Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜନ ଆରୋଗ୍ୟ ଯୋଜନା ରଥର ଶୁଭାରମ୍ଭ

ଲକ୍ଷ୍ମୀପୁର ୧୧/୦୪ ..
ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ ନେଇ ଲକ୍ଷ୍ମୀପୁରଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫ ରୁ ତିନୋଟି ସଚେତନତା ରଥର ଶୁଭାରମ୍ଭ କରାଯାଇଛି।ସ୍ଥାନୀୟ ବିଧାୟକ ପବିତ୍ର ସାଉନ୍ତା,ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଆଇ କୁଲେସିକା,ବିଡ଼ିଓ ଗୁରେଶ୍ୱର ଭୋଇ,ଉପଧ୍ୟକ୍ଷା ଆରତୀ କୁଲଦୀପ, ଜିପିଇଓସୁଧୀର ବେହେରା ପ୍ରମୁଖ ଯୋଗ ଦେଇ ପୂଜାର୍ଚନା କରି ଶୁଭାରମ୍ଭ କରି ଥିଲେ।ତିନଟି ଯାକ ରଥକୁ ଆରୋଗ୍ୟ ଯୋଜନା ପତାକା ଦେଖାଇବା ପରେ ସଚେତନ ରଥ ଗଡିଥିଲା।ଏହି ରଥ ସାତ ଦିନ ଧରି ବ୍ଲକର କୋଣ ଅନୁକୋଣ କୁ ଯାଇ ଆୟୁଷ୍ମାନ ଯୋଜନା ବିଷୟରେ ଲୋକଙ୍କୁ ସଚେତନ କରାଇବ ବୋଲି ସୂଚନା ମିଳିଛି। କାର୍ଯ୍ୟକ୍ରମ ରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ଦୀନବନ୍ଧୁ ଚୌଧୁରୀ,ଦିପ୍ତୀରଂଜନ ପ୍ରଧାନ,ଡାକ୍ତର ସମିନା ବେହେରା,ବିପିଏମଓ ସନ୍ତୋଷିନୀ ପଣ୍ଡା, ଶିଳ୍ପା ପାତ୍ର ଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ