Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଢୁଛି ଘିବଲି କ୍ରେଜ୍; ୪୦ ବିଲିୟନ ଡଲାର ଆୟ କଲା Open AI

ନୂଆଦିଲ୍ଲୀ: ବିଶ୍ୱରେ ଘିବଲି ଆର୍ଟ ଇମୋଜି ପାଇଁ ଏକ ପ୍ରବଳ କ୍ରେଜ୍ ଦେଖିବାକୁ ମିଳୁଛି। Open AIର ଚାଟବଟ୍ ChatGPT ଏହାର ଇମେଜ୍ ଜେନେରେସନ୍ ବିକଳ୍ପରେ ଘିବଲି ଆର୍ଟ ଜେନେରେଟ୍ କରେ। ଏହି ଫିଚରଟି ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଟ୍ରେଣ୍ଡିଂ ହେଉଛି। ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ୧୦ ଲକ୍ଷ ଉପଭୋକ୍ତା ଏହି ପ୍ଲାଟଫର୍ମରେ ଯୋଗ ଦେଇଛନ୍ତି।

ବ୍ଲୁମବର୍ଗର ଏକ ରିପୋର୍ଟ ଅନୁଯାୟୀ, ଘିବଲିକୁ ଏତେ ଲୋକ ପ୍ଲାଟଫର୍ମ ବ୍ୟବହାର କରୁଛନ୍ତି ଯେ ଏହା ସଫ୍ଟବ୍ୟାଙ୍କ ଗ୍ରୁପର ନେତୃତ୍ୱାଧୀନ ନିବେଶକଙ୍କଠାରୁ $40 ବିଲିୟନ ସଂଗ୍ରହ କରିଛି, ଯାହା କମ୍ପାନୀର ଭାଲୁଏସନକୁ $300 ବିଲିୟନକୁ ଦ୍ୱିଗୁଣିତ କରିଛି। ୩୧ ମାର୍ଚ୍ଚରେ ଏକ ବିବୃତ୍ତିରେ, ସାମ୍ ଅଲ୍ଟମ୍ୟାନ୍ କହିଥିଲେ ଯେ ପ୍ରତି ସପ୍ତାହରେ ଲକ୍ଷ ଲକ୍ଷ ଲୋକ ChatGPT ବ୍ୟବହାର କରୁଛନ୍ତି। ଏହା ଆମକୁ ଆଗକୁ ବଢ଼ିବାରେ ଏବଂ ଦୈନନ୍ଦିନ ଜୀବନରେ AIକୁ ଅଧିକ ଉପଯୋଗୀ କରିବାରେ ସାହାଯ୍ୟ କରେ।OpenAI ମାର୍ଚ୍ଚ ୨୬ ତାରିଖରେ ବିଶ୍ୱବ୍ୟାପୀ ChatGPT Plus, Pro, ଏବଂ Teams ବ୍ୟବହାରକାରୀଙ୍କ ପାଇଁ ଏହାର ଇମେଜ୍ ଜେନେରେସନ୍ ଫିଚର୍ ଲଞ୍ଚ କରିଥିଲା। ଏହା ଏତେ ପ୍ରସିଦ୍ଧ ହେଲା ଯେ ବହୁ ସଂଖ୍ୟକ ୟୁଜର୍ସ ଏହାକୁ ବ୍ୟବହାର କରିବା ଆରମ୍ଭ କରିଛନ୍ତି।

ସୂଚନାଯୋଗ୍ୟ, ଗତ ରବିବାର ଦିନ OpenAI କମ୍ପାନୀର AI ପ୍ଲାଟଫର୍ମ ChatGPT ସାରା ବିଶ୍ୱରେ ଡାଉନ ହୋଇଯାଇଥିଲା। ଚାଟଜିପିଟି ଆକ୍ସେସ୍ କରିବାରେ ୟୁଜର୍ସମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହାର କାରଣ ହେଉଛି ଏହାର ନୂତନ ଷ୍ଟୁଡିଓ ଘିବଲି ଷ୍ଟାଇଲ୍ ଇମେଜ୍ ଜେନେରେସନ୍ ଫିଚରର ଅଦ୍ଭୁତ ଲୋକପ୍ରିୟତା। OpenAI ସିଇଓ ସାମ୍ ଅଲ୍ଟମ୍ୟାନ୍ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରି ଲେଖିଛନ୍ତି, ‘ଆପଣମାନେ ସମସ୍ତେ ଦୟାକରି ପ୍ରତିଛବି ସୃଷ୍ଟିକୁ ଟିକେ କମ୍ କରିପାରିବେ କି?’ ଆମ ଟିମକୁ ଶୋଇବା ଦରକାର। କେବଳ ଏତିକି ନୁହେଁ, ସେ କହିଛନ୍ତି ଯେ ଅତ୍ୟଧିକ ବ୍ୟବହାର ଯୋଗୁଁ ଏହାର GPU ପ୍ରଭାବିତ ହେଉଛି। ସେ ଆହୁରି ମଧ୍ଯ କହିଛନ୍ତି ଯେ ସେ ଆଗାମୀ ଦିନରେ ଆନିମେସନ ଫଟୋ ସଂଖ୍ୟାକୁ ସୀମିତ କରିବେ। ଯାହା ଦ୍ଵାରା ଚାପ ହ୍ରାସ କରାଯାଇପାରିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ