Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଶ୍ଚିମ ଓଡ଼ିଶା ଲୋକ କଳାକର ମହା ସଂଘର ବୈଠକ ଓ ନୂତନ କର୍ମକର୍ତ୍ତା ମନୋନିତ

ସମ୍ବଲପୁର:ପଶ୍ଚିମ ଓଡ଼ିଶା ଲୋକ କଳାକର ମହା ସଂଘର ଏକ ବୈଠକ ଆଜି ମା ସମଲେଶ୍ୱରୀ ପୀଠରେ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ନୂତନ କର୍ମକର୍ତ୍ତା ମନୋନିତ କରାଯାଇଛି।
ଡ. ଶ୍ୟାମ ସୁନ୍ଦର ଧରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ପ୍ରଥମେ ବରିଷ୍ଠ ନୃତ୍ୟ ଗୁରୁ ରଂଜନ ସାହୁ ପଶ୍ଚିମ ଓଡ଼ିଶା ଲୋକ କଳାକାର ମହାସଂଘର ବିଗତ ବର୍ଷମାନଙ୍କର କାର୍ଯ୍ୟକ୍ରମ ବାବଦରେ ସୂଚନା ଦେଇ ଥିଲେ। ବରିଷ୍ଠ ନୃତ୍ୟଗୁରୁ ଦୁର୍ଗାପ୍ରସାଦ ଦାଶ ଏହି ସଂଗଠନକୁ ଆହୁରି ସକ୍ରୀୟ କରିବାକୁ ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ଅନ୍ୟତମ ବରିଷ୍ଠ ନୃତ୍ୟ ଗୁରୁ ଡ. ମୋହିତ କୁମାର ସ୍ବାଇଁ ଲୋକ କଳାକାରମାନଙ୍କ ସମସ୍ୟା ଓ ତାର ସମାଧାନ ପାଇଁ ଏହି ସଂଗଠନ ଆଗକୁ ଅନେକାଧିକ ପଦକ୍ଷେପ ନେବା ଜରୁରୀ ବୋଲି ଆହ୍ବାନ ଦେଇଥିଲେ। ନାଟ୍ୟ ନିର୍ଦେଶକ ଅତିଶ କୁମାର ଶତପଥୀ ସମସ୍ତ ସଂଗଠନର କର୍ମକର୍ତ୍ତାଙ୍କୁ ନେଇ ପଶ୍ଚିମ ଓଡ଼ିଶା ଲୋକ କଳାକାର ସଂଘର ବ୍ୟାପକ ଭାବରେ ସଂଗଠିତ କରିବାକୁ ମତ ରଖିଥିଲେ। ଗୁରୁ ସୂର୍ଯ୍ୟ ପ୍ରକାଶ ଗୁରୁ ସଂଘକୁ ଲୋକ କଳାକାରଙ୍କ ମୌଳିକ ସ୍ବାର୍ଥ ପାଇଁ ଲଢ଼େଇ କରିବାକୁ ଆହ୍ବାନ ଦେଇଥିଲେ। ବରିଷ୍ଠ ସଂଗୀତ ନିର୍ଦେଶକ ଶଙ୍କର ପ୍ରସାଦ ପ୍ରଧାନ ପଶ୍ଚିମ ଓଡ଼ିଶା ଲୋକ କଳାକାର ସଂଘ ଲୋକ କଳାକାରଙ୍କ ଅଧିକାର ଓ ସ୍ବାଭିମାନ ପାଇଁ ଆହୁରି ଅଧିକ କାର୍ଯ୍ୟକ୍ରମ କରୁ ବୋଲି ମତ ଦେଇ ଥିଲେ। ସଭାରେ ନୂତନ ଭାବେ ସଭ୍ୟସଭ୍ୟା ଓ କର୍ମକର୍ତ୍ତା ମନୋନିତ କରାଯାଇଥିଲା। ଉପଦେଷ୍ଟା
ଭାବରେ,ଡ.ଶ୍ୟାମସୁନ୍ଦର ଧର,ଗୁରୁ ଶଂକର ପ୍ରସାଦ
ପ୍ରଧାନ, ଗୁରୁ ରଂଜନ ସାହୁ,ଗୁରୁ ଦୁର୍ଗା ପ୍ରସାଦ ଦାଶ,ଡ. ମୋହିତ ସ୍ବାଇଁ,ଗୁରୁ ରଂଜିତ ସାହୁ,ଗୁରୁ ଆଲୋକ ପଣ୍ଡା, ଗୁରୁ ବିପିନ ବିହାରୀ ଦାଶ, ପୁଷ୍ପାରାଣୀ ବେହେରାଗୁରୁ ,ଗୁରୁ ଦୀପକ ବାରିକ,ନାଟ୍ୟଶ୍ରୀ ମାନସ ମିଶ୍ର,ଗୁରୁ ରତନ ପୂଝାରୀ,ଗୁରୁ ସତ୍ୟବ୍ରତ ସାହୁ,ଗୁରୁ ଦିଗାମ୍ବର ଜୌତିଷ,ଅପର୍ଣା ପାଢ଼ୀ ଓ ପଙ୍କଜିନୀ ମେହେର, ପ୍ରମୂଖ ମନୋନୀତ ହୋଇଥିବା ବେଳେ
ସଭାପତି ଭାବରେ ଡ଼.ସପନ ମିଶ୍ର,ଉପ–ସଭାପତି ଗୁରୁ କୃଷ୍ନଚନ୍ଦ୍ର ବାଗ୍‌, ସଂପାଦକ ଭୋଳାଶଂକର ମହତ୍ତମ ଓ
ସହ-ସଂପାଦକ ଗୁରୁ ଶଶାଂକ ଶେକର ଦୁବେ,ସଂଯୋଜକ ଗୁରୁ ସୂର୍ଯ୍ୟ ପ୍ରକାଶ ଗୁରୁ ମନୋନୀତ ହୋଇଛନ୍ତି। ସହ-ସଂଯୋଜକ ଭାବେ କମଳ ଲୋଚନ ପଣ୍ଡାଙ୍କ ସହ ୪ ଜଣ ରହିଛନ୍ତି।
ମାର୍ଗ ଦର୍ଶକ ଭାବେ ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ,ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ୍‌ ଓ ପଦ୍ମଶ୍ରୀ କ୍ରୀଷ୍ନା ପଟେଲଙ୍କୁ ସର୍ବ ସମ୍ମତି କ୍ରମେ ରଖାଯାଇଛି।
ଲୋକ କଳାକାରମାନଙ୍କ ପାଇଁ ମଞ୍ଚ ସୁବିଧା,ଲୋକକଳାର ଆଚାର ସଂହିତା ପ୍ରଣୟନ,ଲୋକ କଳାକାରଙ୍କ ଭତ୍ତା,ପେନ୍‌ସନ୍‌,ଆଦି ସୁବିଧା,କଳାକାରଙ୍କ ପରିବାର ବର୍ଗଙ୍କ ଶିକ୍ଷା ଓ କର୍ମ ନିୟୋଜନ କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ଆଦି କରିବାକୁ ଆଗାମୀ ଦିନରେ ଏହି ସଂଘର ଜରିଆରେ ଆବଶ୍ୟକୀୟ ପଦକ୍ଷେପ ନିଆ ଯିବ ବୋଲି ସଭାରେ ନିଷ୍ପତ୍ତି ନିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ