Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଂସ୍କାର ପ୍ରତିଭା ସମ୍ମାନ ମହୋତ୍ସବ,ଲକ୍ଷ୍ମୀପୁର ରୁ ତିନି ଜଣ ପୁରସ୍କୃତ।

ଲକ୍ଷ୍ମୀପୁର ୦୧/୦୪…
ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରବି ଗାଡ଼ିଆ ପଞ୍ଚାୟତ ର ବଳଭଦ୍ରପୁର ଗ୍ରାମର ସର୍ବଶ୍ରେଷ୍ଠ ସ୍ବେଚ୍ଛାସେବୀ ଅନୁଷ୍ଠାନ ସଂସ୍କାର ଚାରିଟେବୁଲ ଟ୍ରଷ୍ଟ ତରଫରୁ ଆୟୋଜିତ ନବମ ସଂସ୍କାର ପ୍ରତିଭା ସମ୍ମାନ ମହୋତ୍ସବ -୨୦୨୫” ପାଳନ ଅବସରରେ ରାଜ୍ୟର ବିଭିନ୍ନ ଅଞ୍ଚଳର ୩୦ ଜଣ ବିଭିନ୍ନ ପ୍ରତିଭାଧାରୀ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଛି। ସେଥି ମଧ୍ୟରେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକ ର ତିନିଜଣ ପୁରସ୍କୃତ ହୋଇ ଛନ୍ତି।ଲକ୍ଷ୍ମୀପୁର ସଦର ର ଅରୁଣ କୁମାର ମିଶ୍ରଙ୍କୁ “ଐତିହାସିକ ସମ୍ମାନ” ଓ ଲକ୍ଷ୍ମୀପୁର ମହାବିଦ୍ୟାଳୟର ରାସାୟନିକ ବିଭାଗ ର ଅଧ୍ୟାପିକା ମଧୁସ୍ମିତା ବିଶ୍ୱାଳ ଙ୍କୁ ସମ୍ମାନ ଜନକ ଗୁରୁ ଦ୍ରୋଣାଚାର୍ଯ୍ୟ ସମ୍ମାନ ରେ ସମ୍ମାନିତ କରାଯାଇଥିବା ବେଳେ ଚମ୍ପି ଗ୍ରାମର ଅରୂଣ କୁମାର ରଥଙ୍କୁ ମର୍ଯ୍ୟାଦା ଜନକ “ଜ୍ୟୋତିଷ ରତ୍ନ ସମ୍ମାନ” ପ୍ରଦାନ କରାଯାଇଛି
ବୋଲି ଅନୁଷ୍ଠାନର ସମ୍ପାଦକ ସତ୍ୟବାଦୀ ସ୍ଵାଇଁ ପ୍ରକାଶ କରିଛନ୍ତି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଶ୍ରୀ ଚୈତନ୍ୟ ରାମ, ମୁଖ୍ୟ ବକ୍ତା ଭାବେ ସୁଜାତା ପାଶାୟତ, ସମ୍ମାନିତ ଅତିଥି ଭାବେ ସୁକାନ୍ତ ଚୌଧୁରୀ ଓ ଦାମୋଦର ସାହୁ ଯୋଗ ଦେଇଥିଲେ।ବ୍ଲକ ର ତିନିଜଣ ଙ୍କୁ ମାନପତ୍ର ସହ ଉପଢୌକନ ରେ ସମ୍ମାନିତ କରାଯାଇଥିବା ବେଳେ ବିଭିନ୍ନ ମହଲ ରେ ସେମାନଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ