Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୧ ମାସ ପରେ ହେଲା ପଞ୍ଚାୟତ ସମିତି ବୈଠକ ନହେବା ନେଇ ବିଜେପି ପକ୍ଷରୁ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ।

ଗୋପାଳପୁର : ରଙ୍ଗେଇଲୁଣ୍ଡା ବ୍ଲକ ପ୍ରଶାସନ ପକ୍ଷରୁ ପ୍ରାୟ ୧୧ ମାସ ହେବ ବୈଠକ ଅନୁଷ୍ଠିତ ହେଉନଥିବା ଅଭିଯୋଗ ରେ ଆଜି ଗୋପାଳପୁର ବିଜେପି ପକ୍ଷରୁ ବିଡ଼ିଓ ଙ୍କ କାର୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ବିଡ଼ିଓ ଙ୍କ ଅନୁପସ୍ଥିତିରେ ଅତିରିକ୍ତ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଆଗାମୀ ଦିନରେ ବୈଠକ ଡକାନଗଲେ ବିଜେପି ପକ୍ଷରୁ ଏହାର ପ୍ରତିବାଦରେ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।ଆଜି ବିଜେପି ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭାଶିଷ ସାହୁଙ୍କ ନେତୃତ୍ୱରେ ବିଜେପି କର୍ମୀ ମାନେ ବିଡ଼ିଓ ଙ୍କ କାର୍ଯାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଗତ ୨୦୨୨ ମେ ୨୫ ତାରିଖରେ ପ୍ରଥମ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଆଜିଯାଏଁ ଆଉ ଦ୍ବିତୀୟ ବୈଠକ କରିବା ପାଇଁ ବ୍ଲକ ପ୍ରଶାସନ ରୁ ପଦକ୍ଷେପ ନିଆଯାଇ ନାହିଁ। ଯାହାଫଳରେ ପଞ୍ଚାୟତ ସ୍ତରରେ ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇ ପାରୁନାହିଁ।ଏହା ସହ ବ୍ଲକ ବେଧଡକ ପିସି କରାବାର ବଢ଼ି ଚାଲିଥିବା ସହ ଶାସକ ଦଳର କର୍ମୀ ମାନଙ୍କୁ କାମ ଦେଇ ଅନୁକମ୍ପା ଦେଖାଇବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ବାଦ ଦେବା,ଏମ ଏନ ଆର ଜି ଏସ ଯୋଜନାରେ ଶ୍ରମିକ ବଦଳରେ ମେସିନ ରେ କାମ କରାଇବା, ମିଥ୍ୟା ମୋଷ୍ଟରରୋଲ ପ୍ରସୂତ କରି ପାଣ୍ଠି ହଡପ କରିବା ସହ ଅପେକ୍ଷା କରି ରହିଥିବା ଅନେକ ବିଧବା, ବାର୍ଦ୍ଧକ୍ୟ, ଦିବ୍ୟାଙ୍ଗ ମାନଙ୍କୁ ଭତ୍ତା ପ୍ରଦାନ ରେ ଅବହେଳା କରୁଥିବା ନେଇ ପଞ୍ଚାୟତ ବୈଠକ ରେ ପ୍ରଶ୍ନ କରାଯିବା ଭୟରେ ବିଡ଼ିଓ ଜାଣିଶୁଣି ବୈଠକ ଡାକୁନଥିବା ଅଭିଯୋଗ କରାଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ରାଜେଶ କୁମାର ସାହୁ,ଗୋଳନ୍ଥରା ମଣ୍ଡଳ ସଭାପତି ସନତ କୁମାର ନାୟକ, ଜିଲ୍ଲା ଓବିସି ମୋର୍ଚ୍ଚା ସମ୍ପାଦକ ସୁନିଲ କୁମାର ପାତ୍ର, ଗଙ୍ଗାଧର ଶତପଥୀ,ରଜତ କୁମାର ପଣ୍ଡିତ,ଭଜମନ ନାୟକ,ଜି କୁର୍ମା,ପ୍ରଦିପ କୁମାର ପଟ୍ଟନାୟକ,ଅଜୟ ଦଳାଇ,ମିଟୁ ସାହୁ ପ୍ରମୁଖ ସାମିଲ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories