Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେହରେ ନିଆଁ ଲଗାଇ ନାବାଳକଙ୍କ ଆତ୍ମହତ୍ୟା

କଟକ: କଟକ ଅଭାବନୀୟ ଘଟଣା । ନିଜ ଦେହରେ ଡିଜେଲ୍ ଢାଳି ନିଆଁ ଲଗାଇ ୧୭ ବର୍ଷୀୟ ନାବାଳଳକଙ୍କ ଆତ୍ମହତ୍ୟା । ପୁରୀଘାଟ ଥାନା ଅନ୍ତର୍ଗତ ମଠସାହିରେ ଏହି ଘଟଣା ଘଟିଛି । ନାବାଳକର ନାମ ଅଙ୍କନ ଦତ୍ତ ଏବଂ ଘର ପଶ୍ଚିମବଙ୍ଗ ବୋଲି ଜଣାପଡିଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରି ପୁରୀଘାଟ ଥାନାକୁ ହସ୍ତାନ୍ତର କରିଛି ।

ଯାହା ସୂଚନା ମିଳିଛି, ମୃତ ନାବାଳକ ମଠସାହି ଗୋପାଳଜିଉ ଲେନରେ ଭଡ଼ା ଘରେ ରହୁଥିଲା । ଗତକାଲି ରାତିରେ ସେ ନିଜ ଦେହରେ ଡିଜେଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିବା ବେଳେ ଏହାଦେଖି ସ୍ଥାନୀୟ ଲୋକେ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଥିଲା । ସେତେବେଳକୁ ନିଆଁରେ ପୋଡି ହୋଇ ନାବାଳକ ଜଣଙ୍କ ମୃତ୍ୟୁ ହୋଇସାରିଥିଲା ।

ଅଗ୍ନିଶମ ବାହିନୀ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରିଥିଲା । ଏହାପରେ ପୁରୀଘାଟ ଥାନାକୁ ମୃତଦେହ ହସ୍ତାନ୍ତର କରାଯାଇଥିଲା । ତେବେ ନାବାଳକ ଜଣକ କାହିଁକି ଏପରି ଚରମ ନିଷ୍ପତ୍ତି ନେଲା ତାହା ଜଣାପଡ଼ିନାହିଁ । ପୋଲିସ୍ ଘଟଣାରେ ତଦନ୍ତ କରୁଛି । 

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ