Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବ୍ଲକ ଅଧ୍ୟକ୍ଷା ଓ ବିଡ଼ିଓ ଙ୍କ ଦ୍ଵାରା ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଉଦଘାଟନ

ପଟ୍ଟାଙ୍ଗି୨୯/୦୩(ଶରତ କୁମାର ଧଳ)କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦାଇତ୍ଵ ରେ ରହିଥିବା ଶିକ୍ଷୟିତ୍ରୀ ସନ୍ତୋଷୀନି ପାଣିଗ୍ରାହୀ ଙ୍କ ସଭାପତିତ୍ୱ ରେ ଆୟୋଜନ ହୋଇଥିବା ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ବ୍ଲକ ଅଧ୍ୟକ୍ଷା କଳ୍ପନା ପାଙ୍ଗି ଏବଂ ବିଡ଼ିଓ ରାମକୃଷ୍ଣା ନାୟକ ଯୋଗଦେଇ ଉଦଘାଟନ କରିଥିଲେ । ଏହି ସମୟରେ ବିଡ଼ିଓ ନାୟକ ଉକ୍ତ ବିଦ୍ୟାଳୟ ଯେପରି ବ୍ଲକର ଏକ ଉଧାହରଣ ସୃଷ୍ଟି କରିବ ସେଥିପାଇଁ ପି ଏମ ଶ୍ରୀ ଭାବେ ଚିହ୍ନଟ କରିଛୁ । ଯାହାକି ଅଳ୍ପ କିଛି ଦିନ ଭିତରେ ବିଦ୍ୟାଳୟରେ କାର୍ଯ୍ୟକ୍ରମ ଆରମ୍ଭ ହେବା କୁ ଯାଉଛି । ଯାହା ଛାତ୍ରଛାତ୍ରୀ ଙ୍କ ପାଇଁ ଅନେକ ଲାଭଦାୟକ ହୋଇ ପାରିବ ବୋଲି ନିଜ ଅଭିଭାଷଣରେ ପ୍ରକାଶ କରି ଉପସ୍ଥିତ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଲୁଚି ରହିଥିବା କ୍ରିଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଏହି ବାର୍ଷିକ ଉତ୍ସବ ମାଧ୍ୟମରେ ଲୋକ ଲୋଚନକୁ ଆଣିବା ଆବଶ୍ୟକ ବୋଲି ଆହ୍ୱାନ ଦେଇଥିଲେ । ସେହିପରି ଉକ୍ତ ବିଦ୍ୟାଳୟରେ ପାଠ ପଢି ରାଜନେତା କୁ ଆସିଥିବା ଜିଲ୍ଲା ପରିଷଦ ସଭ୍ୟ ଲଇଚନ ଖରା ଉକ୍ତ ବିଦ୍ୟାଳୟରେ ପାଠପଢ଼ା ସାରି ଏକ ରାଜନେତା ଭାବେ ନିଜର ସେବା କରି ଚାଲିଛି । ତେଣୁ ଉପସ୍ଥିତ ଛାତ୍ରଛାତ୍ରୀ ମାନେ ମଧ୍ୟ ପାଠପଢ଼ା ସହ ଜୀବନରେ ବିଭିନ୍ନ ପ୍ରତିଷ୍ଠିତ ସ୍ଥାନ ମାନଙ୍କରେ ନିଜର କାର୍ଯ୍ୟ ଆରମ୍ଭ କରିବା ଲକ୍ଷ୍ୟ ରହିବା ଦରକାର ଏଥିସହ ଜିଲ୍ଲା ପରିଷଦ ପାଣ୍ଠିରୁ ବିଦ୍ୟାଳୟ ର ଉନ୍ନତି କ୍ଷେତ୍ରରେ କିପରି ସହଯୋଗ ରହିବ ସେଥିପାଇଁ ମୁଁ ସବୁବେଳେ ଚେଷ୍ଟିତ ବୋଲି ନିଜ ଅଭିଭାଷଣ ରେ ପ୍ରକାଶ କରିଥିଲେ । ସେହିପରି ଉକ୍ତ କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ରୁପେ ଯୋଗ ଦେଇଥିବା ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ , ଜିଲ୍ଲା ପରିଷଦ ସଭ୍ୟା ଟିକାଇ ଗେମେଲ୍ , ସରପଞ୍ଚ ଆଲମେ ଫୁଲ , ସମିତି ସଭ୍ୟା ଶିବାନି ନାୟକ , ସିଆରସିସି ସତ୍ୟ ନାରାୟଣ ଖରା ସମାଜସେବୀ ବଳରାମ ବାରିକ , ହରିଶ୍ ଚନ୍ଦ୍ର ଖରା ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଲକ୍ଷ୍ମଣ ଚିକୁଡୁ ପ୍ରମୁଖ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ସମ୍ମାନ ଜଣାଇ ପାଠ ପଢାଉଥିବା ବିଷୟ କୁ ଠିକ୍ ଭାବେ ବୁଝି ନିଜେ ନିଜର ଶିକ୍ଷା ଲାଭ କରିବା ପାଇଁ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇ ଥିଲେ । ପରିଶେଷରେ କାର୍ଯ୍ୟକ୍ରମ କୁ ସଭାପତିତ୍ୱ କରୁଥିବା ଶିକ୍ଷୟିତ୍ରୀ ପାଣିଗ୍ରାହୀ ଉପସ୍ଥିତ ସମସ୍ତ ଅତିଥି ଙ୍କ ନିକଟରେ ବାର୍ଷିକ ବିବରଣୀ ଉପସ୍ଥାପନ କରି ଉକ୍ତ ବିଦ୍ୟାଳୟ ଟି ୧୯୬୯ ମସିହାରେ ସ୍ଥାପିତ ହୋଇଥିବା ବେଳେ ଏହି ବିଦ୍ୟାଳୟଟି କ୍ରିଡା ଓ ସାଂସ୍କୃତିକ ପ୍ରତିଯୋଗିତାରେ ବ୍ଲକ ସ୍ତରରୁ ଆରମ୍ଭ କରି ରାଜ୍ୟ ସ୍ତରକୁ ଛାତ୍ରଛାତ୍ରୀ ମାନେ ମନୋନୀତ ହୋଇ ପୁରସ୍କୃତ ହୋଇ ବିଦ୍ୟାଳୟର ଟେକ ରଖିଛନ୍ତି ସତ କିନ୍ତୁ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଙ୍କ ପାଇଁ ଖେଳ ପଡିଆ ଠାରୁ ଆରମ୍ଭ କରି ଅଡିଟରିୟୋମ୍ ନଥିବାରୁ ଛାତ୍ରଛାତ୍ରୀ ଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀ ଅନେକ ସମସ୍ୟା ର ସମୁଖିନ କରୁଛନ୍ତି ବୋଲି ଉକ୍ତ ବିବରଣୀ ରେ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ଶିକ୍ଷକ ପ୍ରଫୁଲ୍ଲ କୁମାର ବେହେରା ସଭା ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ରଶ୍ମିତା ମାଝି , ପ୍ରୟାସ ସାହୁ , ଶିବ ଶଙ୍କର ସାହୁ , ପ୍ରକାଶ ଚନ୍ଦ୍ର ପଣ୍ଡା , ଆସ୍ପନା ନିତୁ , ଇପ୍ସିତା ପରିଡ଼ା , ଅନିତା ରାଉତ , ସୁଭଶ୍ରୀ ପାଣିଗ୍ରାହୀ , ମମତା ପୂଜାରୀ , ଧରିତ୍ରୀ ଲେଙ୍କା , ମମିତା ମହାରଣା , ଭଗବାନ ଶିଶା , ତୃପ୍ତି ପଣ୍ଡା , ରିନମୟୀ ଦାସ , ସୁଜାତା ସୟ ଏବଂ ରଶ୍ମିତା ରାଉତ ପ୍ରମୁଖ ପରିଚାଳନା ସହଯୋଗ କରିଥିଲେ ।