Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଣମଣ ୟୁ ପି ସ୍କୁଲ ର ଆମ ସଂସ୍କୃତି ଆମ ଖେଳନା କୁ ନେଇ ବାର୍ଷିକ ଉତ୍ସବ।

ଅସ୍ତରଙ୍ଗ,, ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ଛୁରିଅନା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଣମଣ ଉପ୍ରା ବିଦ୍ୟାଳୟ ର ଆମ ସଂସ୍କୃତି ଆମ ଖେଳନା କୁ ନେଇ ଏକ ଦିନିକିଆ ବାର୍ଷିକ ଉତ୍ସବ ବୁଧବାର ଦିନ ମହା ସମାରୋହରେ ପାଳିତ ହୋଇ ଜାଇ ଅଛି। ଏହି କାର୍ଯ୍ୟକ୍ରମ କୁ ପ୍ରଦୀପ ପ୍ରଯୋଳନ ପୂର୍ବକ ଉଦ୍ଘାଟନ କରିଥିଲେ , କ୍ଲଷ୍ଟର କୋ ଡିନେଟର ଯଶୋବନ୍ତ ବେହେରା,ବରିଷ୍ଠ ସାମ୍ବାଦିକ ଦୁଃଶାସନ ନାୟକ ପ୍ରମୁଖ। ପ୍ରାରମ୍ଭ ରେ କ୍ଲଷ୍ଟର ମୁଖ୍ୟ ଯଶୋବନ୍ତ ବେହେରା, ପ୍ରଧାନ ଶିକ୍ଷୟତ୍ରୀ କଳ୍ପନା ଦେଇ,ଓ ସହକାରୀ ଶିକ୍ଷୟତ୍ରୀ ଲତିକା ମଞ୍ଜରୀ ଭୋଇ, ସରକାରୀ ବିଦ୍ୟାଳୟ ରେ, ସରକାର ଙ୍କ ତରଫରୁ ପିଲାଙ୍କ ଶିକ୍ଷା ଦାନ ପାଇଁ ଗ୍ରହଣ କରା ଯାଇ ଥିବା ବିଭିନ୍ନ ଯୋଜନା,ଓ ତାର ସଠିକ ନିରାକରଣ ଉପରେ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ,ଅଭିଭାବକ,ବୁଦ୍ଧିଜୀବୀ ମାନଙ୍କୁ ଅବଗତ କରାଇଥିଲେ । ତା ପରେ ପିଲା ମାନଙ୍କୁ ବରିଷ୍ଠ କନିଷ୍ଠ ଭାବେ ପାଞ୍ଚଟି ଦଳ ଭାବେ ଗ୍ରହଣ କରାଯାଇ ସେମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇ ଥିଲା । ନାଚ ,ଗୀତ,ପୁଚି, ଦଉଡ଼ି ଡିଆଁ, ଗଣିତ ଓ ବିଜ୍ଞାନ,ବେଙ୍ଗ ଡିଆଁ ,ମିଉଜିକ ଚେୟାର,ଦୌଡ଼,ଆଦି କାର୍ଯ୍ୟକ୍ରମ ରେ ଭାଗ ନେଇଥିବା କୃତି ପ୍ରତିଯୋଗୀ ମାନଙ୍କୁ ବିଚାରକ ମାନଙ୍କ ଦ୍ବାରା ମନୋନୀତ କରାଯାଇ ବିଦ୍ୟାଳୟ ତରଫରୁ ସିଲ,ରଚନା ବହି, ୱାର୍ଡ ବୁକ୍,ଖାତା,ପେନ୍, ବର୍ଣ୍ଣବୋଧ ଆଦି ପୁରସ୍କାର ସ୍ୱରୁପ୍ ପ୍ରଦାନ କରା ଯାଇ ଥିଲା । ଏହି କାର୍ଯ୍ୟକ୍ରମ ରେ,ବିଦ୍ୟାଳୟ ର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଦିବାକର ନାୟକ ସାମ୍ବାଦିକ ଆର୍ତ୍ତତ୍ରାଣ ମହାନ୍ତି,ୱାର୍ଡ ସଭ୍ୟ ଅନନ୍ତ ନାୟକ ଓ ସନ୍ଧ୍ୟା ରାଣୀ କାଣ୍ଡି ପରିଚାଳନା କମିଟି ସଭାପତି ସନ୍ତୋଷ ମଳିକ,ପ୍ରମୁଖ ଭାଷଣ ଦେଇ ୧୯୩୬ ମସିହାରେ ପ୍ରତିଷ୍ଠିତ ଏହି ମଣିଷ ତିଆରି କାରଖାନା ଆଜିର ଦିନରେ ୮୯ ବର୍ଷ ରେ ପଦାର୍ପଣ କରି ତାର ଉତ୍ସବ ପାଳନ କରୁଥିବାରୁ ତାର ଭୂୟସି ପ୍ରଂଶଶା କରିବା ସହ ,ଶିକ୍ଷାଦାନ ଉପରେ ଗୁରୁତା ରୋପ କରିଥିଲେ । ଏହି କାର୍ଯ୍ୟକ୍ରମ ର ସମସ୍ତ କାର୍ଯ୍ୟ ତଥା ପୁରାତନ ଛାତ୍ର ,ବରିଷ୍ଠ ସାମ୍ବାଦିକ ଶ୍ରୀ ଦୁଃଶାସନ ନାୟକ ପରି ଚାଳନା କରିଥିବା ବେଳେ,ଧନ୍ୟବାଦ୍ ଅର୍ପଣ କରିଥିଲେ,ସି ଆର ସି ସି, ଯଶୋବନ୍ତ ବେହେରା । ଗ୍ରାମର ଶତାଧିକ ପୁରୁଷ ମହିଳା, ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହିଥିଲେ ଓ ସେମାନଙ୍କ ଲାଗି ଖାଦ୍ୟ ପେୟର ବନ୍ଦୋବସ୍ତ କରା ଯାଇ ଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ