Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅସୁସ୍ଥ ବାଘର ମୃତ୍ୟୁ

ଖଡ଼ିଆଳ: ଚିକିତ୍ସାଧୀନ ଅବସ୍ଥାରେ ଅସୁସ୍ଥ ବାଘର ମୃତ୍ୟୁ ଘଟିଛି। ରାତି ୧୨ଟା ୧୫ ମିନିଟ ସମୟରେ ଉକ୍ତ ବାଘର ପ୍ରାଣହାନି ଘଟିଥିବା ସୂଚନା ଦିଆଯାଇଛି । ଅସୁସ୍ଥ ବାଘର ନେଇ ନୂଆପଡ଼ା ଏସିଏଫ୍ ମହମ୍ମଦ ମୁସ୍ତାଫ ସାଲିହା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବନ ବିଭାଗର ଅବହେଳ ଓ ଖାମଖିଆଲି ମନୋଭାବ ଯୋଗୁ ବାଘର ମୃତ୍ୟୁ ଘଟିଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଉଲ୍ଲେ୍ଖଯୋଗ୍ୟ, ଜଙ୍ଗଲରୁ ଉଦ୍ଧାର ହୋଇଥିବା ଅସୁସ୍ଥ ବାଘକୁ ନୂଆପଡ଼ା ଜିଲ୍ଲା ରେଞ୍ଜ ଅଫିସ ପରିସରରେ ଏକ ଯନ୍ତାରେ ରଖାଯାଇଥିଲା। ଗତ ୨୨ ଦିନ ହେଲା ବାଘର ଚିକିତ୍ସା ଜାରି ରହିଥିଲେ ମଧ୍ୟ ସ୍ବାସ୍ଥ୍ୟବସ୍ଥା ସୁଧାର ଆସୁନଥିଲା। ଯାହାଫଳରେ ବାଘଟି ଖାଦ୍ୟ ମଧ୍ୟ ଠିକ୍ ଭାବେ ଗ୍ରହଣ କରୁନଥିଲା। ଏହାର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରି ନୂଆପଡ଼ା ପ୍ରାଣୀ ଚିକିତ୍ସା ଅଧିକାରୀ ଅଧିକ ଚିକିତ୍ସା ପାଇଁ ଅନ୍ୟସ୍ଥାନକୁ ନେବା ପାଇଁ ଅନେକ ଥର ପରାମର୍ଶ ଦେଇଥିଲେ। ହେଲେ ଏହାକୁ ନୂଆପଡ଼ା ବନ୍ୟପ୍ରାଣୀ ବିଭାଗ ଅଧିକାରୀ ମାନେ ଗୁରୁତ୍ଵ ଦେଇନଥିଲେ। ଭୁବନେଶ୍ବରରୁ ଓୟୁଏଟି ବିଶେଷଜ୍ଞ ଟିମ୍ ପହଞ୍ଚି ଚିକିତ୍ସା ମଧ୍ଯ କରିଥିଲେ। ହେଲେ ବାଘର ସ୍ୱାସ୍ଥ୍ୟବସ୍ଥା ସମ୍ପୂର୍ଣ ଭାବେ ଠିକ୍ ହୋଇନଥିଲା। ବାଘଟି ମାଂସ ଖାଇପାରୁ ନଥିବାରୁ ତରଳ ଜାତୀୟ ଖାଦ୍ୟ ଦିଆଯାଉଥିଲା। ଉଦ୍ଧାର ସମୟରେ ବିଭାଗର ଏସିଏଫ୍ ବାଘ ଅଂଶୁଘାତର ଶିକାର ହୋଇଥିବା ସୂଚନା ଦେଇଥିଲେ। ଅନ୍ୟପକ୍ଷରେ ବିଶେଷଜ୍ଞ ଦଳ ବିଭିନ୍ନ ଚିକିତ୍ସା କରି ବାଘ ୩/୪ ପ୍ରକାର ରୋଗରେ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଥିଲେ।
ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ୧୬ ତାରିଖ ଦିନ ନୂଆପଡ଼ା ରେଞ୍ଜ ଧରମବନ୍ଧା ସେକ୍ସନ ଅନ୍ତର୍ଗତ ସିଲିଆରିବାହାରା ଗାଁ ଆମକୋନୀ ଜଙ୍ଗଲରୁ ଏହି କଲାରାପତରିଆ ବାଘକୁ ଗୁରୁତର ଅସୁସ୍ଥ ଅବସ୍ଥାରେ ବନ ବିଭାଗ ଉଦ୍ଧାର କରିଥିଲା। ପରେ ତାକୁ ନୂଆପଡ଼ା ରେଞ୍ଜ ଅଫିସ ପରିସରରେ ରଖି ତାର ଚିକିତ୍ସା ଚାଲିଥିଲା। ଏହା ଉପରେ ଏସିଏଫ୍ ମହମ୍ମଦ ମୁସ୍ତାଫ ସାଲିହା କହିଥିଲେ ଯେ ବାଘର ଅବସ୍ଥା ପୂର୍ବ ଭଳି ରହିଛି। ମାଂସ ଖାଇ ପାରୁନାହିଁ। ତରଳ ଖାଦ୍ୟ ଦିଆଯାଉଛି। ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ଅଧିକାରୀମାନଙ୍କୁ ଚିଠି ମାଧ୍ୟମରେ ବାଘକୁ ନୂଆପଡ଼ାରୁ ନେବା ପାଇଁ ଜଣାଇ ଦିଆଯାଇଛି। ତଥାପି ବିଶେଷଜ୍ଞ ଦଳ ନିର୍ଦେଶରେ ଚିକିତ୍ସା ଚାଲିଛି ବୋଲି ସେ କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ