Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରବିବାର ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ରାଜସ୍ଥାନ ରୟାଲ୍ସ

ନୂଆଦିଲ୍ଲୀ: ରବିବାର ଅର୍ଥାତ୍ ଏପ୍ରିଲ ୧୩ ତାରିଖ ମଧ୍ୟ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ରେ ଏକ ଡବଲ୍ ହେଡର୍‌ ଡେ। ଦିନର ପ୍ରଥମ ମ୍ୟାଚ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ରୟାଲ୍ସର ଘରୋଇ ପଡ଼ିଆ ତଥା ସୱାଇ ମାନ ସିଂହ ଷ୍ଟାଡିୟମରେ ଖେଳାଯିବ। ରାଜସ୍ଥାନ ସିଜିନରେ ପ୍ରଥମ ଥର ପାଇଁ ତାର ଘରୋଇ ଗ୍ରାଉଣ୍ଡ ଜୟପୁରରେ ଖେଳିବ। ଏହି ଉଭୟ ଦଳକୁ ଗତ ମ୍ୟାଚ୍‌ରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଆରସିବି ଦିଲ୍ଲୀ କ୍ୟାପିଟାଲ୍ସଠାରୁ ଛଅ ୱିକେଟରେ ପରାସ୍ତ ହୋଇଥିବା ବେଳେ ରାଜସ୍ଥାନ ଗୁଜରାଟ ଟାଇଟାନ୍ସଠାରୁ ୫୮ ରନରେ ପରାସ୍ତ ହୋଇଛି।

ସୱାଇ ମାନସିଂହ ଷ୍ଟାଡିୟମର ପିଚ୍ କଳା ମାଟିରେ ତିଆରି। ଏହା ଏକ ଅତ୍ୟନ୍ତ ସନ୍ତୁଳିତ ପିଚ୍। ଏଠାରେ ବ୍ୟାଟସମ୍ୟାନ୍ ଏବଂ ବୋଲର ଉଭୟ ସମାନ ସହାୟତା ଲାଭ ମିଳିଥାଏ। ଏଠାକାର ଗ୍ରାଉଣ୍ଡର ସୀମା ବଡ଼, ତେଣୁ ବ୍ୟାଟସମ୍ୟାନଙ୍କ ପାଇଁ ରନ କରିବା ସହଜ ନୁହେଁ।

ଆଇପିଏଲରେ ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ହେଡ୍ ଟୁ ହେଡ୍ ରେକର୍ଡ ବିଷୟରେ କହିବାକୁ ଗଲେ, ଏପର୍ଯ୍ୟନ୍ତ ଉଭୟ ମୋଟ ୩୧ ଥର ପରସ୍ପରର ସାମ୍ନା କରିଛନ୍ତି। ଏଥିମଧ୍ୟରୁ ରାଜସ୍ଥାନ ରୟାଲ୍ସ ୧୪ଟି ମ୍ୟାଚ୍ ଜିତିଥିବା ବେଳେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୫ଟି ମ୍ୟାଚ୍ ଜିତିଛି। ଏହି ସିଜିନ୍ ବିଷୟରେ କହିବାକୁ ଗଲେ, ରଜତ ପାଟିଦାରଙ୍କ ଅଧିନାୟକତ୍ୱରେ, ବେଙ୍ଗାଲୁରୁ ଏପର୍ଯ୍ୟନ୍ତ ୫ଟି ମ୍ୟାଚ୍ ରୁ ୩ଟିରେ ବିଜୟୀ ହୋଇଛି। ସେହିପରି ରାଜସ୍ଥାନ ୫ଟି ମ୍ୟାଚ୍ ରୁ ୨ଟିରେ ବିଜୟୀ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ