Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ଲକ ସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ପାଈଁ ଭ୍ରମଣ ଯାତ୍ରା

ଲକ୍ଷ୍ମୀପୁର ୨୨/୦୩ ..ଲକ୍ଷ୍ମୀପୁର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ବ୍ଲକ ସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ପାଈଁ ଭ୍ରମଣ ଯାତ୍ରା ଅନୁଷ୍ଠିତ କରାଯାଇଛି।ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ବିଭୂତି ଭୂଷଣ ଟାକ୍ରୀ ଓ ମଦନ ମୁଦୁଲିଙ୍କ ପ୍ରତ୍ୟେକ ତତ୍ତ୍ଵାବଧାନରେ ଏହି ଭ୍ରମଣ ଯାତ୍ରାର ଶୁଭାରମ୍ଭ ହୋଇଯାଇଛି।ବ୍ଲକରେ ଥିବା ୧୧ଟି କ୍ଲଷ୍ଟର ର ୩୦୩ ଜଣ ଛାତ୍ର ଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଛନ୍ତ।ସମୂହ ଛାତ୍ର ଛାତ୍ରୀ ମାନେ ସ୍ଥାନୀୟ ସାଙ୍ଗାନ୍ନା  ହାଇସ୍କୁଲ୍ ଠାରୁ ବାହାରି ସିଧା ରାୟଗଡ଼ା ଜିଲ୍ଲା ନାଗାବଳୀ ପ୍ଲାନେଟରୀଅମ୍ ବୁଲି ଦେଖି ପୁଣି ସନ୍ଧ୍ୟାରେ ଫେରିଛନ୍ତି ।ଆଜି ସକାଳୁ ସମୂହ ଛାତ୍ର ଛାତ୍ରୀ ଛଅଟି ବସରେ ବାହାରିଥିବା ବେଳେ ସେମାନଙ୍କୁ ସୁରୁଖୁରୁରେ ନେବା ଆଣିବା ପାଈଁ ସମସ୍ତ ସିଆରସି ମାନଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି।ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା ବୈଜ୍ଞାନିକ ମନୋଭାବ ପ୍ରତି ଛାତ୍ର ଛାତ୍ରୀ ମାନଙ୍କୁ ଆକ୍ରୁଷ୍ଟ କରିବା।ଏହି ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ପରେ ଛାତ୍ର ଛାତ୍ରୀଙ୍କ ଜୀବନୀ ଉପରେ କି ପ୍ରଭାବ ପଡୁଛି ତାହା ଦେଖିବାକୁ ବାକି ରହିଲା।କାର୍ଯ୍ୟକ୍ରମ ରେ ୧୮ ଜଣ ଗାଇଡ଼ ଶିକ୍ଷକ ଓ ସିଆରସିସି ମାନେ ଯୋଗଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ