ୍ୟାଳୟ ର କିଛି ଶିକ୍ଷକ ଓ ଶିକ୍ଷୟତ୍ରୀ ବିଚାରକ ଭାବେ ଯୋଗ ଦେଇଥିଲେ। ବିଜ୍ଞାନ ପ୍ରକଳ୍ପ ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କ ର ବିଜ୍ଞାନ ଉପରେ ଧାରଣା ବଢିଥାଏ ତେଣୁ ପ୍ରତ୍ୟକ ବର୍ଷ କରାଯାଉ ଥିବା ବିଜ୍ଞାନ ପ୍ରକଳ୍ପ ରେ ପ୍ରତ୍ୟେକ ଅଭିଭାବକ ନିଜ ନିଜ ପିଲାଙ୍କୁ ଆଗ୍ରହ ର  ସହ ଅଂଶ କରିବାକୁ ଉତ୍ସାହିତ କରିବା କଥା, ଏପରିକି ଅଶିକ୍ଷିତ ଅଭିଭାବକ ମଧ୍ୟ ଚଳିତ ବର୍ଷ ସେମାନଙ୍କ ପିଲାଙ୍କୁ ବିଜ୍ଞାନ ମେଳା ରେ ଅଂଶ ଗ୍ରହଣ କରାଇଛନ୍ତି ବୋଲି ପ୍ରିନ୍ସିପାଲ କହିଛନ୍ତି। ବିଚାରକ ମଣ୍ଡଳି ଭାବେ ଶିକ୍ଷକ ଦୁର୍ଗା ପ୍ରସାଦ ହୋତା, ଶୁଭ ସ୍ମିତା ମଲ୍ଲିକ, ମୁରଲୀ ଧର ଖରା, ଯମୁନା କନ୍ଦପାନ  ପ୍ରମୁଖ ପ୍ରଥମେ ଦେଖି  ମୂଲ୍ୟାଙ୍କନ କରିବା ପରେ ଉପସ୍ଥିତ ଅଭିଭାବ କ ମାନେ ସମସ୍ତ ଛାତ୍ରଛାତ୍ରୀ ଙ୍କ ପ୍ରକଳ୍ପ ବୁଲି ଦେଖିଥିଲେ।ନର୍ସରୀ ଶ୍ରେଣୀରେ ଦିବୟାଂଶି ଆଚାର୍ଯ୍ୟ ପ୍ରଥମ, ଅଥର୍ବ ସାହୁ ଦ୍ୱିତୀୟ, ଶାଶ୍ଵତୀ ମହାରଣା ତୃତୀୟ
ଏଲକେଜି ରେ ଦିବୟାଂଶୀ ରାଉତ ପ୍ରଥମ, ଭୂମି ପ୍ରିୟଦର୍ଶିନୀ ଦ୍ୱିତୀୟ ପ୍ରିଏଲ ସିରିକା ତୃତୀୟ, ୟୁକେଜି ରେ ସତ୍ଵିକ ପ୍ରିୟାଂଶ ଖୋସଲା ପ୍ରଥମ, ଆୟୁଷ୍ରୀ ଜେନା ଦ୍ୱିତୀୟ କେ. ସ୍ୱସ୍ତିକ କୁମାର ତୃତୀୟ ହୋଇଥିବା ବେଳେ କନିଷ୍ଠ ବିଭାଗ ରେ ଆରାଧ୍ୟ କର ପ୍ରଥମ, ଅନିଶ ଶତପଥି ଦ୍ୱିତୀୟ, ଦେବାଂଶ ଚକ୍ରବର୍ତ୍ତୀ ତୃତୀୟ ଓ ସର୍ବ କନିଷ୍ଠ ବିଭାଗ ରେ ଆଦ୍ୟାଶ୍ଳୋକ ରାଉତ ପ୍ରଥମ, ରନବୀର ସାହୁ ଦ୍ୱିତୀୟ, ଦୀପସା କୁମାରୀ ଗୌଡ଼ ତୃତୀୟ ଓ ବରିଷ୍ଠ ବିଭାଗ ରେ ଦିବ୍ୟଜିତ ସାହୁ ପ୍ରଥମ, ବିକେ ଅଙ୍କିତ ମୁଦୁଲି ଦ୍ୱିତୀୟ, କେ . ଧନ୍ୟଶ୍ରୀ ଓ ଶୁହାନା କନ୍ଦପାନ ତୃତୀୟ ହୋଇଥିଲେ।କୃତି ପ୍ରତିଯୋଗୀ ମାନଙ୍କୁ ବାର୍ଷିକ ଉତ୍ସବ ରେ ସମ୍ମାନିତ କରାଯିବ ବୋଲି ସ୍କୁଲ ତରଫରୁ କୁହାଯାଇଛି।ବିଜ୍ଞାନ ମେଳା ରେ ଶିକ୍ଷକ ମୋହନ ଗରଡ଼ା, ଶକୁନ୍ତଳା ଷଡ଼ଙ୍ଗୀ, ମୁନି ମିନିୟାକା, ଇତିଶ୍ରୀ କର୍କରା ପରିଚାଳନା କରିଥିବା ବେଳେ
ଦିନ ବନ୍ଧୁ ବେହେରା, ପ୍ରବୀଣ ମିନିୟାକା, ଆକାଶ ନାୟକ. ଜସ୍ମିନ ତାଡିଙ୍ଗି, ସରିତା ମୁଦୁଲି, ସୁସ୍ମିତା ଚକ୍ରବର୍ତ୍ତୀ, ଦୋଳିତା ଦେବୀ, ଲିପି ତୁରୁକ, ମାନସୀ ମହାପାତ୍ର, ସିମରନ ଖୋସଲା, ଅମିଶା ଏଲିଶା ତାଡିଙ୍ଗି, ହାଲିମା ୱାଡେକା, ଓ ପ୍ରୀତି ଚଉଧୁରୀ ପ୍ରମୁଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ