Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିଦ୍ଧେଶ୍ବରୀ ପବ୍ଲିକ ସ୍କୁଲ ର ୧୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ..ଉପକୃତ ହେଉଛନ୍ତି ଆଦିବାସୀ, ପଛୁଆ ତଥା ଗରିବ ଛାତ୍ରଛାତ୍ରୀ ଛାତ୍ରୀ..

ଲକ୍ଷ୍ମୀପୁର ୩୦/୦୩ … ଲକ୍ଷ୍ମୀପୁର ବ୍ଲକ ସଦର ରେ ଥିବା ସିଦ୍ଧେଶ୍ବରୀ ପବ୍ଲିକ ସ୍କୁଲ ର ୧୪ତମ ବାର୍ଷିକ ଉତ୍ସବ  ବିଦ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ  ହୋଇଯାଇଛି। ପବ୍ଲିକ ସ୍କୁଲ ର ପ୍ରିନସିପାଲ ସସ୍ମିତା ବିଶ୍ୱାଳ ଙ୍କ ପରିଚାଳନା ରେ ଅନୁଷ୍ଠିତ ବାର୍ଷିକ ଉତ୍ସବ ରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୁରେଶ୍ୱର ଭୋଇ, ଉପାଧକ୍ଷା ଆରତୀ କୁଲଦୀପ, ଏବିଈଓ ବିଭୁତି ଭୂଷଣ ଟାକ୍ରୀ, ବିଜ୍ଞାନ ଶିକ୍ଷକ ଗୋଲୋକ ଚନ୍ଦ୍ର ଲେଙ୍କା, ଶିଶୁ ମନ୍ଦିର ର ଆଚାର୍ଯ୍ୟା ସଂଗୀତା ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରାଯିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଲକ୍ଷ୍ମୀପୁର ଭଳି ଉପାନ୍ତ ବ୍ଲକ ରେ ଇଂରାଜୀ ମିଡିୟମ ବିଦ୍ୟାଳୟ ରେ ଶତାଧିକ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି, ଏପରିକି ସରକାର ଙ୍କ ଦ୍ୱାରା ଆଦିବାସୀ ପଛୁଆ ତଥା ଗରିବ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଅନ୍ଵେଷା ହଷ୍ଟେଲ ରେ ରହି ଇଂରାଜୀ ରେ ପାଠ ପଢୁଛନ୍ତି, ତେଣୁ ଅତିଥି ମାନେ ଏହି ବିଦ୍ୟାଳୟ ର ଭବିଷ୍ୟତ ଉଜ୍ୱଳ କାମନା କରିଥିଲେ। ବିଦ୍ୟାଳୟ ତରଫରୁ ଚଳିତ ବର୍ଷ ର ପ୍ରଥମ ବ୍ୟାଚ ର ଛାତ୍ରଛାତ୍ରୀ ଓ ଏହି ବିଦ୍ୟାଳୟ ରୁ ଶିକ୍ଷା ଦାନ କରି ସରକାରୀ ଶିକ୍ଷକ ଭାବେ ଚାକିରୀ କରିଥିବା କିଛି ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ସମ୍ମାନିତ କରାଯାଇଥିଲା।ବିଦ୍ୟାଳୟ ର ବର୍ତ୍ତମାନ ଗୁରୁଦାୟିତ୍ୱ ନେଇଥିବା ଭୌତିକ ବିଜ୍ଞାନ ର ସ୍ନାତକ କରିଥିବା ପ୍ରଫେସର ଅଶୋକ ରଣା ମଞ୍ଚ ପରିଚାଳନା କରିବାସହ ସମସ୍ତ ଦାୟିତ୍ୱ ନେଇଥିଲେ।ବାର୍ଷିକ ଉତ୍ସବ ରେ  ଅତିଥି ମାନଙ୍କ ଦ୍ୱାରା କ୍ରୀଡା ଓ ବିଜ୍ଞାନ ମେଳା ରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଙ୍କ ସହ  କିଛି ଅଭିଭାବକ ମାନଙ୍କୁ  ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।ଛାତ୍ରଛାତ୍ରୀ ମାନଙ୍କ ସହ କିଛି ଅଭିଭାବିକା ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଅଭିଭାବକ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ର ଭରପୁର ମଜା ନେଇଥିଲେ।ଶେଷରେ ବିଦ୍ୟାଳୟ  ପରିଚାଳନା କମିଟି ତରଫରୁ ସମସ୍ତ କର୍ମଚାରୀ ଙ୍କୁ  ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ଶ୍ୟାମ ସୁନ୍ଦର ତାଡିଙ୍ଗି, କାକିରିଗୁମା ଆଇଆଇସି ଡମ୍ବୁରୁଧର ବାତ୍ରିଆ,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ମହାଦେବ ଶତପଥି, ପ୍ରସାଦ ଖରା, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ