କୁଜଙ୍ଗ: ମହିଳା ହେମାଗେର୍ଡଙ୍କୁ ପ୍ରେମ ପୋଲିସ ବାବୁଙ୍କୁ ପଡ଼ିଲା ମହଙ୍ଗା । ବିବାହର ପ୍ରତିଶ୍ରୁତି ଦେଇ ରଖିଲେ ଶାରୀରିକ ସମ୍ପର୍କ । ଆଉ ପରେ ବାହା ହେବାକୁ କଲେ ମନା । ଥାନାରେ ମହିଳା ହୋମଗାର୍ଡଙ୍କ ଅଭିଯୋଗ ପରେ ରସିକିଆ ପୋଲିସ ବାବୁଙ୍କୁ ନିଜ ଜାତିଭାଇ ଅର୍ଥାତ ପୋଲିସ ଗିରଫ କରିଛି । ଏମିତି ଘଟଣା ଦେଖିବାକୁ ମିଳିଛି କୁଜଙ୍ଗ ଅଞ୍ଚଳରେ । ଆଉ ବନ୍ଧା ହୋଇଥିବା ବାବୁ ଜଣଙ୍କ ହେଲେ କୁଜଙ୍ଗ ଥାନା ଆଇଆଇସି ତପନ ନାହାକ ।
ଆଉ ଖୋଦ୍ ମହିଳା ହୋମଗାର୍ଡ ଜଣକ ରସିକିଆ ପୋଲିସ ବାବୁଙ୍କୁ ଏକ୍ସପୋଜ କରିଛନ୍ତି । ମହିଳାଙ୍କ ଇଜ୍ଜତ ସହ ଖେଳିଥିଲେ ତପନ ବାବୁ । ବିବାହ କଥା ଉଠାଇବାରୁ ଧରାଛୁଆଁ ଦେଉ ନଥିଲେ । ତେଣୁ ଶେଷରେ ମହିଳା ହୋମଗାର୍ଡ ବାଧ୍ୟ ହୋଇ ଆଇନର ଆଶ୍ରୟ ନେବା ସହ ଜଗତସିଂହପୁର ସଦର ଥାନାରେ ଅଭିଯୋଗ କରିଥିଲେ ।
ଅଭିଯୋଗ ପରେ ତପନ ଫେରାର ହୋଇଯାଇଥିଲେ । ଜଗତସିଂହପୁର ପୋଲିସ୍ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ତାଙ୍କୁ ଖୋର୍ଦ୍ଧାରୁ ଧରିଛି । ଆଉ ଉଭୟଙ୍କୁ ଏକ ୯ ଜଣିଆ ଟିମ ଜେରା କରିଛି । ସମୃକ୍ତ ମହିଳା ହୋମଗାର୍ଡଙ୍କର ଡାକ୍ତରୀ ମାଇନା କରିବାକୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି ।