Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଏସିଆ କପର ବହିଷ୍କାର କରିବ ପାକିସ୍ତାନ ! ଅନ୍ୟତ୍ର ଆୟୋଜନ ହେବ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ: ଚଳିତ ବର୍ଷ ସେପ୍ଟେମ୍ବରରେ ଖେଳାଯିବାକୁ ଥିବା ଏସିଆ କପ୍ ବହିଷ୍କାର କରିପାରେ ପାକିସ୍ତାନ। ନିଜ ଦେଶରେ ନିର୍ଦ୍ଧାରିତ ଏସିଆ କପର ଆୟୋଜନ ଶ୍ରୀଲଙ୍କା ସ୍ଥାନାନ୍ତରକୁ ବିରୋଧ କରିଛି ପାକିସ୍ତାନ। ଯଦି ଏସୀୟ କ୍ରିକେଟ୍ ପରିଷଦ ତାଙ୍କ ପ୍ରସ୍ତାବ ସ୍ଵୀକାର ନକରେ ତେବେ ପାକିସ୍ତାନ ଏସିଆ କପରୁ ବହିଷ୍କାର କରିବା ଉପରେ ବିଚାର କରିବ ବୋଲି ପିସିବି ଅଧିକାରୀ କହିଛନ୍ତି। ପିସିବି ପ୍ରମୁଖ ନମଜ ସେଠୀ ମଙ୍ଗଳବାର ଦୁବାଇରେ ଏସିସିର ଆନୁଷ୍ଠାନିକ ସାକ୍ଷାତ ସମୟରେ ଏସିଆ କପ୍ ୟୁଏଇରେ ଆୟୋଜନ କରିବା ପରିବର୍ତ୍ତେ ଶ୍ରୀଲଙ୍କା ସ୍ଥାନାନ୍ତର କରାଯିବା ନିଷ୍ପତ୍ତିକୁ ବିରୋଧ କରିଛନ୍ତି।

ପିସିବିର ସୂତ୍ର ଅନୁଯାୟୀ, ନଜମ ସେଠୀ କହିଛନ୍ତି ଏସିଆ କପ୍ ୨୦୨୩ ପାଇଁ ପାକିସ୍ତାନର ସଂଶୋଧିତ ହାଇବ୍ରିଡ ମୋଡେଲ୍ ପ୍ରସ୍ତାବକୁ ସ୍ଵୀକାର କରିବା ଉଚିତ୍। ଯଦି ଅଧିକାଂଶ ସଦସ୍ୟ ଅନ୍ୟତ୍ର ଆୟୋଜନ କରିବାକୁ ଚାହାନ୍ତି ତେବେ ୨୦୧୮ ଏବଂ ୨୦୨୨ ପରି ୟୁଏଇରେ ଏସିଆ କପ୍ ଖେଳାଯାଉ। ବିସିସିଆଇ ମତରେ ସେପ୍ଟେମ୍ବରରେ ୟୁଏଇରେ ବହୁତ ଗରମ ଅନୁଭୂତ ହୋଇଥାଏ। ମାତ୍ର ସେଠୀ କହିଛନ୍ତି ବିସିସିଆଇ ତ ନିଜେ ୨୦୨୦ ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ଆଇପିଏଲ୍ ଆୟୋଜନ କରି ସାରିଛି। ତେଣୁ ପାକିସ୍ତାନର ହାଇବ୍ରିଡ୍ ପ୍ରସ୍ତାବ ଉପରେ ବିଚାର କରାଯାଉ।

ଯଦି ପାକିସ୍ତାନ ଏସିଆ କପ୍ ୨୦୨୩ ବହିଷ୍କାର କରେ ତେବେ ୟୁଏଇ ଦଳ ଟୁର୍ଣ୍ଣାମେଣ୍ଟ ଖେଳିପାରେ। ଏହିପରି ଭାରତ, ବାଂଲାଦେଶ, ଶ୍ରୀଲଙ୍କା, ଆଫଗାନିସ୍ତାନ, ନେପାଳ ଏବଂ ୟୁଏଇ ଏସିଆ କପରେ ଅଂଶଗ୍ରହଣ କରିବେ। ପାକିସ୍ତାନକୁ ଆଉ ଏକ କ୍ଷତି ସହିବାକୁ ପଡିବ, କାରଣ ଏସିସିରୁ ମିଳିବାକୁ ଥିବା ଅର୍ଥରାଶି ମଧ୍ୟ ମିଳିବ ନାହିଁ।