୯ ମାସ ମହାକାଶରେ କ’ଣ ଖାଉଥିଲେ ସୁନିତା ?


ଭୁବନେଶ୍ବର: ସୁନୀତା ଓ୍ବିଲିୟମ୍ସ ଏବଂ ବୁଚ୍ ଓ୍ବିଲମୋର ୮ ଦିନ ପାଇଁ ମହାକାଶକୁ ଯାଇଥିଲେ । ହେଲେ ଫେରି ନପାରି ୯ ମାସ ସେଠାରେ ଫସି ରହିଥିଲେ । ଏହି ୯ ମାସ ସେମାନଙ୍କ ପାଇଁ ଥିଲା ଅତ୍ୟନ୍ତ କଠିନ ସମୟ । ଆଜି ଭୋରୁ ଏମାନଙ୍କ ସହ ପୂର୍ବରୁ ମହାକାଶରେ ଥିବା ଆଉ ଦୁଇ ଜଣ ମହାକାଶଚାରୀ ପୃଥିବୀରେ ସୁରକ୍ଷିତ ଅବତରଣ କରିଛନ୍ତି । ଏବେ ସମସ୍ତେ ଜାଣିବାକୁ ଇଚ୍ଛୁକ, ୮ ଦିନର ପ୍ରସ୍ତୁତି କରି ଯାଇଥିବା ସୁନିତା ସେଠାରେ କେମିତି ୯ ମାସ ରହି ପାରିଲେ ? କ’ଣ ଖାଉଥିଲେ ? ସାଙ୍ଗରେ ନେଇଥିବା ନିତ୍ୟ ବ୍ୟବହାର ସାମଗ୍ରୀ କ’ଣ ଯଥେଷ୍ଟ ହୋଇଥିଲା ଏତେ ଦିନ ଚଳିବା ପାଇଁ ?

ସୁନୀତା ୮ ଦିନ ପାଇଁ ବିଭିନ୍ନ ପ୍ରକାର ଖାଦ୍ୟ ନେଇ ମହାକାଶକୁ ଯାଇଥିଲେ । ହେଲେ ତାଙ୍କୁ ୯ ମାସ ରହିବାକୁ ପଡ଼ିଥିଲା । ମିଳିଥିବା ସୂଚନା ଅନୁସାରେ, ସୁନୀତା ସେଠାରେ ବଭିନ୍ନ ପ୍ରକାରର ଖାଦ୍ୟ ଖାଉଥିଲେ । ବ୍ରେକଫାଷ୍ଟରେ ଗହମ ଜାତୀୟ ଖାଦ୍ୟ ସହ ପାଉଡର କ୍ଷୀର ଖାଉଥିଲେ । ଏଥିସହ ପିଜା, ଫଳ ଓ ପନିପରିବା ଖାଉଥିଲେ ସୁନୀତା । ସ୍ପେସ୍ ଷ୍ଟେସନରେ ପିଇବା ପାଇଁ ୫୩୦ ଗ୍ୟାଲନର ପାଣି ଟ୍ୟାଙ୍କ ଥିଲା । ମ୍ୟାଗନେଟିକ୍ ଟ୍ରେରେ ଖାଦ୍ୟ ପ୍ରସ୍ତୁତ କରୁଥିଲେ ସୁନୀତା ଓ ତାଙ୍କ ସହଯୋଗୀ ।

ଉଲ୍ଲେଖଯୋଗ୍ୟ, ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସାଥୀ ବୁଚ ୱିଲମର, ୮ ଦିନର ମିଶନ ବଦଳରେ ପ୍ରାୟ ୯ ମାସ ମହାକାଶରେ ଫସି ରହିଥିଲେ । ଗତ ବର୍ଷ ଜୁନ୍ ୫ ତାରିଖରେ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋର ବୋଇଂ ଷ୍ଟାର୍ ଲାଇନର୍ ମହାକାଶ ଯାନରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚିଥିଲେ । କିନ୍ତୁ ମହାକାଶଯାନର ପ୍ରପଲ୍ସନ ସିଷ୍ଟମରେ ତ୍ରୁଟି ଓ ହିଲିୟମ ଗ୍ୟାସ୍ ଲିକ୍ ଯୋଗୁଁ ସେମାନଙ୍କ ପ୍ରତ୍ୟାବର୍ତ୍ତନ ବିଳମ୍ବ ହୋଇଥିଲା । ଶେଷରେ ଆଜି ଭୋରରୁ ସ୍ପେସ୍ ଏକ୍ସ କ୍ୟାପସୁଲରେ ସେମାନେ ପୃଥିବୀ ପୃଷ୍ଠକୁ ଫେରିଛନ୍ତି ।