Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ନବ ଦାସଙ୍କ ପତ୍ନୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ନବ ଦାସଙ୍କ ପତ୍ନୀ। ନବ ଦାସ ହତ୍ୟା ଘଟଣାରେ ସାନି ତଦନ୍ତ ଆରମ୍ଭ ହୋଇଛି।

ଗତକାଲି ସ୍ବର୍ଗତ ନବ ଦାସଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରିଥିଲା କ୍ରାଇମବ୍ରାଞ୍ଚ ଟିମ୍। ଏଥିପାଇଁ ନବ ଦାସଙ୍କ ଝାରସୁଗୁଡ଼ା ଘରେ ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍‌ । ନବ ଦାସଙ୍କ ପତ୍ନୀ ମିନତି ଦାସ, ପୁଅ ବିଶାଳ ଦାସ ଓ ଝିଅ ଦୀପାଳି ଦାସଙ୍କ ବୟାନ ରେକର୍ଡ କରିଛନ୍ତି।

ତେବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ନେଇ ନବ ଦାସଙ୍କ ପତ୍ନୀ ପୂର୍ବରୁ ଚିଠି ଲେଖି ଜଣାଇଥିଲେ । ୨ ବର୍ଷ ପରେ ପୁଣିଥରେ ବହୁ ଚର୍ଚ୍ଚିତ ନବ ଦାସ ହତ୍ୟାର ଫାଇଲ ଖୋଲିଛି । ସୂଚନାଯୋଗ୍ୟ, ପୂର୍ବରୁ ସିବିଆଇ ତଦନ୍ତ ପାଇଁ ପରିବାର ଲୋକଙ୍କୁ ଲିଖିତ ଭାବେ ଦେବାକୁ ପଡିବ ବୋଲି ରାଜ୍ୟ ଆଇନ ମନ୍ତ୍ରୀ କହିଥିଲେ । ଏବେ ପରିବାର ପକ୍ଷରୁ ଏ ସଂକ୍ରାନ୍ତରେ ଲିଖିତ ଆବେଦନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ୨୦୨୩ ଜାନୁଆରୀ ୨୯ରେ ବ୍ରଜରାଜନଗର ଗାନ୍ଧୀ ଛକଠାରେ ନବ ଦାସଙ୍କୁ ଗୁଳି କରିଥିଲା ଏଏସଆଇ ଗୋପାଳ ଦାସ । ତେବେ ଏହି ହତ୍ୟା ଘଟଣାକୁ ୨ ବର୍ଷ ପୂରିଗଲାଣି।