ମହାଶିବରାତ୍ରୀ: ଲିଙ୍ଗରାଜ ମନ୍ଦିରରେ ଠେଲାପେଲା, କିଛଇ ଭକ୍ତ ଆହତ


ଭୁବନେଶ୍ୱର: ଜାଗରରେ ମହାପ୍ରଭୁ ଲିଙ୍ଗରାଜଙ୍କ ମଧ୍ୟରେ ପ୍ରବଳ ଭକ୍ତଙ୍କ ସମାଗମ । ଭିଡ଼ ନିୟନ୍ତ୍ରଣରେ ପ୍ରଶାସନ ବିଫଳ । ଲିଙ୍ଗରାଜ ମନ୍ଦିରରେ ଠେଲାପାଲା ପରିସ୍ଥିତି । କିଛି ଶ୍ରଦ୍ଧାଳୁ ଆହତ ହୋଇଥିବା ସୂଚନା । ମନ୍ଦିର ସିଂହଦ୍ଵାର ସମ୍ମୁଖରେ ଠେଲାପେଲା ହୋଇ  କିଛି ଭକ୍ତ ଆହତ ହୋଇଛନ୍ତି । ମନ୍ଦିର ଦକ୍ଷିଣ ଘର ନିକଟରେ ଠେଲାପେଲା ହୋଇଥିବା ସହ ପୋଲିସ ସହ ଶ୍ରଦ୍ଧାଳୁଙ୍କ ଧସ୍ତାଧସ୍ତି ହୋଇଛି । ସାଧାରଣ ଭକ୍ତ ଦୀର୍ଘ ସମୟ ଧରି ଧାଡ଼ିରେ ଠିଆ ହୋଇ ରହିଥିବାରୁ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି ।

ଠେଲାପେଲାରେ କିଛି ଶିଶୁ ବି ଫସିଥିବା ସୂଚନା ମିଳିଛି । ମନ୍ଦିରରେ ଭିଆଇପି ପାସ୍ ନାମରେ ବାହାର ଲୋକଙ୍କୁ ସୁଯୋଗ ଦିଆଯାଉଥିବା ଅଭିଯୋଗ ହୋଇଛି । ପ୍ରବେଶ ଓ ପ୍ରସ୍ଥାନ ଦ୍ବାର ଗୋଟିଏ ହୋଇଯାଇଥିବା ଦେଖାଯାଇଛି । ଅବ୍ୟବସ୍ଥା ଯୋଗୁଁ ବରିଷ୍ଠ ନାଗରିକମାନେ ବି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ସେପଟେ ପ୍ରଭୁଙ୍କ ଦର୍ଶନ ଲାଗି ଲିଙ୍ଗରାଜ ପୀଠରେ ପରିଲକ୍ଷିତ ହୋଇଛି ଗହଳି । ଭୋର ସମୟରୁ ମହାପ୍ରଭୁଙ୍କର ମଙ୍ଗଳ ଆଳତି ଓ ଅବକାଶ ସରିବା ପରେ ହୋଇଛି ସାହାଣମେଲା ଦର୍ଶନ । ଆରମ୍ଭରୁ ଦର୍ଶନ ପାଇଁ ମନ୍ଦିର ଭିତରେ ଠେଲାପେଲା ପରିସ୍ଥିତି ଉପୁଜିଥିଲା । ମୁଖ୍ୟ ମନ୍ଦିର ଭିତରକୁ ଭକ୍ତମାନେ ଧସେଇ ପଶିବାକୁ ଚେଷ୍ଟା କରିଥିଲେ । ସେବାୟତ ଓ ପୋଲିସ ମଧ୍ୟରେ ଧସ୍ତା ଧସ୍ତାଧସ୍ତି ହୋଇଥିବା ସୂଚନା ମିଳିଛି ।