ଭୁବନେଶ୍ବର: ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଘର ଓ ସରକାରୀ ବାସଭବନରେ ଦିଲ୍ଲୀ ସିବିଆଇର ୮ ରୁ ୧୦ ଜଣିଆ ଟିମର ରେଡ୍ । ଗତକାଲି ସକାଳ ୭ରୁ ତଦନ୍ତ ଆରମ୍ଭ କରିଥିଲା ସିବିଆଇ । ପ୍ରାୟ ୧୬ ଘଣ୍ଟା ଧରି ଚାଲିଥିଲା ଚଢ଼ାଉ ।
ବ୍ରିଜ ଏଣ୍ଡ ରୁଫ କମ୍ପାନୀର ଅଧିକାରୀ ଚଞ୍ଚଲ ମୁଖାର୍ଜୀଙ୍କୁ ନେଇ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ କରିଛି ମାରାଥନ ଜେରା । ଲୋକସେବା ଭବନକୁ ଚଞ୍ଚଲ ମୁର୍ଖାଜୀଙ୍କର ଅବାଧ ପ୍ରବେଶ ଥିଲା ବୋଲି ବିଷ୍ଣୁପଦ ମତ ଦେଇଥିଲେ । ଏହାସହ ଏସସି ଏସଟି ଡିପାର୍ଟମେଣ୍ଟକୁ ସେ ବହୁ ଆରାମରେ ଯାଇପାରୁଥିଲେ ବୋଲି ଗତକାଲି ମତ ରଖିଥିଲେ । ଚଞ୍ଚଲଙ୍କ ସହ ତାଙ୍କର ସଂପର୍କ ଓ ଟେଣ୍ଡର ଫିକ୍ସିଂ ଆଉ ଲାଞ୍ଚ ଆଦି ବିଷୟରେ ଜେରା କରିଛି ସିବିଆଇ ।
୧୬ ଘଣ୍ଟିଆ ଜେରାକୁ ନେଇ ବିଷ୍ଣୁପଦ କୌଣସି ପ୍ରତିକ୍ରିୟା ଦେଇ ନଥିବା ବେଳେ ତାଙ୍କ ଓକିଲ ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ କ୍ଲାଏଣ୍ଟଙ୍କୁ ହଇରାଣ କରାଯାଉଛି ବୋଲି କହିଛନ୍ତି ବିଷ୍ଣୁପଦଙ୍କ ଓକିଲ । ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ମାନସିକ ନିର୍ୟାତନା ଦେଉଛି ସିବିଆଇ । ଏହାପଛରେ ଷଡ଼ଯନ୍ତ୍ର ରହିଥିବା ତାଙ୍କ ଓକିଲ ଅଭିଯୋଗ କରିଛନ୍ତି ।