ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ସ୍ଥିତ ପାତାଳୀ ଶ୍ରୀକ୍ଷେତ୍ର ରେ ଗୁରୁବାର ଅପରାହ୍ନ ୪.୩୦ ଘଟିକା ସମୟରେ ଟ୍ରଷ୍ଟ ସାଧାରଣ ସମ୍ପାଦକ ଶ୍ରୀ ଉତ୍ତର କୁମାର ପାତ୍ରଙ୍କ ଅଧକ୍ଷ୍ୟତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା l ସର୍ବପ୍ରଥମେ ୨୦ ତମ ପାତାଳି ମହୋତ୍ସବର ସମୀକ୍ଷା ଏବଂ ଏଥିରେ ସହଯୋଗ କରିଥିବା ସମସ୍ତ କାର୍ଯ୍ୟକର୍ତ୍ତା , ରାଜନେତା , ପ୍ରଶାସନିକ ଅଧିକାରୀ , ସଂକୀର୍ତନ ମଣ୍ଡଳୀ ଆଦିଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା l ତାପରେ ଆଗାମୀ ରଥଯାତ୍ରାକୁ ସରସ ସୁନ୍ଦର ଆକର୍ଷଣୀୟ ଓ ଶୃଙ୍ଖଳିତ କରିବା ପାଇଁ ବିଶେଷ ଭାବରେ ଆଲୋଚନା କରାଯାଇଥିଲା l ଏଥିପାଇଁ ଏକ ୭ ଜଣିଆ ରଥ ନିର୍ମାଣ କମିଟି ଗଠନ କରାଯାଇଥିଲା l ଏଥିରେ ସଂଯୋଜକ ଭାବରେ ସତ୍ୟଜିତ ଗଡୁଆ ଏବଂ ସଦସ୍ୟ ଭାବରେ ଧନେଶ୍ୱର ପଧାନ, ଜୈମିନି ନାଏକ, ବୀରମିତ୍ର ପଧାନ, ଗଦାଧର ମେଣ୍ଡିଲି, ପ୍ରମୋଦ ପାତ୍ର , ଉସତ କର୍ଣ୍ଣଙ୍କୁ ମନୋନୀତ କରାଯାଇଅଛି l ପାତାଳି ସେନାର ସମସ୍ତ ସଦସ୍ୟ ରଥ ନିର୍ମାଣ କାର୍ଯ୍ୟରେ ସହଯୋଗ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା l ଆଗାମୀ ଅକ୍ଷୟ ତୃତୀୟା ଦିନ ସେବାୟତ ସଂଘର ପ୍ରସ୍ତୁତି ବୈଠକରେ ରୀତିନୀତି ସମ୍ପର୍କିତ ସମସ୍ତ ବିଷୟ ଆଲୋଚନା କରିବା ପାଇଁ ପ୍ରସ୍ତାବ ଗୃହୀତ କରାଗଲା l ତୃତୀୟ ପର୍ଯ୍ୟାୟରେ ଓଡିଶା ସରକାରଙ୍କ ଦ୍ୱାରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ହେତୁ ମାନ୍ୟବର ବିଧାୟକ ବୀରମହାରାଜପୁର ଇଂ ରଘୁନାଥ ଜଗଦଲାଙ୍କୁ, ଓଡିଶା ସରକାର ତଥା ଜିଲ୍ଲା ପ୍ରଶାସନକୁ ସଭା ତରଫରୁ ଧନ୍ୟବାଦ ଅର୍ପଣ କରାଗଲା l ଆଜିର ବୈଠକକୁ ଟ୍ରଷ୍ଟି ସଦସ୍ୟ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ପରିଚାଳନା କରିଥିବା ବେଳେ ସେବାୟତ ସଙ୍ଘର ଶରଦ ଚାନ୍ଦ, ପବିତ୍ର ନନ୍ଦ, ରବିନାରାୟଣ ପୂଜାରୀ , ଫକୀର ମୋହନ ପାଢ଼ୀ ଏବଂ ବିଭିନ୍ନ ଗ୍ରାମର ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଶେଷରେ ଟ୍ରଷ୍ଟି ସଦସ୍ୟ ଜଗଦିଶ କର୍ଣ୍ଣ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
ରଥଯାତ୍ରା ପାଇଁ ପାତାଳୀ ଶ୍ରୀକ୍ଷେତ୍ର ରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
