ଉଲୁଣ୍ଡା : (ସୌମିତ୍ରି ମେହେର) ହାଇୱା-ବୋଲେରୋ ଧକ୍କା ଲାଗି ଦୁଇ ମୃତ ହୋଇଥିବା ବେଳେ ତିନି ଅହତ ହୋଇଥିବା ଖବର୍ ଆଜି ସନ୍ଧ୍ୟାରେ ଜଣାପଡିଛି । ସୋନପୁର-ସମ୍ବଲପୁର ରାସ୍ତାର ମାଟୁପାଲି ନିକଟରେ ଘଟିଛି ଏହି ଦୁର୍ଘଟଣା । ମୃତକଙ୍କ ମଧ୍ୟରେ ଜଣେ ବୋଲେରୋ ଗାଡିର ଡ୍ରାଇଭର ନାୟକପଡା ଗାଁର ସୁଶୀଳ ନାଏକ ହୋଇଥିବାବେଳେ ଅନ୍ୟ ଜଣକ ହେଉଛନ୍ତି ଗୌଡ଼ଗାଁ ର ପପୁନ ପାତ୍ର । ସେହିଭଳି ଦୁର୍ଘଟଣାରେ ହାଇୱା ଗାଡିର ଡ୍ରାଇଭର ଏବଂ ହେଲପର ସମେତ ବୋଲେରୋ ଗାଡିରେ ବସିଥିବା ଗୌଡ଼ଗାଁର ଆର୍ତ୍ତତ୍ରାଣ ପୁରୋହିତ ଗୁରୁତର ଆହତ ହୋଇଥିବା ଜଣାପଡିିଛି । ସମସ୍ତ ଗୁରୁତର ମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଉଲୁଣ୍ଡା ଡାକ୍ତରଖାନାକୁ ଅଣାଯାଇ ଚିକିତ୍ସା କରାଯାଉଛି । ଉଭୟ ଦିଗରୁ ଆସୁଥିବା ଗାଡି ଦୁଇଟି ମାଟୁପାଲି ନିକଟରେ ସାମନା ସାମନି ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଯୋର ଥିଲାଯେ ବୋଲେରୋ ଗାଡିଟି ସମ୍ପୁର୍ଣ୍ଣ ଚୁରମାର ହୋଇଯାଇଛି । ବୋଲେରୋ ଗାଡିରେ ଥିବା ଡ୍ରାଇଭର ସୁଶୀଳ ନାଏକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି । ସମସ୍ତ ଗୁରୁତରମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଉଲୁଣ୍ଡା ଡାକ୍ତରଖାନାକୁ ଅଣାଯାଇଥିବାବେଳେ ବାଟରେ ଆଉ ଜଣକର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ଉତ୍ତେଜନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଲୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଂଚି ପରିସ୍ଥିତି ଉପରେ ନଜର ରଖିଛି ।
ମାଟୁ ପାଲି ନିକଟରେ ହାଇୱା-ବୋଲେରୋ ମୁହାମୁହିଁ ଧକ୍କାରେ ଦୁଇ ମୃତ , ତିନି ଆହତ
