Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତେଲୁଗୁ ଅଞ୍ଚଳରେ ଶୁଭୁଛି ଓଡିଆ ଶବ୍ଦ; ଉଭୟ ଭାଷାରେ କଥା ହେଉଛନ୍ତି ଗ୍ରାମବାସୀ

କୋରାପୁଟ: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକକୁ ଲାଗିରହିଥିବା ପଡୋଶୀ ଆନ୍ଧ୍ରପ୍ରଦେଶର ଗୁମୁଣ୍ଡେ ଗ୍ରାମ ସମସ୍ୟା ଦେଇ ଗତି କରୁଛି।ଗୁମୁଣ୍ଡେ ଗ୍ରାମକୁ ରାସ୍ତା ନଥିବାରୁ କୌଣସି କାମରେ ଜିଲ୍ଲା ହେଡ କ୍ଵାଟର ପାର୍ବତୀପୁରକୁ ଜିବାକୁ ହେଲେ ବନ୍ଧୁଗାଁ ବ୍ଲକର ଆଣ୍ଟାମାଡା,ଜାଗଗୁଡା ସରପଲ୍ଲୀ ଦେଇ ଯିବାକୁ ହୁଏ।ଗୁମୁଣ୍ଡେ ଗ୍ରାମ ସମସ୍ୟା ମଧ୍ୟରେ ଥିବା ବେଳେ କୋଟିଆକୁ ନେବାପାଇଁ ଆନ୍ଧ୍ର ଅହରହ ଚେଷ୍ଟା ଚଲାଇଛି।ନିଜ ଅଞ୍ଚଳ ସମସ୍ୟା ମଧ୍ୟରେ ଥିବା ବେଳେ କୋଟିଆକୁ ନେବା ପାଇଁ ଆନ୍ଧ୍ର ସ୍ଵପ୍ନ ଦେଖୁଚି।କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର,ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକର ଅନେକ ଦୁର୍ଗମ ଅଞ୍ଚଳ ଗୁଡିକରେ ବସ ବାସ କରୁଥିବା ଆଦିବାସି ସମ୍ପ୍ରଦାୟ ଏବେ ସଂକିର୍ତନ ଦଳ ଗଢିବା ସହ ଗାଁଗାଁରେ ରାତି ହେଲେ ଭଜନ କିର୍ତନରେ ହଜି ଜାଆନ୍ତି।ଏହାକୁ ଏବେ ଗୁମୁଣ୍ଡେ ଗ୍ରାମବାସି ଅନୁସରଣ କରିବା ଆରମ୍ଭ କରିଦେଇଛନ୍ତି।ବର୍ତମାନ ସେଠାରେ ଅଷ୍ଟ ପ୍ରହରି ନାମଯଜ୍ଞ ଅନୁଷ୍ଠିତ ହୋଇଛି।ବନ୍ଧୁଗାଁ ବ୍ଲକର ପ୍ରାୟ ୧୮ଟି ସଙ୍କିର୍ତ୍ତନ ଦଳ ନାମ ଯଜ୍ଞରେ ଯୋଗ ଦେଇଥିଲେ।ହରି ନାମ ରାମ ନାମରେ ଅଞ୍ଚଳ କମ୍ପି ଉଠିଥିବା ବେଳେ ଏକ ଆଧ୍ୟାତ୍ମିକ ପରିବେଶ ଶୃଷ୍ଟି ହୋଇଛି।ଏପରିକି ସମୁହଙ୍କ ପାଇଁ ପ୍ରସାଦ ଆକାରରେ ଅରୁଆ ଡାଲମା ଭଳି ଓଡିଆ ଖାଦ୍ୟର ବ୍ୟବସ୍ଥା କରାଜାଇଥିବା ସଂକିର୍ତ୍ତନ ଦଳ କହିଛନ୍ତି।ଜାହାକୁ ନେଇ ଗୁମୁଣ୍ଡେ ଗ୍ରାମ ବାସି ପୁରା ଖୁସି ମନେ କରି ପ୍ରତ୍ୟେକ ବର୍ଷ ଅଷ୍ଟପ୍ରହରି ନାମ ଯଜ୍ଞ କରାଜିବ ବୋଲି କହିଛନ୍ତି।
ସମୁହ ଗ୍ରାମବାସି ଆଦିବାସି ଶ୍ରେଣିର ହୋଇଥିବା ବେଳେ ତେଲୁଗୁ ଓ ଓଡିଆ ଉଭୟ ଦୁଇଟି ଭାଷା ରେ କଥା ବାର୍ତା ହୁଅନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ