ହୋଲି ଖେଳିବା ବେଳେ କ’ଣ କରିବେ ନାହିଁ ?


ଭୁବନେଶ୍ବର: ଆଜି ରଙ୍ଗର ପର୍ବ ହୋଲି । ସାରା ରାଜ୍ୟରେ ତଥା ଦେଶର ବିଭିନ୍ନ ସ୍ଥାନରେ ଆଜି ପାଳନ କରୁଛନ୍ତି ଲୋକେ । ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ଜଣେ ଅନ୍ୟ ଜଣକୁ ରଙ୍ଗ ଲଗାଇ ନିଜ ଭଲ ପାଇବା ପ୍ରକାଶ କରୁଛନ୍ତି । ପରିବାର, ବନ୍ଧୁ, ପ୍ରିୟଜନଙ୍କୁ ନେଇ ରଙ୍ଗ ଖେଳରେ ମସଗୁଲ୍ ଅଛନ୍ତି ଲୋକେ ।

ପିଠା, ମିଠା, ପାନ ସାଙ୍ଗକୁ ଭଳି ଭଳିକା ଖାଇବାର ଆସର ବି ଜମିଛି । ରଙ୍ଗ ଲଗାଇ ପରସ୍ପରକୁ ଅଭିବାଦନ ଜଣାଇଛନ୍ତି ସମସ୍ତେ । ତେବେ ରଙ୍ଗ ଖେଳିବା ବେଳେ ସତର୍କ ରହିବାକୁ ଏବଂ ଜୈବିକ ରଙ୍ଗ ବା ହର୍ବାଲ୍ କଲର୍ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ଏବେ ଆସନ୍ତୁ ହୋଲି ଖେଳ ବେଳେ କ’ଣ କରିବା ।

– କେମିକାଲ ରଙ୍ଗର ବ୍ୟବହାର କରିବା ନାହିଁ

– ରଙ୍ଗ ଖେଳ ବେଳେ ଆଖି ଓ କାନର ସୁରକ୍ଷା ପ୍ରତି ଧ୍ୟାନ ଦେବା

– କେମିକାଲ ଯୁକ୍ତ ରଙ୍ଗ ବ୍ୟବହାର କରିବା ନାହିଁ

– ହାନିକାରକ ରଙ୍ଗରୁ ବର୍ତ୍ତିବାକୁ ଦେହରେ ତେଲ କିମ୍ବା ଲୋସନ ଲଗାଇବା

– ହୋଲି ଖେଳ ବେଳେ କ’ଣ କରିବା ନାହିଁ

– ରସାୟନିକ ତଥା କୃତ୍ରିମ ରଙ୍ଗର ବ୍ୟବହାର କରିବା ନାହିଁ

– ଅସୁସ୍ଥ ବ୍ୟକ୍ତି ଓ ଛୋଟ ଶିଶୁଙ୍କୁ ରଙ୍ଗଠାରୁ ଦୂରେଇ ରଖନ୍ତୁ – ହୋଲି ଖେଳ ବେଳେ କୌଣସି ନିଶା ଦ୍ରବ୍ୟ ସେବନ କରନ୍ତୁ ନାହିଁ