Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ର ପ୍ରତିଷ୍ଠା ଦିବସ ପାଳିତ

ସମ୍ବଲପୁର:ଆଜି ପୂର୍ବାହ୍ନ ରେ ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ଠାରେ ଅନୁଷ୍ଠାନ ର ୨୩ ତମ ପ୍ରତିଷ୍ଠା ତଥା ବିଶ୍ୱ ପୁସ୍ତକ ଦିବସ ପାଳିତ ହୋଇଥିଲା।ଏହି ଉପଲକ୍ଷେ ଆୟୋଜିତ ସଭାରେ ଅନୁଷ୍ଠାନ ର ସଭାପତି ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ ଅଧ୍ୟକ୍ଷତା କରି ଉପସ୍ଥିତ ସଭ୍ୟ ମାନଙ୍କୁ ସ୍ୱାଗତ ଜଣାଇବା ସହ ସମ୍ପ୍ରତି ଲାଇବ୍ରେରୀ କୁ ଅତ୍ୟାଧୁନିକ କରିବାକୁ ପ୍ରୟାସ ଅବ୍ୟାହତ ଥିବା ସୂଚନା ଦେଇଥିଲେ।ସଭ୍ୟ ସମ୍ପାଦକ ରଘୁନାଥ ମିଶ୍ର ଲାଇବ୍ରେରୀ ର ଇତିହାସ ଓ ଆର୍ଥିକ ସ୍ଥିତି ଉପରେ ବକ୍ତବ୍ୟ ରଖିଥିବା ବେଳେ ଉପସଭାପତି ପ୍ରଫେସର ଶଙ୍କର ପ୍ରସାଦ ପତି ବିଭିନ୍ନ ଦିଗ ଉପରେ ଆଲୋଚନା କରିଥଲେ। ଉପସ୍ଥିତ ସଭ୍ୟ ମାନଙ୍କ ମଧ୍ୟରୁ ପ୍ରଫେସର ସେବକ ତ୍ରିପାଠୀ,ପ୍ରଫେସର ମୀନକେତନ ପାଠୀ,ଇଂଜିନିଅର ସୁଶାନ୍ତ ଗୁରୁ,ଡାକ୍ତର ରମା ବଲ୍ଲଭ ମିଶ୍ର, ଅର୍ଜୁନ ରଂଜନ ପଣ୍ଡା,ପ୍ରଫୁଲ୍ଲ ହୋତା,ପ୍ରଦୀପ ପଣ୍ଡା,ପ୍ରମୁଖ ଲାଇବ୍ରେରୀ ର ସର୍ବାଙ୍ଗୀନ ଉନ୍ନତି ଦିଗରେ ବିଭିନ୍ନ ସକାରାତ୍ମକ ପ୍ରସ୍ତାବ ମାନ ଦେଇଥିଲେ।ଶେଷରେ ଯୁଗ୍ମ ସଂପାଦକ ରାଜେନ୍ଦ୍ର ପଣ୍ଡା ଲାଇବ୍ରେରୀ ରେ ଚାଲୁଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧ ରେ ସମ୍ୟକ ସୂଚନା ସହ ଧନ୍ୟବାଦ ଅର୍ପଣ କରିଥିଲେ।ଅନୁଷ୍ଠାନ ର କୋଷାଧ୍ୟକ ପୃଥ୍ଵୀରାଜ ମିଶ୍ର,ସଭ୍ୟ ଶିବଶଙ୍କର ଷଡ଼ଙ୍ଗୀ, ଗୋଳକ ବିହାରୀ ମିଶ୍ର,ବିଜୟ କୁମାର ସାହୁ ,ସୁନନ୍ଦା ପ୍ରଧାନ ଓ ତୁଷାର ପ୍ରମୁଖ ସଭା ପରିଚାଳନା ରେ ସହଯୋଗ କରିଥିଲେ, ପ୍ରତିଷ୍ଠା ଦିବସ ର ସ୍ମାରକୀ ସ୍ୱରୂପ ଲାଇବ୍ରେରୀ ପରିସରରେ ସଭ୍ୟମାନେ ବୃକ୍ଷରୋପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ