ବିଦେଶିନୀଙ୍କ ଜଙ୍ଘରେ ମହାପ୍ରଭୁ ଜଗନ୍ନାଥଙ୍କ ଟାଟୁ, ଥାନାକୁ ଗଲା ଘଟଣା


ଭୁବନେଶ୍ବର: ପୁଣି ଜଗନ୍ନାଥଙ୍କୁ ବିଦେଶୀଙ୍କ ଅପମାନ । ଗୋଯିଏ ପଟେ ଇସ୍କନ ରୀତିନୀତି ନାଁରେ ମହାପ୍ରଭୁଙ୍କୁ ଅପମାନିତ କରି ଚାଲିଥିବା ବେଳେ ଭକ୍ତ ନାଁରେ ଆସି ବିଦେଶୀ ଜଗନାଥଙ୍କୁ ଅପମାନିତ କରିବାକୁ ପଛାଉ ନାହାନ୍ତି । ଏମିତି ଏକ ଘଟଣା ରାଜଧାନୀରେ ଦେଖିବାକୁ ମିଳିଛି । ଭୁବନେଶ୍ବରରେ ଜଣେ ବିଦେଶିନୀ ନିଜ ଜଙ୍ଘରେ ମହାପ୍ରଭୁଙ୍କୁ ଟାଟୁ ବନାଇବାକୁ ନେଇ ବିବାଦ ମୁଣ୍ଡ ଟେକିଛି । ଏହା ଓଡ଼ିଆଙ୍କ ଧାର୍ମିକ ଭାବନାକୁ ଆଘାତ ବୋଲି ଅଭିଯୋଗ ହୋଇଛି । ଓଡ଼ିଆଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ଚିତ୍ରକୁ ଶରୀରର ଏଭଳି ସ୍ଥାନରେ ଟାଟୁ କରିବାକୁ ନେଇ ଗତକାଲି ସହିଦ ନଗର ଥାନାରେ ଅଭିଯୋଗ କରିଛି ହିନ୍ଦୁ ସେନା ।

ଅଭିଯୋଗ ପରେ ପୋଲିସ ଟାଟୁ ସେଣ୍ଟର ମାଲିକଙ୍କୁ ଆଜି ପଚରାଉଚରା କରିବ ବୋଲି କହିଛି । କେଉଁ ପରିସ୍ଥିତିରେ ଟାଟୁ ସେଣ୍ଟର ମାଲିକ ଟାଟୁ କଲେ ?  କାହିଁକି ଟାଟୁ କରିବା ପାଇଁ ମନା କଲେନି ? ଏଭଳି ଗୁଡ଼େଇ ତୁଡ଼େଇ ଅନେକ ପ୍ରଶ୍ନ ପଚାରି ପାରେ ପୋଲିସ ।

ସୂଚନାଯୋଗ୍ୟ, ଭୁବନେଶ୍ୱରର ଏକ ଟାଟୁ ସେଣ୍ଟରରେ ଏଭଳି ଟାଟୁ କରାଇଥିଲେ ଜଣେ ବିଦେଶୀ ମହିଳା । ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ମହିଳା ଜଣକ ଏହାକୁ ଅପଲୋଡ୍ କରିବା ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି । ହିନ୍ଦୁ ସେନାର କର୍ମକର୍ତ୍ତା କହିଛନ୍ତି, ଜଣେ ବିଦେଶିନୀ ଜଙ୍ଘରେ ଓଡ଼ିଆଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଙ୍କ ଚିତ୍ର କରିଛନ୍ତି । ଏହାକୁ ଆମେ ବିରୋଧ କରୁଛୁ । ଏନେଇ ଥାନାରେ ଅଭିଯୋଗ ମଧ୍ୟ କରାଯାଇଛି ।