ଅସ୍ତରଙ୍ଗ,୧୭/୨:- ଅସ୍ତରଙ୍ଗ ସାମୁଦ୍ରିକ ପୁଲିସ୍ ପକ୍ଷରୁ ଆଜି ଝାଡଲିଙ୍ଗ ପଞ୍ଚାୟତ ଅଫିସ୍ ଠାରେ କମ୍ୟୁନିଟ୍ ପୋଲିସି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମରେ ଅତିଥି ଭାବେ ଝାଡଲିଙ୍ଗ ପଞ୍ଚାୟତ ସରପଞ୍ଚ ବୃନ୍ଦାବନ ନାୟକ,ସମ୍ମାନିତ ଅତିଥି ଭାବେ ପୂର୍ବତ୍ତନ ଜିଲ୍ଲାପରିଷଦ ସଭ୍ୟ ଗଦାଧର ବିଶ୍ୱାଳ,ସାମୁଦ୍ରିକ ଥାନା ଅଧିକାରୀ ଅଚ୍ୟୁତାନନ୍ଦ ବେହେରା, ତଟରକ୍ଷୀ ସୂରକ୍ଷା ଦାୟିତ୍ୱରେ ବୋଟ୍ ର ଟେକ୍ନିକାଲ ମୁଖ୍ୟ ପ୍ରକାଶ କୁମାର ଦାସ, ଏଏସ୍ ଆଇ ବିପ୍ର ଚରଣ ସ୍ୱାଇଁ ଓ ଅନ୍ୟମାନେ ଯୋଗଦେଇଥିଲେ | ଏହି କାର୍ଯ୍ୟକ୍ରମରେ ନୂଆଗଡ ଓ ଝାଡ଼ଲିଙ୍ଗ ପଞ୍ଚାୟତରୁ ବହୁ ବୁଦ୍ଧିଜୀବୀ,ଜନପ୍ରତିନିଧି,ସମାଜସେବୀ ଛାତ୍ରଛାତ୍ରୀ, ଯୁବପିଢୀ ମଧ୍ୟ ଯୋଗଦେଇଥିଲେ ।
ସାଧାରଣ ଲୋକ ଓ ପୁଲିସ୍ ମଧ୍ୟରେ କିପରି ଉତ୍ତମ ସମ୍ପର୍କ ସ୍ଥାପନ ,ପୁଲିସ୍ ଉତ୍ତମ ସେବା ଯୋଗାଇଦେବ, ଜନ ସାଧାରଣଙ୍କ କିପରି ସହଯୋଗ ରହିବ,ବାହ୍ୟ ଶତ୍ରୁ ସମ୍ପର୍କରେ ସୂଚନା ଦେବା ସମ୍ପର୍କରେ ଆଲୋଚନା ହେବା ସହ ଏକ ସଚେତନତା ସୃଷ୍ଟି କରାଯାଇଥିଲା | ଉପକୂଳର ସୂରକ୍ଷା ଦିଗରରେ ପୁଲିସ୍ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ ଲୋଡିଛି । କୌଣସି ମୁହୂର୍ତ୍ତରେ ବାହ୍ୟ ଶତ୍ରୁ କିମ୍ବା ସନ୍ଧିଗ୍ଧଙ୍କ ସୂଚନା ପାଇବା ମାତ୍ରେ ପୁଲିସ୍ ନଜରକୁ ଆଣିବାକୁ ଥାନା ଅଧିକାରୀ ଶ୍ରୀ ବେହେରା ନିବେଦନ କରିଥିଲେ | କାର୍ଯ୍ୟକ୍ରମ ଶେଷରେ ସ୍ଥାନୀୟ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ପୂର୍ବରୁ ଝାଡ଼ଲିଙ୍ଗ ପଞ୍ଚାୟତର ବିଭିନ୍ନ ବିଦ୍ୟାଳୟରେ ପ୍ରତିଯୋଗିତା କରି ତନ୍ମଧ୍ୟରେ ଶ୍ରେଷ୍ଠ ସ୍ଥାନ
ଅଧିକାର କରିଥିବା ଛାତ୍ର ଛାତ୍ରୀ ବରିଷ୍ଠ ନାଗରିକ , ବୁଦ୍ଧିଜୀବୀ ମାନଙ୍କୁ ଏହି କାର୍ଯ୍ୟକ୍ରମ ରେ ମାନପତ୍ର ସହ ପୁରସ୍କାର ଦିଆଯାଇ,ପୁରସ୍କୃତ କରା ଜାଇ ଥିଲା ।
ଝଡାଲିଂଗ ରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ।
