Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାଇବର ଠକେଇ ର ଶିକାର ହେଲେ ଶିକ୍ଷକ,, ଘଟଯାତ୍ରା ସକାଶେ ଘରେ ଚୂନ ମାରୁଥିଲେ,, ହେଲେ ୧୯୫୬୦ ଟଙ୍କା ଚୂନ ମାରିଦେଲେ ସାଇବର ଠକ…

ଲକ୍ଷ୍ମୀପୁର ୧୯/୦୪ ..କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାରେ ରହୁଥିବା ଜଣେ ଶିକ୍ଷକ ସାଇବର ଠକ ଙ୍କ ଠକେଇ ରେ ଶିକାର ହୋଇଛନ୍ତି। ତ୍ରିନାଥ ମହାପାତ୍ର ନାମକ ଶିକ୍ଷକ ଗତକାଲି ସନ୍ଧ୍ୟାରେ ନିଜ ଘର କୁ ସଫା ସୁତୁରା କରିବା ପରେ ଚୂନ ମାରୁଥିଲେ, ଚୂନ ମାରିବା ସମୟରେ ତାଙ୍କ ଫୋନ୍ କୁ ଏଚଡିଏଫସି  ଡେବିଟ କାର୍ଡ ନାମରେ ଏକ କଲ ଆସିଥିଲା, ଶିକ୍ଷକ ଜଣକ ଫୋନ୍ ରିସିଭ କରି ବ୍ୟସ୍ତତା ଥିବା କହିଥିଲେ, କିନ୍ତୁ ବାରମ୍ବାର ଫୋନ୍ ଆସି ଡେବିଟ କାର୍ଡ ଥିବା ହେତୁ ଟଙ୍କା ବାନ୍ଧିବାକୁ ପଡିବ ବୋଲି କହିବାରୁ ଶିକ୍ଷକ ଜଣକ ୧୯ ହଜାର ପାଞ୍ଚ ସହ ଷାଠିଏ ଟଙ୍କା ଫୋନ୍ ପେ ରେ ପେମେଣ୍ଟ କରି ଠକାମୀର ଶିକାର ହୋଇଛନ୍ତି।ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାର ଦୋରା ସାହି ରେ ରୁହନ୍ତି ଶିକ୍ଷକ ତ୍ରିନାଥ ମହାପାତ୍ର, ଗତକାଲି ଗୁଡ୍ ଫ୍ରାଇ ଡେ ଯୋଗୁଁ ସ୍କୁଲ ଛୁଟି ଥିବା କାରଣରୁ ଓ ଗାଁ ରେ ମୁତ୍ୟାଲୁମା ଙ୍କ ଯାତ୍ରା ଚାଲିଥିବା କାରଣରୁ ନିଜ ଘରକୁ ସଫା ସୁତୁରା କରିବା ପରେ ଘରେ ଚୂନ ମାରୁଥିଲେ, ଚୂନ ମାରିବା ସମୟରେ
ଏଚଡ଼ିଏଫସି ଡେବିଟ କାର୍ଡ ନାମରେ ଶିକ୍ଷକ ଙ୍କ ଫୋନ୍ କୁ ଏକ କଲ ଆସିଥିଲା, ଶିକ୍ଷକ ବ୍ୟସ୍ତ ଥିବା କହି ଫୋନ୍କ କାଟିବା ପରେ ମଧ୍ୟ ବାରମ୍ବାର ଫୋନ୍ ଆସିବା ପରେ ବାଧ୍ୟ ହୋଇ କଥା ହୋଇଥିଲେ, କଥା ହେବା ପରେ ସାଇବର ଠକ ମାନେ ଶିକ୍ଷକ ଙ୍କ ମନ ଜିଣି ନେବା ସହ ଡେବିଟ କାର୍ଡ ର ଟଙ୍କା ବାନ୍ଧିବାକୁ କହିଥିଲେ, ଫୋନ୍ ପେ ରେ ତୁରନ୍ତ ବାନ୍ଧିବାକୁ କହିବା ପରେ ପ୍ରଥମେ ଶିକ୍ଷକ ଜଣକ ୯ ହଜାର ସାତ ସହ ୬୦ ଟଙ୍କା ଫୋନ ପେ ରେ ଟ୍ରାନ୍ସଫର କରିଥିଲେ , ପରେ ପୁଣିଥରେ ଆପଣଙ୍କ ନାମରେ ଏହି ନମ୍ବର ସେଭ କରିବାକୁ କହି ପୁଣି ୯ ହଜାର ସାତ ସହ ୬୦ ଟଙ୍କା ପଠାଇବାକୁ କହିଥିଲେ, ଶିକ୍ଷକ ଜଣକ ପୁଣି ନମ୍ବର ସେଭ କରିବା ପରେ ପୁଣି ଟଙ୍କା ପଠାଇଥିଲେ। ବାରମ୍ବାର ପୁଣି ସେହି ନମ୍ବର ରେ ଫୋନ୍ କଲ ଆସିବା ସହ ପୁଣି ଟଙ୍କା ପଠାଇବାକୁ କହିବା ପରେ ଶିକ୍ଷକ ଜଣକ ସତର୍କ ହେବା ସହ ଆକାଉଣ୍ଟ ରେ ଟଙ୍କା ନଥିବା କହିଥିଲେ, ସାଇବର ଠକ ମାନେ ଅନ୍ୟ ଆକାଉଣ୍ଟ ନମ୍ବର ମଧ୍ୟ ମାଗିଥିଲେ କିନ୍ତୁ ଶିକ୍ଷକ ଜଣକ ଜାଣିବା ପରେ ଆଉ ଟଙ୍କା ଟ୍ରାନ୍ସଫର କରିବା ପରିବର୍ତ୍ତେ ଲକ୍ଷ୍ମୀପୁର ଥାନା ର ସହଯୋଗ ନେଇଥିଲେ, ଲକ୍ଷ୍ମୀପୁର ଥାନାରୁ ୧୯୩୦ ନମ୍ବର ରେ ସାଇବର ଥାନା ରେ ଯୋଗାଯୋଗ କରିବାକୁ କହିବା ପରେ ସାଇବର ଥାନାରେ ଯୋଗାଯୋଗ କରି ଏକ ମାମଲା ରୁଜୁ କରାଇଥିଲେ ଶିକ୍ଷକ ଜଣକ।ଅତ୍ୟାଧିକ ଲୋଭ ହୋଇ ସାଇବର ଠକ ଙ୍କ ଦ୍ୱାରା ସାଇବର ଠକେଇ ରେ ଶିକାର ନ ହେବା ସକାଶେ ଫୋନ୍ ରେ ବିଭିନ୍ନ ପ୍ରକାର ସଚେତନତା ବାର୍ତା ଆସୁଛି, ଏପରିକି ପୋଲିସ ମଧ୍ୟ ଏନେଇ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟ କରି ଅବଗତ କରାଉଛି, ତଥାପି ଲୋକେ ସାଇବର ଠକ ଙ୍କ ଶିକାର ରେ ପଡିବା ବର୍ତ୍ତମାନ ଚିନ୍ତା ର ବିଷୟ ପାଲଟିଛି, ଯେତେଦିନ ପର୍ଯ୍ୟନ୍ତ ଶିକ୍ଷିତ ସମାଜ ସଚେତନ ହୋଇନାହାନ୍ତି,ଏହିପରି ଅନେକ ସାଇବର ଠକେଇ ରେ ପଡିବେ ବୋଲି କହିଛନ୍ତି ସଚେତନ ନାଗରିକ।ମୁତ୍ୟାଲୁମା ଙ୍କ ଯାତ୍ରା ରେ ଖର୍ଚ୍ଚ କରିବା ସକାଶେ ୨୦ ହଜାର ସଂଚୟ କରି ରଖି ଶିକ୍ଷକ ଜଣକ ନିଜ ଘରେ ଚୂନ ମାରୁଥିବା ବେଳେ,  ସାଇବର ଠକ ଶିକ୍ଷକ ଙ୍କୁ ୧୯ ହଜାର ୫୬୦ ଟଙ୍କା ଚୂନ ମାରିଦେଇଥିବା ବିଷୟ ସହର ରେ ଆଲୋଚନା ର ବିଷୟ ପାଲଟିଛି।ଶିକ୍ଷିତ ଶିକ୍ଷକ ପ୍ରକୃତ ରେ କିଛି ଲୋଭ ର ବଶବର୍ତ୍ତୀ ହୋଇ ନାହାନ୍ତି ତ ଏହା ବି ଚର୍ଚ୍ଚା ଜୋର ଧରିଛି…..

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ