Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରପାଲି ମହାବିଦ୍ଯାଳୟରେ ବିଶ୍ବ ରେଡକ୍ରସ ଦିବସ

ବରପାଲି:ବରପାଲି ମହାବିଦ୍ଯାଳୟ ପରିସରରେ ଯୁବ ରେଡକ୍ରସ ବିଭାଗ ପକ୍ଷରୁ ବିଶ୍ବ ରେଡକ୍ରସ ଦିବସ ପାଳିତ ହୋଇଯାଇଛି। ସୋମବାର ପୁର୍ବାହ୍ନ ସମୟରେ ମୂଖ୍ଯଅତିଥି ଭାବେ ଅଧ୍ଯକ୍ଷ ସୁଶିଲ କୁମାର ସତପଥି ଯୋଗ ଦେଇ କାର୍ଯ୍ଯକ୍ରମକୁ ଉଦଘାଟନ କରିଥିଲେ। ରେଡକ୍ରସ ପରାମର୍ଶଦାତା ଅଧ୍ଯାପକ ଅଲେଖ ମହାନନ୍ଦଙ୍କ ସଭାପତିତ୍ବରେ ସଭାକାର୍ଯ୍ଯ ସଂଚାଳିତ ହୋଇଥିଲା। ମୂଖ୍ଯବକ୍ତା ଭାବରେ ବିଜେପୁର ଡିଗ୍ରିମ କଲେଜ ରେଡକ୍ରସ ପରାମର୍ଶଦାତା ଓଡିଆ ଅଧ୍ଯାପକ ସରୋଜ କୁମାର ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ସମ୍ମାନିତ ବକ୍ତା ଭାବେ ବରପାଲି କଲେଜ ଓଡିଆ ଅଧ୍ଯାପକ ଉତ୍ତର କୁମାର ଗଡତିୟା ଯୋଗ ଦେଇଥିଲେ। ଅତିଥି ମାନେ ରେଡକ୍ରସର ମୂଳଲକ୍ଷ୍ଯ,ରେଡକ୍ରସପ୍ରାଣପ୍ରତିଷ୍ଠାତା ଡ.ଜନ ହନେରୀ ଡୁନାଣ୍ଙଙ୍କ ଆତ୍ମଜିବନୀ,ସମାଜସେବାରେ ରେଡକ୍ରସର ମହତ୍ବ,ସେବା କ୍ଷେତ୍ରରେ ଶିକ୍ଷାର୍ଥି ମାନଙ୍କ ଭୂମିକା ସମ୍ପର୍କିତ ବିଭିନ୍ନ ଉପାଦନ ତତ୍ବକୁ ନେଇ ଆଲୋକପାତ କରିଥିଲେ। ସଭା ପ୍ରାରମ୍ଭରୁ ଅତିଥି ମାନେ ସ୍ବେଚ୍ଛାସେବୀ ମାନଙ୍କ ଗହଣରେ ଡ.ହେନେରୀଙ୍କ ଫଟଚିତ୍ରରେ ଶ୍ରଦ୍ଧାସୂମନ ଅର୍ପଣ ମାଧ୍ଯମରେ ପ୍ରଦିପ ପ୍ରଜଳ୍ବନ ଓ ପୁଷ୍ପମାଳ ଅର୍ପଣ କରିଥିଲେ। ପରିସଶେଷରେ ସ୍ବେଚ୍ଛାସେବୀ ଅନମୋଲ କୁମାର ଅଗ୍ରହାରୀ ଧନ୍ଯବାଦ ଅର୍ପଣ କରିଥିଲେ। ପରିଚାଳନାରେ ଅଧ୍ଯାପକ ଅରୁଣ କୁମାର ବାରିକ,ବିଶ୍ବନାଥ ସାହୁ, ସ୍ବେଚ୍ଛାସେବୀ ଆକାଶ ଗୁପ୍ତା, ଅରୁଣ ବାଗଙ୍କ ସମେତ ଅନ୍ଯ ଛାତ୍ରଛାତ୍ରି ମାନେ ସହାୟତା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ