Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲାରେ ପ୍ରଥମ କରି ନୂତନ ମଡେଲ୍ ଧରଣର ସୁଙ୍କି ଥାନା ଉଦଘାଟନ

ପଟ୍ଟାଙ୍ଗି୦୮/୦୩କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ତଥା ଓଡିଶା ଆନ୍ଧ୍ର ସୀମାନ୍ତ ରେ ରହିଥିବା ସୁଙ୍କି ଥାନା ତାର ନିଜସ୍ୱ ପରିଚୟ ପାଇଥିବା ସହ ପଣସମାନଗୁଡି ଗ୍ରାମ ନିକଟରେ ରହିଥିବା ସରକାରୀ ଜମିରେ ନିର୍ମିତ ହୋଇଥିବା ନୂତନ ମଡେଲ୍ ଧରଣର ଥାନା କୁ ଭର୍ଚୁଆଲ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉଦଘାଟନ କରିଛନ୍ତି । ଉକ୍ତ ଥାନା ଉଦଘାଟନ ହେବା ପୁର୍ବରୁ ଉପସ୍ଥିତ ଜନସାଧାରଣ ଙ୍କୁ ନୂତନ ଅପରାଧିକ ଆଇନ୍ ର କାର୍ଯ୍ୟକାରିତା ସମ୍ପର୍କରେ ଏସଡିପିଓ ସୁମିତ୍ରା ଜେନା ବୁଝାଇ ସଚେତନତା କରିଥିଲେ । ଏହି ସମୟରେ ସୁଙ୍କି ର ନୂତନ ଥାନା ଉଦଘାଟନ କାର୍ଯ୍ୟକ୍ରମ ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା , ସୁନାବେଡା ଏସଡିପିଓ ସୁମିତ୍ରା ଜେନା , ପଟ୍ଟାଙ୍ଗି ଥାନାଧିକାରୀ ଚତୁର୍ଭୁଜ ନାୟକ ଙ୍କ ସମେତ ସାଂସଦ ପ୍ରତିନିଧି ଶୁକ୍ରା ଖରା , ବିଧାୟକ ପ୍ରତିନିଧି ଅର୍ଜୁନ ବାଙ୍କା , ଗୁପ୍ତ ଶଙ୍କର ପଟନାୟକ ପ୍ରମୁଖ ଅନ୍ୟତମ ଅତିଥି ରୂପେ ଯୋଗ ଦେଇଥିଲେ ସୂଚନା ମୁତାବକ ସୁଙ୍କି ଥାନା ଗତ ଦଶନ୍ଧି ରୁ ପଞ୍ଚାୟତ କାର୍ଯ୍ୟାଳୟର ଏକ ଗୃହରେ ଫାଣ୍ଡି ଭାବେ ପରିଚାଳିତ ହୋଇ ଆସୁଥିବା ବେଳେ ସୁଙ୍କି ରେ ରହିଥିବା ସେଲଟେକ୍ସ କାର୍ଯ୍ୟାଳୟ ଉଠି ଯିବା ପରେ ଉକ୍ତ ଫାଣ୍ଡି ଗତ ୨୦୨୦ ମସିହାରେ ଥାନାର ମାନ୍ୟତା ପାଇବା ପରେ ଜୁନ୍ ୦୧ ତାରିଖରେ ପୁନରୁଦ୍ଧାର କରା ଯାଇଥିଲା । ସେହି ସେଲଟେକ୍ସ କାର୍ଯ୍ୟାଳୟର ଖାଲି ପଡିଥିବା ଗୃହରେ ଦୀର୍ଘ ୦୪ ବର୍ଷ କିଛି ମାସ ଯାଏଁ ଥାନା ପରିଚାଳିତ ହୋଇ ଆସୁଥିବା ବେଳେ ବର୍ତ୍ତମାନ ଉକ୍ତ ଗ୍ରାମ ନିକଟରେ ସରକାରଙ୍କ ପକ୍ଷରୁ ସରକାରୀ ଜମି ଯୋଗାଇ ଦେବା ପରେ ଗତ ୨୦୨୩ ଅଗଷ୍ଟ ୩୧ ତାରିଖରୁ ଆରମ୍ଭ ହୋଇଥିବା ୦୨ କୋଟି ୬୪ ଲକ୍ଷ ୫୧ହଜାର ଟଙ୍କା ଅନୁଦାନରେ ନବ ନିର୍ମିତ ଗ୍ରାମାଞ୍ଚଳ ଥାନା ଜାନୁଆରୀ ମାସରେ ଶେଷ ହୋଇଥିଲା । ଉଦଘାଟନ ହୋଇଥିବା ଥାନା ପରିସର ଟି ଏତେ ସୌନ୍ଦର୍ଯ୍ୟ ହୋଇଛି ଯେ ଥାନା କୁ ଆସିବା ଜନସାଧାରଣ ଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ହୋଇଥିବା ଦେଖିବା କୁ ମିଳିଛି । ଅନ୍ୟପକ୍ଷରେ ନୂତନ ଥାନା ନିର୍ମାଣ ହୋଇଥିବା ବେଳେ କର୍ମଚାରୀ ଙ୍କ ପାଇଁ କୈଣସି ରହିବା ବ୍ୟବସ୍ଥା ନଥିବା ବେଳେ କ୍ୱାଟର୍ ର ଆବଶ୍ୟକତା ରହିଛି । 

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ