Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋଡୀଙ୍ଗା ମାଳି ର ଖଣି ଖନନ କୁ ନେଇଁ ରାଜନୀତି…ବାହିନୀପତି ଙ୍କ ପରୋକ୍ଷ ରାଜନୀତି କୁ ବିରୋଧ…

ଲକ୍ଷ୍ମୀପୁର ୦୪/୦୩ …କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର କୋଡୀଙ୍ଗା ମାଳି ର ଖଣି ଖନନ କୁ ନେଇଁ ଗତ ପ୍ରାୟ ମାସେ ହେବ ଚାଲିଛି ଜୋରଦାର ରାଜନୀତି। କୋଡୀଙ୍ଗା ମାଳି ର ଖଣି କୁ ଓଏମସି ଜରିଆରେ ବେଦାନ୍ତ କମ୍ପାନୀ କୁ ୮୦ ପ୍ରତିଶତ ବକ୍ସସାଇଟ ଖଣି ପ୍ରଦାନ କରାଯିବାକୁ ସରକାର ଙ୍କ ଦ୍ୱାରା ଚୁକ୍ତି ହୋଇଥିବା ବେଳେ ପ୍ରାୟ ୮ ବର୍ଷ ହେବ ବେଦାନ୍ତ କମ୍ପାନୀଦ୍ୱାରା ଖଣି ଖନନ କରାଯାଉଥିବା ବେଳେ ଆନ୍ଧ୍ର ପ୍ରଦେଶ ର ଏକ ଘରୋଇ କମ୍ପାନୀ ଏହାର ପରିବହନ ଦାୟିତ୍ୱ ରେ ରହିଛି।ଅବଶିଷ୍ଟ ୨୦ ପ୍ରତିଶତ ବକ୍ସସାଇଟ ବର୍ତମାନ   ଆନ୍ଧ୍ର ପ୍ରଦେଶ ର ଅନ୍ୟ ଏକ ଘରୋଇ କମ୍ପାନୀ ନେବା ସକାଶେ  ସରକାର ଙ୍କ ଠାରେ ଚୁକ୍ତି କରିଛି। ଗତ ପ୍ରାୟ ମାସେ ହେବ ଆନ୍ଧ୍ର ପ୍ରଦେଶ ଯେଉଁ ଘରୋଇ କମ୍ପାନୀ ୨୦ ପ୍ରତିଶତ ବକ୍ସସାଇଟଖଣି କୋଡୀଙ୍ଗା ମାଳି ରୁ ନେବା ସକାଶେ ସ୍ଥିର ହୋଇଛି ତାହା  ଜଣାପଡିବା ପରେ  ଜୟପୁରବିଧାୟକ ତାରାପ୍ରସାଦ ବାହିନୀପତି ଙ୍କ ନିର୍ଦେଶ ରେ ତାଙ୍କ ଦୁଇ ଭାଇ  ମନୋଜ ବାହିନୀପତି ଓ ଭଗବାନ ବାହିନୀପତି ଆନ୍ଧ୍ର ପ୍ରଦେଶ କୁ ବକ୍ସସାଇଟ ଏଗ୍ରିମେଣ୍ଟ ବାତିଲ ଦାବୀ କରି ଶାନ୍ତିପୁର୍ଣ ଭାବେ ଧାରଣା ରେ ବସିରହିଛନ୍ତି। ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଲକ୍ଷ୍ମୀପୁର କୋଡୀଙ୍ଗା ମାଳି ର ଖଣି ଖନନ କୁ ନେଇଁ କାହିଁକି ପରୋକ୍ଷ ରାଜନୀତି କରୁଛନ୍ତି, ତାଙ୍କ ଅଞ୍ଚଳ ରେ ଅନେକ ସମସ୍ୟା ରହିଛି, ତାଙ୍କ ଅଞ୍ଚଳ କଥା ପ୍ରଥମେ ବୁଝନ୍ତୁ ଓ ବେଦାନ୍ତ କମ୍ପାନୀ ର ଦଲାଳି ନକରନ୍ତୁ ବୋଲି ପ୍ରକାଶ କରି ଆଜି ଶାନ୍ତି ସୁବାଶ  ଖଣିପରିବହନ ସୋସାଇଟି ର ସଭାପତି ଧର୍ମେନ୍ଦ୍ର ବିଡ଼ିକା ଙ୍କ ନେତୃତ୍ୱ ରେ ଏକ ଶୋଭଯାତ୍ରା କରାଯିବା ପରେ ଓଏମସି କତୃପକ୍ଷ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।ଦାବୀ ପତ୍ର ପ୍ରଦାନ ପୂର୍ବରୁ ବେଦାନ୍ତ କମ୍ପାନୀ ଗୋବେକ ଓ ତାରାପ୍ରସାଦ ବାହିନୀପତି ଗୋବେକ ଭଳି ନାରା ଶୁଣିବାକୁ ମିଳିଥିଲା। ଦୀର୍ଘ ୮ ବର୍ଷ ହେଲା ବାହିନୀପତି କଉଠି ଥିଲେ, ଅଞ୍ଚଳରେ ନେତା ନାହାନ୍ତି କି ସେ କାହିଁକି ଲକ୍ଷ୍ମୀପୁର ଆସି ଶାନ୍ତି ପୁର୍ଣ ଅଞ୍ଚଳ କୁ ଅଶାନ୍ତି ର ବାତାବରଣ ସୃଷ୍ଟି କରୁଛନ୍ତି ବୋଲି କୁହାଯାଇଥିଲା। ଲକ୍ଷ୍ମୀପୁର ଓଏମସି କାର୍ଯ୍ୟଳୟ ସମ୍ମୁଖରେ ବିଭିନ୍ନ ନାରା ଦେବା ପରେ ଓଏମସି ମ୍ୟାନେଜେର ଦାୟିତ୍ୱ ରେ ଥିବା ସୁରେନ୍ଦ୍ର ମାଝୀ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବିପତ୍ର ଗ୍ରହଣ କରିବା ପରେ ଉଚ୍ଚ ପଦସ୍ତ ଅଧିକାରୀ ଙ୍କ ଅବଗତ ନିମନ୍ତେ ପ୍ରେରଣ କରାଯିବ ବୋଲି ଶ୍ରୀ ମାଝୀ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ