କଳାହାଣ୍ଡି:୧୨/୦୩
ଆଜିକୁ ୩ ବର୍ଷ ତଳେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅଧ୍ୟକ୍ଷା ଭାବେ ଶ୍ରୀମତୀ ରିତା ଅଗ୍ରୱାଲ ଓ ବ୍ଲକ ଉପାଧ୍ୟକ୍ଷ ଭାବେ ଶ୍ରୀ ରାଜୀବ କୁମାର ଅଗ୍ରୱାଲ ସର୍ବ ସମ୍ମତ୍ତି କ୍ରମେ ନିର୍ବାଚିତ ହୋଇଥିଲେ। ବିଗତ ୩ ବର୍ଷ ମଧ୍ୟରେ କୋକସରା ବ୍ଲକ ର ବିଭିନ୍ନ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ରେ ତାଙ୍କ ସହଯୋଗ ରେ ପାନୀୟ ଜଳ, ଗମନାଗମନ ପାଇଁ ରାସ୍ତା, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ ଓ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚି ତୃଣମୂଳ ସ୍ତର ରେ ବ୍ଲକ ର ସାମୁହିକ ବିକାଶ ଦିଗରେ ଅନବରତ ଚେଷ୍ଟା ଜାରି ରଖିଛନ୍ତି। ବୁଧବାର କୋକସରା ପଞ୍ଚାୟତ ସମିତି ଅନ୍ତର୍ଗତ ୨୨ ପଞ୍ଚାୟତ ର ସମିତି ସଭ୍ୟ, ସଭ୍ୟା, ସରପଞ୍ଚ, ଗଣମାଧ୍ୟମ ପ୍ରତିନିଧି ଓ କୋକସରା ବ୍ଲକ ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ ଙ୍କ ସଭାପତିତ୍ୱ ରେ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଙ୍କୁ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ ଓ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ସମସ୍ତ ଙ୍କୁ ଆନ୍ତରିକ ଧନ୍ୟବାଦ ଦେଇଛନ୍ତି। ଆମେ ସମସ୍ତେ ଗୋଟିଏ ପରିବାରର ସଦସ୍ୟ, ଆମ ଭିତରେ ବ୍ଲକ ଏକତା ଅଛି, ବ୍ଲକ ର ଉନ୍ନତି ସାଧନ ପାଇଁ ମିଳିମିଶି ପ୍ରଶାସନ ସହ କାମ କରିବା ପାଇଁ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ କହିଥିଲେ। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ରେ ବ୍ଲକ ର ୨୨ ପଞ୍ଚାୟତ ର ଜନ ପ୍ରତିନିଧି, ବ୍ଲକ ଅଧିକାରୀ ଓ କର୍ମଚାରୀ ସମେତ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।
କୋକସରା ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଙ୍କୁ ସମ୍ବର୍ଦ୍ଧନା କଲେ ଜନ ପ୍ରତିନିଧି ଓ ବ୍ଲକ ପ୍ରଶାସନ ଅଧିକାରୀ।
