Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାତୀୟ ସ୍ୱାସ୍ଥ୍ୟ ମିଶନ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ସ୍ୱାସ୍ଥ୍ୟ ସେବା ବାଧାପ୍ରାପ୍ତ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଥିବା ପ୍ରାୟ ୮୦ ଜଣ ଏନ୍ ଏଚ୍ ଏମ କର୍ମଚାରୀ ଏବେ ଆନ୍ଦୋଳନରେ ରହି ଥିବାରୁ ସାଧାରଣ ଲୋକଙ୍କ ପାଇଁ ଥିବା ବିଭିନ୍ନ ସ୍ବାସ୍ଥ୍ୟ ସେବା ତଥା ଅନ୍ୟାନ୍ୟ ସେବା ପ୍ରଭାବିତ ହେଉଥିବା ଅଭିଯୋଗ ହେଉଛି l ରାଜ୍ୟ ଏନ୍ ଏଚ ଏମ କର୍ମଚାରୀ ସଂଘର ଆନ୍ଦୋଳନ ଡ଼ାକରାରେ ସାରା ରାଜ୍ୟର ଏନ୍ ଏଚ ଏମ କର୍ମଚାରୀ ଏବେ ରାଜଧାନୀ ରେ ଧାରଣା ରେ ରହିଛନ୍ତି l କର୍ମଚାରୀଙ୍କ ଆନ୍ଦୋଳନ ଫଳରେ ରୋଗୀସେବା ବାଧାପ୍ରାପ୍ତ ହେଉଥିବାର ପରିଲକ୍ଷିତ ହେଉଛି। ଟିବି ରୋଗୀ ମାନେ ସରକାର ଙ୍କ ତରଫ ରୁ ମିଳୁଥିବା ବିଭିନ୍ନ ପ୍ରକାର ଔଷଧ, ଖାଦ୍ୟ ପାଇ ପାରୁ ନାହାନ୍ତି , ପ୍ରସବ କରିଥିବା ମାଁ ମାନଙ୍କୁ ତାଙ୍କ ଜନନୀ ସୁରକ୍ଷା ପାଉଣା ଗସ୍ତ ଖର୍ଚ୍ଚ ପ୍ରାପ୍ୟ ପ୍ରଦାନ କରାଯାଇ ପାରୁ ନାହିଁ, ରୋଗୀ ଙ୍କୁ ଠିକ୍ ସମୟ ରେ ଔଷଧ ପ୍ରଦାନ କରାଯାଇ ପାରୁ ନାହିଁ l ଏହି ଆନ୍ଦୋଳନ ଫଳରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅନେକ ସମସ୍ୟା ଉପୁଜିଛି l ଜନସ୍ବାସ୍ଥ୍ୟ ପରିଚାଳନା ପଦବୀ ସୃଷ୍ଟି ଓ ଚାକିରୀ ର ସ୍ଥାୟୀ କାରଣ ଦାବି ରେ କର୍ମଚାରୀ ଆନ୍ଦୋଳନ ଜାରି ରଖିଛନ୍ତି l ଯଦି ଦାବି ପୂରଣ ନ ହୁଏ ତେବେ ଏହି ଆନ୍ଦୋଳନ ଜାରି ରହିବ ବୋଲି କର୍ମଚାରୀ ମାନେ ସୂଚନା ଦେଇଛନ୍ତି l ସରକାର ଯଥା ଶୀଘ୍ର ଏ ଦିଗରେ ପଦକ୍ଷେପ ନେବାକୁ ସାଧାରଣ ଦାବି ହେଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ