Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝାଏଁରେ କଲାପଟା ସଂସଦ ବାର୍ଷିକତ୍ସବ ଅନୁଷ୍ଠିତ

ବରପାଲି: ବରପାଲି ବ୍ଳକ ବନ୍ଧପାଲି ମାମଚାନ୍ଦ ଛକ ସ୍ଥିତ ଝାଏଁରେ କଲାପଟା ପଚଂମ ବାର୍ଷିକ ଉତ୍ସବ ରବିବାର ରାତ୍ର ସମୟରେ ସମାପନ ହୋଇଯାଇଛି। ଝାଏଁରେ କଲାପଟା ସଭାପତି ଭରତ ମେହେରଙ୍କ ସଭାପତିତ୍ବରେ ପ୍ରଥମ ପର୍ଯ୍ୟାୟ ଅଧିବେଶନ “କଲାପଟା ଚର୍ଚ୍ଚା” ଆରମ୍ଭ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଡଃ ଲକ୍ଷ୍ମୀ ନାରାୟଣ ପାଣିଗ୍ରାହୀଙ୍କ ଦ୍ବାରା କାର୍ଯ୍ୟକ୍ରମ ଉଦଘାଟିତ ହୋଇଥିଲା। ମୂଖ୍ୟବକ୍ତା ଭାବରେ କବି ଓ ସାହିତ୍ୟକ ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର ତାଙ୍କ ବକ୍ତବ୍ୟରେ ସାହିତ୍ୟ କ୍ଷେତ୍ରରେ କଲାପଟାର ଅବଦାନ ଅତୁଳନିୟ ଯାହାକି ଆଗାମି କବି ଓ ସାହିତ୍ୟକାର ମାନଙ୍କ ପ୍ରଗତିପଥରେ ନିଶ୍ଚିତ ରୂପେ ଏକ ମାଇଲଖୁଣ୍ଟ ସାଜିବ ବୋଲି ବର୍ଣ୍ଣନା କରିଥିଲେ। ସମ୍ମାନିତ ଅତିଥି ଭାବେ ସାହିତ୍ଯକ ଉତ୍ପନ୍ନ ଭୋଇ,ତେଜରୁ ବାରିକ୍,ଅଶୋକ ପୁଜାରୀ,ଅର୍ଜୁନ ମେହେର ପ୍ରମୁଖ ଯୋଗ ଦେଇ କଲାପଟା ସାହିତ୍ୟର ଅବଦାନ,ମୌଳିକତା,ଭାବନା ସମ୍ପର୍କିତ ବିଷୟକୁ ନେଇ ଅବଲୋକନ କରିଥିଲେ। ସେହିପରି ବିଶିଷ୍ଠ ଅନ୍ଯତମ ଅତିଥି ଭାବେ ସ୍ଥାନିୟ ସରପଞ୍ଚ ରମେଶ ମେହେର,ସମିତିସଭ୍ୟ ତ୍ରିଲୋଚନ ମେହେର ତଥା ସାହିତ୍ୟପ୍ରେମି ନବିନ ଗହିର,ସନ୍ତୋଷ ଦାଶ ମଧ୍ୟ ମଚାଂଶିନ ହୋଇଥିଲେ। ଚର୍ଚ୍ଚା ପ୍ରାରମ୍ଭ ପର୍ବରେ ଝାଏଁରେ କଲାପଟା ସମ୍ପାଦକ କବି ଭରତ ନାଏକ ସ୍ବାଗତ ଜଣାଇବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ବୂର୍ଲାର ବରିଷ୍ଠ କବି/ଗିତିକାର୍ ଶିବ ଶଙ୍କର ପ୍ରଧାନଙ୍କୁ ଚଳିତବର୍ଷର କଲାପଟା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଶେଷରେ କୃଷ୍ଣ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।
ପରେ ଦ୍ଵିତୀୟ ଅଧିବେଶନ ସୂଭାରମ୍ଭ ହେବା ସହ ସମ୍ବଲପୁରୀ/କୋଶଲି କବିତା ଆସର ଆୟୋଜିତ ହୋଇଥିଲା। କଲାପଟା ସମ୍ପାଦକ କବି ଭରତ ନାଏକ ଓ ସହସମ୍ପାଦକ କୃଷ୍ଣ ମେହେରଙ୍କ ସଂଯୋଜନାରେ କବିତାପାଠତ୍ସବ ଆରମ୍ଭ ହୋଇଥିଲା। ନିମନ୍ତ୍ରିତ କବି ଭାବେ କିଶୋର କୁମାର୍ ସାହୁ,ହରିଲାଲ୍ ସାହୁ,ତରଣୀ ସେନ୍ ଜେନା,ମୁନିରାମ୍ କୁମ୍ଭାର,ନକୁଲ ମେହେର,ମନ ରଞ୍ଜନ ଲୁହା,ରୋହିତ ମେହେର,ରାଜେଶ କାରିଆ,ରାମ ପ୍ରସାଦ ବାଗ,ମକରଧ୍ବଜ ମାହୁ, ମାନିନୀ ମେହେର, ଅହଲ୍ୟା ପ୍ରଧାନ, ସାବିତ୍ରୀ ମେହେରଙ୍କ ସମେତ ଅନ୍ଯ ୩୦ ଜଣ କବି ଓ କବିୟତ୍ରି ନିଜସ୍ବ ରଚିତ କବିତା ମାନ ପାଠ କରିଥିଲେ।

କାର୍ଯ୍ଯକ୍ରମ ପରିଚାଳନାରେ ଝାଏଁରେ କଲାପଟା କୁଟୁମ ସଦସ୍ୟ ଉମାକାନ୍ତ ସାହୁ ରୋହିତ ସାହୁ, ମୋତିରାମ ମେହେର, କୃଷ୍ଣ ସାହୁ,ଭାଗିରଥି ବିଭାର, ଲଲିତ ମେହେର,ବାଲକୃଷ୍ଣ ମେହେର,ଅଭି ମେହେର୍ ଅବିନାଶ ପୁରି,ହରି ମେହେର, କ୍ଷୀରସିନ୍ଧୁ ସେଠ୍,ସିନୁ ଚେଟ୍ଟି,ସୁଶାନ୍ତ ସାହୁ, ରାଜିବ ମେହେର, ବିକାଶ ମେହେର ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ