Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତି ଙ୍କ ୧ ବର୍ଷ ପୂର୍ତ୍ତି ଅବସରରେ ଶୁଭେଛା

ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ୭/୫/୨୨ ରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ପ୍ରଥମ ମହିଳା କୁଳପତି ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ। ଦାୟିତ୍ବ ଗ୍ରହଣ ର ଏକ ବର୍ଷ ମଧ୍ୟରେ ବିଶ୍ଵବିଦ୍ୟାଳୟର ଉନ୍ନତିମୂଳକ କାର୍ଯ୍ୟ ହୋଇଛି। ଏକ ବର୍ଷ ପୂର୍ତ୍ତି ଅବସରରେ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ମାନେ କୁଳପତି ଙ୍କୁ ପୁଷ୍ପଗୁଚ୍ଛ ସହ ମିଷ୍ଟାନ୍ନ ଦେଇ ଶୁଭେଛା ଜଣାଇଛନ୍ତି।ଏହି ଅବସରରେ ଆଜି ଉପକୂଳ ସଚିବ ଡଃ ବାବୁଜୀ ସାମଲ,କୁଳପତି ଙ୍କ ସଚିବ ମାର୍କଣ୍ଡ କlର୍ଜି, ଷ୍ଟେନୋ ଶୁରୀୟା ପ୍ରକାଶ ପୁଷ୍ପ ଗୁଛ ସହ ମିଠା ଦେଇ ଶୁଭେଛା ଜଣାଇବା ସହ ଆଗାମୀ ବର୍ଷ ବିୱବିଦ୍ୟାଳୟର ଉନ୍ନତି ର କାମନା କରିଥିଲେ। ଏହି ଅବସରରେ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ଶୁଭେଛା ଙ୍କୁ ବିଶ୍ଵବିଦ୍ୟାଳୟ ଉନ୍ନତି ଦିଗରେ ସ ହୃଦୟ ସହ କାମ କରିବା ପାଇଁ ପରାମର୍ଶ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories