Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନ୍ଧୁଗାଁ ବ୍ଲକରେ ୪୨ଟି ଅଭିଯୋଗର ସୁଣାଣି କଲେ ଜିଲ୍ଲାପାଳ

ବନ୍ଧୁଗାଁ: ବନ୍ଧୁଗାଁ ବ୍ଲକ ଠାରେ କୋରାପୁଟ ଜିଲ୍ଲାପାଳଙ୍କ ଅଭୋଯୋ ସୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଜାଇଛି।ଏଥିରେ ଜିଲ୍ଲାପାଳ ଅବଦୁର୍ ମହମଦ ଅଖ୍ତର ସମୁଦାୟ ୪୨ଟି ଅଭିଯୋଗର ସୁଣାଣି କରିଥିଲା ବେଳେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକର,ପ୍ରକଳ୍ପ ନିର୍ଦ୍ଧେସକ ଗୈରବ ଶିବାଜୀ ଇଶ୍ବଲୱାର,ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମୀତା ମେଲେକା,ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀ ମିଣିଆକା,ତହସିଲଦାର୍ ସଦାଶିବ ଭତ୍ରା,ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରି ଅରୁଣ କୁମାର ପାଢି ଉପସ୍ଥିତ ଥିଲେ।ଏଥିରେ ଆମ୍ବୁଲାନ୍ସ ସେବା,ମୋବାଇଲ୍ ସେବା,ଏନବିସିସି ଦ୍ଵାରା ନିର୍ମାଣ ହୋଇଥିବା ପ୍ରଧାନ ମନ୍ତ୍ରୀ ସଡକ ଯୋଜନାର ରାସ୍ତା କାମ ଅତି ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଥିଲା।ଏଥିସହ ତିନି ମାସ ମଧ୍ୟରେ ଦୁଇ ଗୁଣ ଟଙ୍କା ମିଳିବା ଆଶାରେ ଅନେକ ଗରିବ ଶ୍ରେଣୀର ଲୋକେ ଋଣ ବାଡ଼ିକରି ଲକ୍ଷାଧିକ ଟଙ୍କା ଦେଇ ଠକାମିର ଶିକାର ହୋଇଥିବା ମହିଳା ମାନେ କୋରାପୁଟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକରଙ୍କ ନିକଟରେ ଫେରାଦ ହୋଇଥିବା ବେଳେ ଏହି ଅଭିଯୋଗକୁ ସିଏ ଗ୍ରହଣ କରିବା ସହ ନିଜେ ସମସ୍ତ ବିଷୟ ପଚାରି ବୁଝି ଥିଲେ।ଏହି କାର୍ଯ୍ୟକ୍ରମକୁ ବିଡିଓ ଆକାଶ ପଟନାୟକ ପରିଚାଳନା କରିଥିବା ବେଳେ ବ୍ଲକରେ ଥିବା ସବୁ କାର୍ଯ୍ୟାଳୟର ଅଧିକାରି ମାନେ ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ