ଅସ୍ତରଙ୍ଗ,,ମହା ଶିବରାତ୍ରି ତଥା ଜାଗର ଅମାବାସ୍ୟା ତିଥିରେ ଅସ୍ତରଙ୍ଗ ଅଞ୍ଚଳ ରେ ଥିବା ବିଭିନ୍ନ ଶୈବ ପୀଠ ଗୁଡ଼ିକ ଚଳ ଚଞ୍ଚଳ ହୋଇ ଉଠିଛି । ଅସ୍ତରଙ୍ଗ କାକଟପୁର ମୁଖ୍ୟ ରାସ୍ତା କଡ଼ରେ ଥିବା ସମେଶ୍ୱର ମହାଦେବ ମନ୍ଦିର ,ଜିଉନ୍ତି ର ଇଶ୍ଵର ନାଥ, ଗୁଡୁବଣାଇ ଓ ଟିମୋର ର ନୀଳା କଣ୍ଠେସ୍ୱର,ଛୁରିଆନାର ଘଣ୍ଟି ବେଲେଶ୍ୱର, ବଙ୍ଗୋସାଗରରେ କୁଳରେ ଅବସ୍ଥିତ ବେଲେଶ୍ୱର,ଓଳିହଁ ର ଅଇଶାନେଶ୍ୱର,ଙ୍କ ସମେତ ଅସ୍ତରଙ୍ଗ ମହାଦେବ ମନ୍ଦିର, ନଈଗୁଆଁ ର ଦକ୍ଷିଣେଶ୍ୱର ମହାଦେବ ମନ୍ଦିର, ସିଦ୍ଧିପୁର ର ସିଦ୍ଧେଶ୍ୱର,ସିଲାରି ର କପିଳେଶ୍ୱର ପ୍ରାଚି ତଟରେ ଅବସ୍ଥିତ ନାଟେଶ୍ୱର,ଆଦି ଶୈବ ପୀଠରେ ଯାଗର ଯାତ୍ରା ତଥା ବିଭିନ୍ନ ଧର୍ମୀୟ କାର୍ଯ୍ୟକ୍ରମ ଓ ଅଷ୍ଟପ୍ରହରୀ,ନାମ ଯଞ ମାନ ଅନୁଷ୍ଠିତ ହେବା ସହ,ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ପ୍ରସାଦ ସେବନ ର ବ୍ୟବସ୍ଥା କାରା ଯାଇଅଛି । ରାତ୍ର ସମେୟ ରେ ୧୧ ଘଟିକା ଠାରୁ ଭୋର ୪ ଘଟିକା ସମୟ ମଧ୍ୟରେ ବିଭିନ୍ନ ଶୈବ ପୀଠ ମାନଙ୍କରେ ମହାଦୀପ ଉଠିବ ବୋଲି ମନ୍ଦିର କମିଟି ତରଫରୁ ଜଣା ପଡ଼ିଛି ଓ ଜାଗର ଦୀପ ଜାଳିବା ସହ,ମହାଦେବ ଙ୍କୁ ଶୃଙ୍ଖଳିତ ଦର୍ଶନ ନିମନ୍ତେ,କେତେକ ମନ୍ଦିର ରେ ବ୍ୟାରିକେଟ୍ ବ୍ୟବସ୍ଥା କରା ଯାଇ ଥିବା ଦେଖିବାକୁ ମିଳିଛି ।
ମହାଶିବ ରାତ୍ରୀ ପାଇଁ ଅସ୍ତରଙ୍ଗ ଅଞ୍ଚଳ ଚଳ ଚଞ୍ଚଳ।
