Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ରେଙ୍ଗାଲି ପୁଲିସର ବଡ଼ ସଫଳତା ଡକାୟତି ଯୋଜନା ପଣ୍ଡ ୪ ଗିରଫ ଜଣେ ଫେରାର ସ୍କରଫିଓ, ପିକଅପ ଗାଡ଼ି ସହ ଟଙ୍କା, ମୋବାଇଲ, ମାରଣାସ୍ତ୍ର ଜବତ

ଝାରସୁଗୁଡା ୨୩/୩ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ପୁଲିସକୁ ବଡ଼ ସଫଳତା ମିଳିଛି । ରେଙ୍ଗାଲି ଥାନା ଭିକମପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଉସେନପାଲି (ଖ) ତୁରିପଡ଼ା ଜଙ୍ଗଲରେ ଡକାୟତି ଯୋଜନା କରୁଥିବା ବେଳେ ରେଙ୍ଗାଲି ପୁଲିସ ଚଢ଼ାଉ କରି ୪ ଜଣ ଦୁର୍ବୁତ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ଗିରଫ ଅଭିଯୁକ୍ତ ମାନେ ହେଲେ ରେଙ୍ଗାଲି ଥାନା କନକତୋରା ଗାଁର ଶଙ୍କର ମେହେର (୫୩) ଓ ବାଉସେନପାଲି (ଖ) ଗାଁର ଫକୀର ସା (୫୦) ଏବଂ ପଡ଼ୋଶୀ ସୁନ୍ଦରଗଡ ଜିଲ୍ଲା ଭସ୍ମା ଥାନା ଅଞ୍ଚଳର ଲେଖଚରଣ ରୋହିଦାସ (୩୪) ଓ ଚନ୍ଦ୍ର ମୁଣ୍ଡା (୩୪) ଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଓଡି ୨୩ ଜି ୩୪୫୫ ନମ୍ବର ବିଶିଷ୍ଟ ଗୋଟିଏ ଧଳା ରଙ୍ଗର ସ୍କୋର୍ପିଓ, ଏକ ମହିନ୍ଦ୍ରା ପିକଅପ୍ ଗାଡ଼ି (ଓଡି ୦୪ ଏଲ ୫୦୬୨), ଗୋଟିଏ ବଜାଜ ଡିସ୍କଭର ମଟର ସାଇକେଲ ଯାହାର ନମ୍ବର ହେଉଛି ସିଜି ୧୩ ଏଚ ୨୨୦୪ ସହ ଚାରିଟି ମୋବାଇଲ୍ ଫୋନ୍, ନଗଦ ୧୦ ହଜାର ୫୦ ଟଙ୍କା, ଦୁଇଟି ଭୁଜାଲି, ଗୋଟିଏ ଟର୍ଚ୍ଚ ଲାଇଟ ଏବଂ ଗୋଟିଏ ପାକିଟ ଲାଲ ଲଙ୍କା ଗୁଣ୍ଡ ଜବତ ହୋଇଥିଲା । ସେମାନଙ୍କ ବିରୁଦ୍ଧରେ ଥାନାରେ ଏକ ମାମଲା ରୁଜୁ କରି ଚାରି ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରା ଯାଇଛି ଏବଂ ଫେରାର ଅଭିଯୁକ୍ତକୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି ରେଙ୍ଗାଲି ଥାନା ଇନଚାର୍ଜ ସମରେନ୍ଦ୍ର ନାୟକ ସୂଚନା ଦେଇଛନ୍ତି ।
ପୁଲିସର ତଥ୍ୟ ଅନୁଯାୟୀ ଶନିବାର ବିଳମ୍ବିତ ରାତିରେ ଭିକମପାଲି ପଞ୍ଚାୟତ ଅନ୍ତର୍ଗତ ବାଉସେନପାଲି (ଖ) ତୁରିପଡ଼ା ଜଙ୍ଗଲରେ ପାଞ୍ଚ ଜଣ ବ୍ୟକ୍ତି ଏକତ୍ରିତ ହୋଇ ଏକ2ବଡ଼ ଧରଣର ଡକାୟତି କରିବା ନିମନ୍ତେ ଯୋଜନା କରୁଥିଲେ । ଏ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ରେଙ୍ଗାଲି ଥାନା ଇନଚାର୍ଜ ସମରେନ୍ଦ୍ର ନାୟକ ସଦଳବଳେ ଚଢ଼ାଉ କରି ପାଞ୍ଚ ଜଣଙ୍କ ମଧ୍ୟରୁ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ଧାରର ସୁଯୋଗ ନେଇ ଜଣେ ଦୁର୍ବୁତ୍ତ ଫେରାର ହୋଇ ଯାଇଥିଲା ।

More Stories