Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ବ ବନ୍ୟପ୍ରାଣୀ ଦିବସ,ବନ୍ୟଜନ୍ତୁ ସଂରକ୍ଷଣ ଉପରେ ଗୁରୁତ୍ଵ ।

ଅସ୍ତରଙ୍ଗ,୩।୩(): ବିଶ୍ୱ ବନ୍ୟପ୍ରାଣୀ ଦିବସ ପ୍ରତି ବର୍ଷ ମାର୍ଚ୍ଚ ୩ ତାରିଖରେ ପାଳନ କରାଯାଇଥାଏ। ଏହି ଦିନଟି ବିଶ୍ୱବ୍ୟାପୀ ବନ୍ୟଜନ୍ତୁ ଏବଂ ଜଙ୍ଗଲ ସଂରକ୍ଷଣ ପ୍ରତି ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ପାଇଁ ପାଳନ କରାଯାଏ। ୨୦୧୩ ମସିହାରେ ଜଣେ ଜାତିସଂଘ ପ୍ରତିନିଧି ଏହି ଦିନଟି ପାଳନ କରିବାକୁ ପ୍ରସ୍ତାବ ରଖିଥିଲେ ଏବଂ ୨୦୧୪ରୁ ଏହି ଦିନ ପାଳନ ଆରମ୍ଭ ହୋଇଥିଲା।ବିଶ୍ଵ ବନ୍ୟପ୍ରାଣୀ ଦିବସ ଗୋଟିଏ ମହତ୍ତ୍ଵପୂର୍ଣ୍ଣ ଅବସର ଯେଉଁଠି ଲୋକମାନେ ବନ୍ୟଜନ୍ତୁ ଏବଂ ଜଙ୍ଗଲ ସୁରକ୍ଷା ସମ୍ପର୍କରେ ସଚେତନ ହୋଇଥାନ୍ତି।ପରିବେଶ ସନ୍ତୁଳନ ବଜାୟ ରଖିବା ପାଇଁ ପୃଥିବୀରେ ବହୁ ପ୍ରଜାତିର ବନ୍ୟଜନ୍ତୁ ଏବଂ ବୃକ୍ଷ ଲତା ଅଛନ୍ତି। କିନ୍ତୁ ଜଳବାୟୁ ପରିବର୍ତ୍ତନ,ଜନସଂଖ୍ୟା ବୃଦ୍ଧି ଓ ପରିବେଶ ପ୍ରଦୂଷଣ ଓ ଅବାଧ ଜଙ୍ଗଲ କ୍ଷୟ, ବନ୍ୟଜନ୍ତୁ ଶିକାର ପ୍ରଭୃତି ଯୋଗୁଁ ବନ୍ୟପ୍ରାଣୀ ସହ ଜଙ୍ଗଲ ବୃକ୍ଷ ଲତା ପ୍ରତି ସଂକଟ ସୃଷ୍ଟି ହୋଇଛି।ଫଳରେ ସଂଖ୍ୟାଧିକ ପ୍ରଜାତିର ବନ୍ୟଜନ୍ତୁ ବିଲୁପ୍ତି ହେବାକୁ ଯାଉଛି। ଏହି ଦିନର ଉଦ୍ଦେଶ୍ୟ ହେଉଛି ଏମାନଙ୍କ ସୁରକ୍ଷା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା। ସବୁଜିମା ଏବଂ ଜୈବ ବିବିଧତା ସଂରକ୍ଷଣ କରିବା ଏବେ ସମଗ୍ର ବିଶ୍ବ ପାଇଁ ବଡ଼ ଆହ୍ବାନ ହୋଇଛି। ଏହି ଦିନଟିରେ ଲୋକଙ୍କ ମଧ୍ୟରେ ଏକ ନୂଆ ସଚେତନତା ସୃଷ୍ଟି କରି ମନୁଷ୍ୟ ଏବଂ ପ୍ରାକୃତିକ ପରିବେଶ ମଧ୍ୟରେ ସମନ୍ୱୟ ରଖିବାର ସମୟ ଉପନୀତ ହୋଇଛି। ଏହି ଦିନର ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ସଚେତନତା ଅଭିଯାନ କରାଯାଉଛି। ବନ୍ୟଜନ୍ତୁ ଏବଂ ପ୍ରାକୃତିକ ସବୁଜିମା ପରିବେଶ ଆମ ଜୀବନ ଶୃଙ୍ଖଳାର ଅଂଶ। ଏହାର ବିନାଶ ରୋକିବା ପାଇଁ ସବୁ ସ୍ତରରେ ପ୍ରୟାସ ହେବା ଜରୁରୀ ବୋଲି ପରିବେଶବିତ୍ ଶୋଭାକର ବେହେରା କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ