ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ପାର୍ବତୀ ପୁର ଠାରେ ଆଜି ସନ୍ଧ୍ୟା ସାଢ଼େ ଛଅଟା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଯୁବକକୁ ଗୋଡ଼ାଇ ଗୋଡ଼ାଇ ଛୁରାମାଡ କରିବା ବେଳେ ଏହାକୁ ପ୍ରତିବାଦ କରିବାରୁ ଅନ୍ୟ ୩ ଜଣଙ୍କୁ ମଧ୍ୟ ଆକ୍ରମଣ ହୋଇଥିବା ଜଣାପଡିଛି।ଘଟଣା ପରେ ପୁଲିସ ପହଞ୍ଚି ୩ ଆହାତ କୁ ବ୍ରହ୍ମପୁର ବଡ ମେଡିକାଲ ନେଇଥିବା ବେଳେ ଅନ୍ୟ ଜଣଙ୍କୁ ସ୍ଥାନୀୟ ମେଡିକାଲରେ ଚିକିତ୍ସା କରିଥିବା ଜଣାପଡିଛି। ଆହାତ ଙ୍କ ମଧ୍ୟ ରେ ଅଜୟ ଦାସ, ନାରାୟଣ ଦାସ , ମାହାଲି ଦାସ ଏବଂ ବବିତା ଦାସ ରହିଛନ୍ତି। ଅଭିଯୋଗ ଅନୁଯାୟୀ ଅଜୟ ଓ ତାଙ୍କ ଜଣେ ସାଙ୍ଗ ସହ ମୋଟରସାଇକେଲ ରେ ଗୋପାଳପୁର ପଟକୁ ଯାଉଥିବା ବେଳେ ଗାଁ ଶେଷ ମୁଣ୍ଡରେ ଥିବା ଏକ ପୋଖରୀ ହୁଡ଼ାରେ ପୂର୍ବ ପ୍ରସ୍ତୁତି ହୋଇରହିଥିବା କିଛି ଯୁବକ ଅଚାନକ ଅଜୟକୁ ଆକ୍ରମଣ କରିଥିଲେ। ଏଥିରେ ଅଜୟ ଭୟଭୀତ ହୋଇ ଗାଁ ମଧ୍ୟକୁ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ।ଏହି ସମୟରେ ଯୁବକ ମାନେ ଅଜୟର ପିଛା କରିବା ସହ ଅଜୟର ଘର ମଧ୍ୟକୁ ପସିବାକୁ ଉଦ୍ୟମ କରିଥିଲେ। ଏବଂ ଅଜୟ କୁ ଇଟା ଫୋପାଡି ଆକ୍ରମଣ କରିଥିଲେ। ଫଳରେ ଅଜୟ ର ମୁଣ୍ଡ ଫାଟି ଯାଇଥିଲା।ଘଟଣା ଜଣାପଡ଼ିବା ପରେ ଅଜୟ ର ସମ୍ପର୍କୀୟ ଭାଇ ନାରାୟଣ ଦାସ ଓ ଜେଜେମା ମାହାଲି ଦାସ ଘଟଣା ସ୍ଥଳରେ ପହଞ୍ଚିବା ସମୟରେ ଯୁବକ ମାନେ ନାରାୟଣ କୁ ଏକ ଛୁରା ରେ ପଛପଟୁ କୁ ଆକ୍ରମଣ କରିଥିଲେ ଏବଂ ପଥର ମାଡ କରିଥିଲେ ଏଥିରେ ନାରାୟଣ ସମେତ ମାହାଲି ସମେତ ଅଜୟର ଖୁଡି ବବିତା ଦାସ ପ୍ରମୁଖ ଆହାତ ହୋଇଥିଲେ।ଘଟଣା ନେଇ ପରିବାର ବର୍ଗଙ୍କ ପକ୍ଷରୁ ୧୦୦ କୁ କଲ କରି ପୁଲିସ କୁ ଅବଗତ କରିଥିଲେ।ଖବର ପାଇ ଗୋପାଳପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ୧୦୮ ଆମ୍ବୁଲାନସ ଯୋଗେ ଅଜୟ , ନାରାୟଣ ଓ ମାହାଲି ଙ୍କୁ ବ୍ରହ୍ମପୁର ବଡ ମେଡିକାଲ ପଠାଇଥିଲେ।ଘଟଣା ସ୍ଥଳରେ ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର ଙ୍କ ସମେତ ଆଇଆଇସି ଶାରଦା ଦାସ ପହଞ୍ଚି ଘଟଣା ନେଇ ତଦନ୍ତ କରିବା ସହ ଏକ ସେକ୍ସନ ପୁଲିସ ଫୋର୍ସ ମୁତୟନ କରିଛନ୍ତି।ଘଟଣା ନେଇ ଥାନାରେ ଅଜୟ ର ଭଉଣୀ ରୂପା ଦାସ ପକ୍ଷରୁ ଲିଖିତ ଅଭିଯୋଗ କରିବା ପରେ ପୁଲିସ ପକ୍ଷରୁ ୧୫୧/୨୩ ରେ ଏକ ମାମଲା ରୁଜୁ କରିଥିବା ଜଣାପଡିଛି।ଘଟଣା ସ୍ଥଳରେ ଏକ ଛୁରୀ କୁ ପୁଲିସ ଜବତ କରିଛି।