Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଜାର୍ ରେ ଟମାଟୋ ଦର ହେଲା ଶସ୍ତା ,ଚିନ୍ତା ରେ ଚାଷୀ , ଜିଲ୍ଲାରେ ଶୀତଳ ଭଣ୍ଡାର ସ୍ଥାପନ ପାଇଁ ସାଧାରଣ ରେ ଦାବୀ ହେଉଛି

କଳାହାଣ୍ଡି, ୨୦/୦୨
(ଜଗନ୍ନାଥ ନାଏକ) : ପରିବା ଚାଷୀ ମୁଣ୍ଡ ଝାଳ ତୁଣ୍ଡରେ ମାରି ଅକ୍ଲାନ୍ତ ପରିଶ୍ରମ ପରେ ପରିବା ଅମଳ କରିଥାଏ, ବଜାର ରେ ଠିକ୍ ଦର ଥିଲେ ଚାଷୀ କୁ ଦୁଇ ପଇସା ଲାଭ ହୋଇ ଥାଏ କିନ୍ତୁ ସେହି କଷ୍ଟ ଉପାର୍ଜିତ ପରିବା କୁ ଶାଗ ମାଛ ଦରରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ର ନର୍ଲା ସାପ୍ତାହିକ ବଜାର ରେ। ବଜାର ରେ ପ୍ରାୟ ତଃ ସମସ୍ତ ପରିବା ଶସ୍ତା ଅଛି ପୋଟଳ ଓ ଭେଣ୍ଡି, ବ୍ୟତୀତ ଅନ୍ୟ ସବୁ ପରିବା ଶସ୍ତା ଥିବା ଦେଖିବାକୁ ମିଳିଛି। ବାଇଗଣ କିଲୋ ପ୍ରତି ୧୦ ଟଙ୍କା, ଥିବା ବେଳେ ଟମାଟୋ ତିନି କିଲୋ କୁ ପାଞ୍ଚ ଟଙ୍କା ଦର ରେ ବିକ୍ରି ହେଉଛି। ଜିଲ୍ଲାରେ ଯଦି ଶୀତଳ ଭଣ୍ଡାର ଥାଆନ୍ତା ତାହେଲେ ଉକ୍ତ ଟମାଟୋ କୁ ଶୀତଳ ଭଣ୍ଡାର ରେ ରଖି ଦୁଇ ମାସ ପରେ ଅଧିକ ଦରରେ ବିକ୍ରୀ କରି ବେଶ୍ ଲାଭବାନ୍ ହୁଅନ୍ତେ ବୋଲି ଚାଷୀ ପ୍ରକାଶ କରିଛନ୍ତି। ସରକାର୍ ଏଥିପ୍ରତି ଦୃଷ୍ଟି ଦେଇ ଜିଲ୍ଲାରେ ଶୀତଳ ଭଣ୍ଡାର ସ୍ଥାପନ ପାଇଁ ସାଧାରଣ ରେ ଦାବୀ ହେଉଛି । ପୁରୁଣା ସରକାର୍ ଦୀର୍ଘ ୨୪ ବର୍ଷ ରେ ରାଜ୍ୟରେ ଶୀତଳ ଭଣ୍ଡାର କରି ପାରିଲେନି କିନ୍ତୁ ନୂତନ ସରକାର୍ ଙ୍କ ଉପରେ ଭରସା କରିଛନ୍ତି ଲୋକେ, କଳାହାଣ୍ଡି ଜିଲ୍ଲା ରେ ଏକ ବୃହତ୍ ଶୀତଳ ଭଣ୍ଡାର ସ୍ଥାପନ କଲେ ପରିବା ଚାଷୀ ଉପକୃତ ହେବେ ବୋଲି ମତ ରଖିଛନ୍ତି। ସରକାର୍ ଏଥି ପ୍ରତି ଦୃଷ୍ଟି ଦେଇ କଳାହାଣ୍ଡି ଜିଲ୍ଲା ରେ ଶୀତଳ ଭଣ୍ଡାର ସ୍ଥାପନ ପାଇଁ ସାଧାରଣ ରେ ଦାବୀ ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ