Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ମହାବିଦ୍ୟାଳୟ ର ହଷ୍ଟେଲ ଛାତ୍ର ଙ୍କ ଠାରୁ ଖଣ୍ଡା ଦେଖାଇ ମୋବାଇଲ ଲୁଟ ଅଭିଯୋଗ ଦୁଇଦିନରେ ତିନି ଜଣଙ୍କ ମୋବାଇଲ ଲୁଟିନେଲେ।ଆତଙ୍କ ରାଜ କରୁଛନ୍ତି ଲୋକାଲ ପିଲା…

ଲକ୍ଷ୍ମୀପୁର ୧୬/୦୪… ଲକ୍ଷ୍ମୀପୁର ମହାବିଦ୍ୟାଳୟ ର ଗୋପବନ୍ଧୁ ଆଦିବାସୀ ଛାତ୍ରାବାସ ରେ ରହି ପାଠ ପଢ଼ୁଥିବା ଛାତ୍ର ମାନଙ୍କ ଠାରେ ଅସନ୍ତୋଷ ଦେଖାଦେଇଛି। ଗତକାଲି ହଷ୍ଟେଲ ଭିତରେ ପଶି ସ୍ଥାନୀୟ କିଛି ଗୁଣ୍ଡା ଶ୍ରେଣୀ ର ଯୁବକ   ଯୁକ୍ତ ତିନି ରେ ପଢ଼ୁଥିବା ବୁଲୁ ନାୟକ ନାମକ ଛାତ୍ର ର ମୋବାଇଲ ଲୁଟି ନେଇଥଲେ।ବୁଧବାର ହଷ୍ଟେଲ ର ଦୁଇଜଣ ଛାତ୍ର ଲକ୍ଷ୍ମୀପୁର ବଜାର କୁ କିଛି ସାମଗ୍ରୀ କିଣିବାକୁ ଆସିଥିବା ବେଳେ ଚାଞ୍ଚଡା ରାସ୍ତାରେ ଖଣ୍ଡା ଦେଖାଇ ଦୁଇଜଣ ଛାତ୍ର ଙ୍କ ର ଦୁଇଟି ମୋବାଇଲ,ଦୁଇଜଣଙ୍କ ଠାରୁ ଆଠ ସହ ଟଙ୍କା ଓ ଗୋଟିଏ ଇଅର ଫୋନ ନେଇଥିବା ପ୍ରକାଶ କରିଛନ୍ତି।
ଆଜି ଟଙ୍କ ଧର ସାହୁକାର ଓ ସୁଶୀଲ ତାଡିଙ୍ଗି  ଙ୍କ ମୋବାଇଲ କିଛି ଯୁବକ କଥା ହେବା ସକାଶେ ମାଗିଥିଲେ, ଏମାନେ ମୋବାଇଲ ଦେବା ପରେ ସେମାନେ ଫୋନ ଫେରାଇବା ପରିବର୍ତ୍ତେ ଡରାଇ ଧମକାଇ ଖଣ୍ଡା ଛୁରୀ ଦେଖାଇ ମୋବାଇଲ ଲୁଟି ନେଇଥିବା ଛାତ୍ର ମାନେ ପ୍ରକାଶ କରିଛନ୍ତି।ଗତ କାଲି ଥାନା ରେ ଏନେଇଁ ଅଭିଯୋଗ କରିଥିବା କହିଛନ୍ତି ଛାତ୍ର ମାନେ , ଆଜିପୁଣି  ଏପରି ମୋବାଇଲ ଲୁଟିନେବାରୁ ହଷ୍ଟେଲ ର ପ୍ରାୟ ୪୦ ରୁ ୫୦ ଜଣ ଛାତ୍ର ଏକତ୍ରିତ ହୋଇ ଥାନା ଆଡକୁ ଯାଉଥିବା ବେଳେ ଅଧା ବାଟରେ ଖବର ପାଇ ପୋଲିସ ସେମାନଙ୍କୁ ଅଟକାଇଥିଲେ।ସେମାନଙ୍କୁ ବୁଝା ସୁଝା କରାଇ ହଷ୍ଟେଲ କୁ ଫେରିଯିବା ସକାଶେ ପୋଲିସ କହିଥିଲା। ସ୍ଥାନୀୟ ପିଲା ମାନେ ହିଁ ଏପରି ଆତଙ୍କ ରାଜ କରାଇ ପିଲା ମାନଙ୍କୁ ଭୟଭୀତ କରାଇ ମୋବାଇଲ ଲୁଟି ନେଉଛନ୍ତି ବୋଲି ଛାତ୍ର ମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଚି଼ହ୍ନଟ କରି ସେମାନଙ୍କ ମୋବାଇଲ ଫେରାଇବା ବ୍ୟବସ୍ଥା କରାନଗଲେ ମହାବିଦ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ରେ ବସିବେ ବୋଲି ଚେତାବନୀ ଦେଇଛନ୍ତି, ଏପରିକି ସେମାନେ ଛାତ୍ରବାସ ରେ ରହିବାକୁ ମଧ୍ୟ ସୁରକ୍ଷିତ ମନେ କରୁନଥିବା ପ୍ରକାଶ କରିଛନ୍ତି।ଛାତ୍ର ମାନଙ୍କ ଠାରେ ପ୍ରକୃତ ରେ କଣ ହୋଇଛି ପୋଲିସ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ହୋଇ ପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ