Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଭାଲୁ ଆକ୍ରମଣ ରେ ଯୁବକ ଗୁରୁତର ମେଡ଼ିକାଲ କଲେଜ କୁ ସ୍ଥାନାନ୍ତରିତ

ପଟ୍ଟାଙ୍ଗି୧୬/୦୪(ଶରତ କୁମାର ଧଳ) ଭାଲୁ ମୁହଁରୁ ଗୁରୁତର ଆହତ ଯୁବକ ଙ୍କୁ ଗ୍ରାମବାସୀ ଉଧାର କରି ପହଞ୍ଚାଇଲେ ସ୍ୱାସ୍ଥ୍ୟ କେନ୍ଦ୍ର । ଏହିପରି ଘଟଣା ଘଟି ଯାଇଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ରାଲେଗଡା ଗ୍ରାମପାୟତର ମିରିଆଲପାଡୁ ଗ୍ରାମର ପାମିଆ ବଲୁ ଙ୍କ କ୍ଷେତ୍ରରେ । ସୂଚନା ମୁତାବକ ସକାଳୁ ନିଜ ଗ୍ରାମ ନିକଟରେ ରହିଥିବା ପାହାଡ ଉପରେ ଗୋରୁ ଚରାଇ ପାଇଁ ଯାଇଥିଲେ ବଲୁ । ଏହି ସମୟରେ ଲୁଚି ରହିଥିବା ଭାଲୁ ଟି ହଠାତ ବଲୁ କୁ ଆକ୍ରମଣ କରି ଗୁରୁତର ଆହତ କରିବା ଚିତ୍କାର ସୁଣି ନିକଟରେ ରହିଥିବା ଗ୍ରାମବାସୀ ଘଟଣା ସ୍ଥଳେ ପହଞ୍ଚି ବଲୁ କୁ ଆକ୍ରମଣ କରୁଥିବା ଭାଲୁ କୁ ଟେକା ପଥର ଫିଙ୍ଗି ଭାଲୁ ମୁହଁରୁ ବଲୁ କୁ ବଞ୍ଚାଇ ଗ୍ରାମ କୁ ଆଣିଥିଲେ । ସେଠାରୁ ଆମ୍ବୁଲାନ୍ସ କୁ ଯୋଗା ଯୋଗ କରି ଗୁରୁତର ଆହତ ବଲୁ ଙ୍କୁ ପ୍ରଥମେ ପଟ୍ଟାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚାଇ ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ମେଡ଼ିକାଲ କଲେଜ କୁ ସ୍ଥାନାନ୍ତରିତ କରିଥିବା ଜଣାପଡ଼ିଛି । ସେପଟେ ଏହିପରି ଘଟଣା ଘଟି ଯାଇଥିଲେ ମଧ୍ୟ ଆହତ ବଲୁ ଙ୍କ ନିକଟରେ ଜଙ୍ଗଲ ବିଭାଗରୁ କେହି ଅଧିକାରୀ କିମ୍ବା କର୍ମଚାରୀ ପହଞ୍ଚି ନଥିବା ବେଳେ ବଲୁ ମେଡ଼ିକାଲ କଲେଜ ରେ ମରଣ ସହ ସଂଗ୍ରାମ କରୁଥିବା ପରିବାର ବର୍ଗ ପ୍ରକାଶ କରିଛନ୍ତି । ଏ ନେଇ ଜଙ୍ଗଲ ବିଭାଗର ଡିଏଫଓ କେ ଭି ରାବଣା ରାଓ ଙ୍କୁ ଯୋଗାଯୋଗ କରିବା ରୁ ଆହତ ବଲୁ କୁ ସରକାରଙ୍କ ନିୟମ ଅନୁଯାୟୀ ସମସ୍ତ ସହଯୋଗ ଯୋଗାଇ ଦିଆଯିବ । ଘଟିଥିବା ଘଟଣା ସମ୍ପର୍କରେ ରେଞ୍ଜର ଙ୍କୁ ପଠେଇ ତଦନ୍ତ କରାଯିବ ବୋଲି ପ୍ରକାଶ କରିଥିଲେ ।