Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ଵ ରେଡ କ୍ରସ ଦିବସ ପାଳିତ

ବୀରମହାରାଜାପୁର: ସୁବର୍ଣ୍ଣପୁର ଜିଲା ଜୁନିୟର ରେଡକ୍ରସ ଆହ୍ୱାନ କ୍ରମେ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଜୁନିୟର ରେଡକ୍ରସ ୟୁନିଟ ତରଫରୁ (ଧର୍ମଶାଳା)ହିକୁଡି ଛକ ଠାରେ ବିଶ୍ୱ ରେଡକ୍ରସ ଦିବସ ପାଳିତ ହୋଇଯାଇଛି । ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଡା. ରାଧାକାନ୍ତ ଗଡତିଆ ମୁଖ୍ୟଅତିଥି ଭାବରେ ଯୋଗଦେଇ ରେଡକ୍ରସ ପତାକା ଉତୋଳନ କରିବା ସହ ଜଳଛତ୍ର କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଜୁନିୟର ରେଡକ୍ରସ ଭାଇସ ଚେୟାରମ୍ୟାନ ଗତିକୃଷ୍ଣ ମିଶ୍ର, ସ୍ଥାନୀୟ ସରପଂଚ କେଶନ ଜଗଦଲା, ପୂର୍ବତନ ସରପଂଚ ହରିହର କର୍ଣ୍ଣ, ବିଶିପଡା ହାଇସ୍କୁଲ ବିଜ୍ଞାନ ଶିକ୍ଷକ କେଶବ କୁମାର ଦାଶ, ଚାରଭଟା କଲେଜର ଖେଳ ଶିକ୍ଷକ ତାରା ଶଙ୍କର ଗୁରୁ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ହେମନ୍ତ କୁମାର ଦାଶ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ରେଡକ୍ରସ ପତାକା ଉତୋଳନ କରାଯିବା ସଙ୍ଗେ ରେଡକ୍ରସର ପ୍ରତିଷ୍ଠାତା ସାର ଜାଁ ହେନରୀ ଡୁନାଂଟ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ପରେ ଦହିପାଣି, ସର୍ବତ, ଜଳଜିରା ପାଣି ଆଦି ପଥଚାରୀ, ବସଯାତ୍ରୀ, ଟ୍ରକ ଡ୍ରାଇଭର, ଅଟୋରିକ୍ସା ଚାଳକ, ଚାଷୀ, ଦିନ ମଜୁରିଆ ଏବଂ ସ୍ଥାନୀୟ ଦୋକାନୀ ମାନଙ୍କୁ ବଂଟନ କରାଯାଇଥିଲା । ଏହା ସହିତ ଜନସାଧାରଣଙ୍କୁ ଅଂଶୁଘାତରୁ ସୁରକ୍ଷିତ ରହିବାର ପ୍ରାଥମିକ ଚିକିତ୍ସା ବିଷୟରେ ଅବଗତ କରା ଯାଇଥିଲା l କରୋନାର ନୂତନ ଭାରିଆଂଟର ମୁକାବିଲା କରିବାକୁ ସଚେତନ କରାଯାଇଥିବା ସହ ହାତ ଧୋଇବାର ସଫଳ ସୋପାନର ଡେମୋ ପ୍ରଦର୍ଶନ କରାଯାଇଥିଲା । ଜନସାଧାରଣଙ୍କୁ ମାସ୍କ ମଧ୍ୟ ବଂଟନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଜୁନିଅର ରେଡକ୍ରସ ଅଫିସର ରବିନ୍ଦ୍ର ପଶାୟତ ପରିଚାଳନା କରିଥିବା ବେଳେ କୁମାରକେଳୀ ସ୍କୁଲର ପରାମର୍ଶଦାତା ହୃଷିକେଶ ଚାନ୍ଦ ସଂଯୋଜନା କରିଥିଲେ। ବରିଷ୍ଠ ସାଧନକର୍ମି ଚନ୍ଦ୍ରମଣି ବାଘ ଅତିଥି ପରିଚୟ ଓ ଆରଡିଓ ଝସକେତନ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଏ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ହୋଇଥିବା ରକ୍ତଦାନ ଶିବିରରେ ଚନ୍ଦ୍ର ଶେଖର ମହାପାତ୍ର, ପ୍ରଶନ୍ନ ଶତପଥି ସମେତ ୫ ଜଣ ପରାମର୍ଶଦାତା ରକ୍ତଦାନ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ