ବିଧାନସଭା ଆଗରୁ ବିଧାୟକଙ୍କୁ ଟେକି ନେଲା ପୋଲିସ


ଭୁବନେଶ୍ବର: ବିଧାନସଭା ପାଲଟିଛି ରଣକ୍ଷେତ୍ର । ସରକାର ଓ ବିରୋଧୀ ମୁହାଁମୁହିଁ । ପୋଲିସ ଲଗାଇ ବିରୋଧୀଙ୍କ ସ୍ବର ଚାପି ଦେବାକୁ ସରକାର ଉଦ୍ୟମ କରୁଥିବା ବିରୋଧୀଙ୍କ ଅଭିଯୋଗ । ଧାରଣାରେ ବସିଥିବା କଂଗ୍ରେସ ବିଧାୟକଙ୍କୁ ବିଧାନସଭା ଆଗରୁ ଟେକି ନେଲା ପୋଲିସ ।

ସୂଚନାଯୋଗ୍ୟ, କଂଗ୍ରେସ ବିଧାୟକମାନେ ଡ.ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାକୁ ବିଧାନସଭା ଭିତରକୁ ଯିବାବେଳେ ପଥରୋଧ କରିଥିଲା ପୋଲିସ । ହେଲେ ଉଭୟ ବିଜେଡି କଂଗ୍ରେସ ମିଶି ବିଧାୟକ ମିଶି ବିଧାନସଭା ଭିତରକୁ ଧସେଇ ପଶିବା ସହ ବ୍ୟାରିକେଡ୍ ଭାଙ୍ଗି ଦେଇଥିଲେ । ପରେ ବିଧାୟକମାନେ ଆସି ବିଧାନସଭା ଆଗରେ ବସିବାବେଳେ ସେମାନଙ୍କୁ ଜୋରଜବରଦସ୍ତି ଉଠାଇ ନେଲା ପୋଲିସ ।  କିଛି ବିଧାୟକଙ୍କୁ ଗାଡିରେ ବସାଇ ଅନ୍ୟତ୍ର ଛାଡି ଦେଇ ଆସିଛି ପୋଲିସ । 

ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାମଚନ୍ଦ୍ର କାଡାମ । ସେ କହିଛନ୍ତି, ରାଜ୍ୟରେ ଅପରାଧର ସଂଖ୍ୟା ବଢି ଚାଲିଛି । ଦିନକୁ ୮ରୁ ଅଧିକ ଦୁଷ୍କର୍ମ ଘଟୁଛି, ହତ୍ୟା ଘଟୁଛି ହେଲେ ରାଜ୍ୟ ସରକାର କିଛି କରିପାରୁନାହାନ୍ତି । ଏହାକୁ ବିରୋଧ କରି ନ୍ୟାୟ ମାଗିବାରୁ ଆଜି ସରକାର ଆମକୁ ଏଭଳି ଶାସ୍ତି ଦେଉଛନ୍ତି । ହେଲେ ସରକାରଙ୍କ ଏଭଳି ଜୁଲମରେ ଅଟକିବନି କଂଗ୍ରେସ  ବରଂ ଆଗକୁ ଦଳ ନିଜର ସ୍ବର ଶାଣିତ କରିବ ଓ ବିଧାନସଭା ବାହାରେ ଓ ଭିତରେ ଏ ଲଢେଇ ତୀବ୍ର ହେବ ।