ଘଉଡ଼ାଇବା ବେଳେ ବନ କର୍ମଚାରୀଙ୍କ ଦଳି ମାରି ଦେଲା ହାତୀ


ବଲାଙ୍ଗୀର: ହାତୀ ଆର୍କମଣରେ ବନ କର୍ମଚାରୀଙ୍କୁ ଦଳି ମାରିଦେଲା ଦନ୍ତା ହାତୀ । ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଗୋବିନ୍ଦପୁର ଗାଁରେ ଗତକାଲି ଏହି ଅଘଟଣ ଘଟିଛି । ମୃତକ ହେଲେ ଓମକାରୀ ବାଗ । ସେ ହାତୀ ପଲକୁ ଘଉଡ଼ାଇବା ବେଳେ ହଠାତ୍ ଗୋଟିଏ ହାତୀ ମାଡ଼ି ଆସିଥିଲା । ଏତିକି ବେଳେ ବନ କର୍ମଚାରୀ ଜଣକ ତଳେ ପଡ଼ିଯିବାରୁ ହାତୀଟି ତାଙ୍କୁ ଦଳି ଦେଇଥିଲା ।

ଗୁରୁତର ଅବସ୍ଥାରେ ଓମକାରୀଙ୍କୁ ପାଟଣାଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଓମକାରୀ ବାଗଙ୍କ ଘର ଘୁଷୁରାମୁଣ୍ଡା ଗାଁରେ । ସେ ପାରା ସ୍କ୍ୱାଡ୍ ଭାବରେ ଜଙ୍ଗଲ ବିଭାଗରେ ଚାକିରି କରୁଥିଲେ । 

ମାସେ ହେବ ମୁରିବାହାଲ ରେଞ୍ଜ ତିଖାରି ଜଙ୍ଗଲ ଓ ଆଖପାଖ ଗାଁରେ ୩୫ ଟିକିଆ ହାତୀ ପଲ ଉପଦ୍ରବ ଚଳାଇଛନ୍ତି । ହାତୀ ପଲକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ହାତୀଙ୍କୁ ଘଉଡାଇବାକୁ ନାକେଦମ୍ ହେଉଛି ବନ ବିଭାଗ ।