Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚୋରା ମଦ ବ୍ୟବସାୟୀ କୁ ନେଇ ଗ୍ରାମରେ ଉତ୍ତେଜନା । ଗ୍ରାମାଞ୍ଚଳ ରେ ବୃଦ୍ଧି ପାଇବାରେ ଲାଗିଛି ଚୋରା ମଦ ବିକ୍ରି ।

ଅସ୍ତରଙ୍ଗ,,ରାଜ୍ୟ ରେ ଡବଲ ଇଞ୍ଜିନ ସରକାର ଙ୍କ ଶାସନ ଆସିବା ପରେ ପ୍ରତ୍ୟେକ ଅଞ୍ଚଳ ରେ ପରିବର୍ତ୍ତନ ର ଚିତ୍ର ଦୃଷ୍ଟିଗୋଚର ହେଇ ଥିବା ବେଳେ,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ରେ ଅରାଜକତା ଦିନକୁ ଦିନ ବୃଦ୍ଧି ପାଇବା ସହ ଚୋରା ମଦ ବ୍ୟବସାୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।
ଏଠାରେ ପ୍ରକାଶ ଯୋଗ୍ୟ ଯେ,ଅସ୍ତରଙ୍ଗ ବ୍ଲକ ସରିପୁର ଗ୍ରାମ ରେ ରାତ୍ର ସମୟ ରେ ଗ୍ରାମ ରୁ ଆସିଛି କିଛି ପ୍ରତିବାଦ ସହିତ ଉତ୍ତେଜ୍ଜନା ମୂଳକ ଦୃଶ୍ୟ । ଘଟଣା ସମ୍ପର୍କ ରେ ଜାଣିବା ପାଇଁ ଆମେ ପହଞ୍ଚିଥିଲୁ ଘଟଣା ସ୍ଥଳରେ । ମାତ୍ର ଯାହା ଆମେ ଶୁଣିଲୁ ଆଉ ଦେଖିଲୁ ତାହା ଆଶ୍ଚର୍ଯ୍ୟ କରିବା ଭଳି ଦୃଶ୍ୟ । ଗ୍ରାମ ର ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର, ନିକଟରେ ଜଣେ ବ୍ୟକ୍ତି ଆଜକୁ ଦୀର୍ଘ ବର୍ଷ ହେବ କରି ଆସୁଛି ବିପୁଳ ପରିମାଣ ରେ ଚୋରା ମଦ ସହିତ ଆସ୍କା ଫଟି । ଯାହାକୁ ନେଇ ଗ୍ରାମାଞ୍ଚଳ ର ପରିବେଶ ଉପରେ ପଡିଛି ସମ୍ପୂର୍ଣ୍ଣ କୁ କୁ ପ୍ରଭାବ।ଏହି ଚୋର ମଦ
କାର ବାରକୁ ବିରୋଧ କରିବାରୁ ବ୍ୟବସାୟୀ ଙ୍କ ତରଫରୁ ଗ୍ରାମବାସୀ ଙ୍କୁ ମାରଣାସ୍ତ୍ର ରେ ଆକ୍ରମଣ କରିବାକୁ ଉଦ୍ୟମ ସହ, ତୀବ୍ର ବିରୋଧ କରିଥିଲେ ଚୋରା ମଦ ବ୍ୟବସାୟୀ । ଯାହା ଫଳରେ ଘଟଣା ସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । କିଛି ସମୟ ପରେ ଅସ୍ତରଙ୍ଗ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି କୁ ନିୟନ୍ତ୍ରଣ କରିବାକୁ ପ୍ରୟାସ କରିଥିଲେ ବି ଆଜି ପର୍ଯ୍ୟନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ପୋଲିସ ଗ୍ରହଣ କରି ପାରି ନ ଥିବାରୁ ଗ୍ରାମ ରେ ଅସନ୍ତୋଷ ଲାଗି ରହିଛି । ପୋଲିସ ଘଟଣା ସ୍ଥଳକୁ
ଆସୁଛି ମାତ୍ର କିଛି ଟା ମଦ ପେଟି ଜବତ କରୁଛି ସତ, ମାତ୍ର ବ୍ୟବସାୟୀ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ ଯାହାକୁ ନେଇ ପୋଲିସ ରେ ନିରପେକ୍ଷତା ଉପରେ ଜନସାଧାରଣ ପ୍ରଶ୍ନବାଚୀ ସୃଷ୍ଟି କରିବା ବେଳେ ଆଗାମୀ ଦିନ ରେ ଏହି ଘଟଣା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନ ନେଲେ ଅସ୍ତରଙ୍ଗ ଥାନା ଘେରାଉ କରିବା ସହିତ ଆନ୍ଦୋଳନ ର ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ