ଭୁବନେଶ୍ବର: କିଟ ଛାତ୍ରୀ ଆତ୍ମହତ୍ୟା ଓ ଛାତ୍ର ଅଶାନ୍ତି ଘଟଣାରେ କିଟ ମୁଖ୍ୟ ଅଚ୍ୟୁତ ସାମନ୍ତ ଗଣମାଧ୍ୟମଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ଆଜି ସନ୍ଧ୍ୟା ସାଢ଼େ ୬ଟାରେ ହାଇଲେବୁଲ କମିଟିରେ ହାଜର ହେବାକୁ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ କୁହାଯାଇଛି ।
ବୈଠକରେ ହାଜର ହୋଇ ଅଚ୍ୟୁତ ନିଜ ପକ୍ଷ ରଖିବେ । ଏତେ ବଡ଼ ବିଶ୍ବବିଦ୍ୟାଳୟରେ, କେମିତି ଏହି ଅଘଟଣ ଘଟିଲା, ସେ ନେଇ କିଟ୍ ପ୍ରତିଷ୍ଠାତା ଉତ୍ତର ରଖିବେ । ସେପଟେ କିଟ୍ ଘଟଣାକୁ ନେଇ ପ୍ରତିବାଦ ଜାରି ରହିଛି । ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯାଉଛି । ଘଟଣାକୁ ନେଇ ବିଧାନସଭାରେ ମଧ୍ୟ ବିରୋଧୀ ସରକାରଙ୍କୁ ଘେରିଛନ୍ତି ।