Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭିଜିଲାନ୍ସ ଜାଲରେ ଅଙ୍ଗନବାଡି ସୁପର ଭାଇଜର ।୫୦ ହଜାର ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ…

ଲକ୍ଷ୍ମୀପୁର,୨୭/୦୩ … କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ମହିଳା ଶିଶୁ ବିକାଶ ପ୍ରକଳ୍ପର ସୁପରଭାଇଜର ରେଣୁକା ପଟ୍ଟନାୟକଙ୍କୁ  ଭିଜିଲାନ୍ସ ଟିମ ଗୁରୁବାର ଦିନ ଧରିଛି ।ନୂତନ ଭାବେ ନିଯୁକ୍ତି ପାଇଥିବା ଜଣେ ଅଙ୍ଗନବାଡି କର୍ମୀ ଙ୍କ ଠାରୁ ୫୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲେ ବୁର୍ଜା ଅଙ୍ଗନବାଡି କେନ୍ଦ୍ରରେ ଜୟପୁର ର ସ୍ୱତନ୍ତ୍ର ଭିଜିଲାନ୍ସ ଟିମ ।ମିଳିଥିବା ସୂଚନା ଅନୁଯାୟୀ ନୂତନ ଭାବେ ନିଯୁକ୍ତି ପାଇଥିବା ପିପଳପଦର ଗାଁ ର ସେକଟର ୧ ଅଙ୍ଗନବାଡି କର୍ମୀ ଟଙ୍କା ଦେବା ପୂର୍ବରୁ ଭିଜିଲାନ୍ସ କୁ ଯୋଗାଯୋଗ କରିଥିଲେ।ବର୍ତ୍ତମାନ ଏହି ଟଙ୍କା କାହାପାଇଁ ସୁପର ଭାଇଜର ଜଣକ ନେଉଥିଲେ ଓ ଏଥିରେ ଆଉ କାହା କାହା ସମ୍ପୃକ୍ତି ଅଛି ଭିଜିଲାନସ ଖୋଳତାଡ଼ ଆରମ୍ଭ କରିଛି।କିଛି ଦିନ ତଳେ ଏହି ପରି ନିଯୁକ୍ତି ରେ ଅନିୟମିତତା କୁ ନେଇଁ ଡୁମୁରିପଦର  ଗ୍ରାମବାସୀ ଅଭିଯୋଗ କରିବା ପରେ ଏକ ଜିଲା ସ୍ତରୀୟ ଟିମ ଡୁମୁରିପଦର ଠାରେ ପହଂଚି ତଦନ୍ତ କରି ଚାଲି ଯାଇଥିଲେ।କିନ୍ତୁ ତଦନ୍ତ ମଧ୍ୟ ବାଟବଣାରେ ରହି ଗଲା।ସେହିପରି ଗତ କିଛି ମାସ ତଳେ କୋରାପୁଟ ର ପୂର୍ବତନ ଉପ ଜିଲ୍ଲାପାଳ ବେଣୁଧର ଶବରଙ୍କୁ ଅନେକ ଅଭିଯୋଗ ଦିଆଯାଇଥିଲା ଓ ତଦନ୍ତ କରିବା ସକାଶେ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ।କିନ୍ତୁ ଉପଜିଲ୍ଲାପାଳ ଙ୍କ ରିପୋର୍ଟ ମଧ୍ୟ ସେପରିକିଛି ଆଖିଦୃଶିଆ ହୋଇ ନଥିଲା।ବର୍ତ୍ତମାନ ଭିଜିଲାନ୍ସ ଦ୍ୱାରା ଧରପଡିବା ପରେ ଲକ୍ଷ୍ମୀପୁର ଶିଶୁ ବିକାଶ ଯୋଜନାର ଦୁର୍ନୀତି ପଦାରେ ପଡି ଦାଣ୍ଡରେ ପଡୁଛି।ଏନେଇ ଗତ ତିନି ମାସ ତଳେ ଲକ୍ଷ୍ମୀପୁରର ଅନେକ ଗଣମାଧ୍ୟମ ପ୍ରତିନିଧିମାନେ ଶିଶୁ ବିକାଶ ଯୋଜନାର ବାସ୍ତବଚିତ୍ର ଖବର କାଗଜ ଓ ବୈଦୁତିକ ଗଣମାଧ୍ୟମରେ ପ୍ରକାଶ କରିବା ପରେ ଚାରି ଜଣ ଗଣମାଧ୍ୟମ ପ୍ରତିନିଧିଙ୍କ ନାମରେ ଥାନାରେ ମାମଲା ରୁଜ୍ଜୁ କରି ଗଣମାଧ୍ୟମ ଙ୍କ
କଣ୍ଠରୋଧ ଉଦ୍ୟମ କରିଥିଲେ।ବର୍ତ୍ତମାନ ସମୟ ହିଁ ଜଣାଇ ଦେଲା ଶିଶୁ ବିକାଶ  କାର୍ଯ୍ୟାଳୟ ର ଦୁର୍ନୀତି ।ଫେବୃଆରୀ ମାସଠାରୁ ନୂତନ ଭାବେ ନିଯୁକ୍ତି ପାଇ ଥିବା ଅଙ୍ଗନବାଡି କର୍ମୀଙ୍କୁ ବିଭାଗ ତରଫରୁ ଚାକିରୀ ପାଇବା ଖୁସିରେ ଟଙ୍କା ମାଗୁଥିଲେ ।ଭିଜିଲାନ୍ସଙ୍କ ସୂଚନା ଅନୁଯାଇ, ଏକମାସ ହେଲା ଭିଜିଲାନ୍ସ ଏନେଇସୁଯୋଗ ଅପେକ୍ଷାରେ ରହିଥିଲା,ଆଜି ସୁଯୋଗ ପାଇ ମାଡି ବସି ସୁପରଭାଇଜର ଙ୍କୁ ଧରିଲା। ଚଢ଼ାଉ ରେ ଭିଜିଲାନ୍ସ ର ଡିଏସପି ସଦାନନ୍ଦ ପାଣି, ଡିଏସପି ଅଭୟ ପ୍ରଧାନ , ଇନ୍ସପେକ୍ଟର ସଞ୍ଜୟ ପ୍ରଧାନ , ଅନୁଭବ ଦାସ, ସୂର୍ଯ୍ୟକାନ୍ତି ଟାକ୍ରି ରହିଥିଲେ।ରେଣୁକା ପଟନାୟକ ଙ୍କ ଘର ବନ୍ଧୁଗାଁ ବ୍ଲକ ର ହୋଇଥିବା ବେଳେ ଧରାପଡିବା ପରେ ନିଜର ବାସଭବନ ଚଢ଼ାଉ କରାଯାଇଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ