Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା କଂଗ୍ରେସ ର ବନ୍ଦ ଡାକରା ରେ ଲକ୍ଷ୍ମୀପୁର ବନ୍ଦଗାଡିଚଳାଚଳ ଦୋକାନ ବଜାର ଠପ୍

କୋରାପୁଟ ଜିଲ୍ଲା କଂଗ୍ରେସ୍ ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ଆହ୍ଵାନ କ୍ରମେ ବ୍ଲକ ସଭାପତି କୈଳାସ ଚନ୍ଦ୍ର ଖୋସଲାଙ୍କ ନେତୃତ୍ଵରେ ସାତ ଦଫା ଦାବି ନେଇ ଲକ୍ଷ୍ମୀପୁର ବଜାର ଉପରେ ବେରିକେଟ୍ ଲଗାଇ କଂଗ୍ରେସ କର୍ମି ମାନେ ସକାଳ ଆଠଟାରୁ ବସି ବନ୍ଦ ପାଳନ କରିଥିବା ଦେଖିବାକୁ ମିଳିଥିଲା।କୋରାପୁଟ ଜିଲ୍ଲାର ସିଟି,ବିଇଡି,ଡିଆଇଟି ତାଲିମ ପ୍ରାପ୍ତ ଯୁବକ ଯୁବତୀ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଜିଲ୍ଲା ରେ ହିଁ ଶିକ୍ଷକ ଶିକ୍ଷୟତ୍ରୀ ନିଯୁକ୍ତି ଦିଆଜାଉ,ବିଭିନ୍ନ କାର୍ଯ୍ୟାଳୟରେ ଖାଲି ପଡିଥିବା ତୃତୀୟ ଓ ଚତୁର୍ଥ ଶ୍ରେଣି କର୍ମଚାରି ପଦବୀ ଗୁଡିକରେ କୋରାପୁଟ ର ପିଲା ମାନଙ୍କୁ ନିଯୁକ୍ତି,ସେହିପରି ଜିଲ୍ଲାରେ ତାଲିମ ପ୍ରାପ୍ତ ଏଏନଏମ୍ ଓ ବିଏସସି ନର୍ସିଙ୍ଗ୍ ପ୍ରାଥୀ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି,ବିଇଡି କଲେଜରେ ଖାଲି ପଡିଥିବା ଅଧ୍ୟାପକ ପଦବୀ ପୁରଣ କରିବା ସହ ତୁରନ୍ତ ପ୍ରବେଶିକା ପରିକ୍ଷା କରାଜାଉ,ଜୟପୁର ଠାରେ ଏକ ସରକାରି ଡ୍ରାଇଭିଙ୍ଗ୍ ଟ୍ରେନିଙ୍ଗ୍ ସେଣ୍ଟର ପ୍ରତିଷ୍ଠାନ ଭଳି ଅନେକ ଦାବି ଗୁଡିକୁ ନେଇ ବନ୍ଦ ପାଳନ କରାଜାଇଥିଲା।ଲକ୍ଷ୍ମୀପୁର ର ବ୍ୟବସାୟୀ ମାନର ବନ୍ଦକୁ ସମର୍ଥନ ଦେଇଥିବା ବେଳେ ସମ୍ପୁର୍ଣ ବଜାର ବନ୍ଦ ରହିଥିଲା।ରାସ୍ତାର ଦୁଇ ପାର୍ଶ୍ବରେ ବହୁ ସଂଖ୍ୟାରେ ଯାନ ବାହାନ ଅଟକି ରହିଥିବା ବେଳେ ଚଳପ୍ର ଚଳରେ ବାଧା ଉପୁଜିଥିଲା। ବନ୍ଦ ପାଳନକୁ ନେଇ ଅନେକ ସରକାରି ଓ ବେସରକାରି କର୍ମଚାରି ନିଜ ନିଜ କାର୍ଯ୍ୟାଳୟରେ ପହଁଚିବାରେ ବିଳମ୍ବ ହୋଇଥିଲା। ବନ୍ଦ ପାଳନ ବେଳେ ଜୋନ-୧ ଜିଲ୍ଲା ପରିଷଦ ସଭ୍ୟା ପିଙ୍କି ହିମେରିକା ସାଂସଦ ପ୍ରତିନିଧି ପବିତ୍ର ସାଉନ୍ତା,ପୁର୍ବତନ ସାଂସଦ ପ୍ରତିନିଧି ମଣ୍ଟି ଖରା,ଅଜିତ ବାଘ,କାମଦେବ ମହାନନ୍ଦିଆ,
ନବିନ ମହାନନ୍ଦିଆ,ମିଖାଇଲ ତୁରୁକ୍,ସମ୍ବରୁ ମିଣିଆକା,ପ୍ରମୋଦ ହିଆଲ୍,ଜଜ କୁଲଦିପ୍,ପ୍ରସାନ୍ତ ଖସଲା,ପୁର୍ଣ ମାଣ୍ଡିଙ୍ଗା,
ବସନ୍ତ ମିଣିଆକା,ଜଗଦିସ ଖରା,ପଞ୍ଚାନନ ଖରା ପ୍ରମୁଖ ଉପସ୍ଥିତ ଥିଲେ।ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଲକ୍ଷ୍ମୀପୁର ଥାନା ତରଫରୁ ବ୍ୟାପକ ପୋଲିସ ମୃତୟନ କରାଜାଇଥିଲା।ବନ୍ଦର ପ୍ରଭାବ କଣ ପ୍ରଭାବ ପକାଉଛି ତାହା କିଛି ଜଣାପଡିନଥିବା ବେଳେ ବନ୍ଦ ଯୋଗୁଁ କିନ୍ତୁ ଦୁରଦୁରାନ୍ତର ରୁ ଆସିଥିବା ଯାତ୍ରୀ ଖାଇବା କୁ ନପାଇ କଷ୍ଟ ଅନୁଭବ କରିଥିଲେ,ଅନ୍ୟପକ୍ଷରେ ବାଧ୍ୟବାଧକା ରେ ଛୋଟମୋଟିଆ ଦୋକାନି ବନ୍ଦ କରିଥିବା ସ୍ପଷ୍ଟ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ